ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଚାନ୍ଦବାଲିରେ ୧୦ ଘଣ୍ଟିଆ ଭାରତ ବନ୍ଦ…

ଦେବକାନ୍ତ ମହାନ୍ତି,(ଚାନ୍ଦବାଲ}୨୭//୦୯ କେନ୍ଦ୍ର ସରକାରଙ୍କ ଦ୍ୱାରା ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଓଡ଼ିଶାରେ ଏହି ୧୦ ଘଣ୍ଟିଆ ଭାରତ ବନ୍ଦକୁ କୃଷକ ସଂଗଠନ ଓ ଏଆଇଏସଏଫ୍,କଂଗ୍ରେସ, ବାମ ଦଳ ସମେତ ବିଭିନ୍ନ ରାଜନୈତିକ ଦଳ,ସାମାଜିକ ସଂଗଠନ ସମର୍ଥନ ଦେଇଇଛନ୍ତି। ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିଲାଗି ଚାନ୍ଦବାଲିରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ତେବେ ଅତ୍ୟାବଶ୍ୟକ ସେବା ବନ୍ଦ ପାଳନରୁ ବାଦ ପଡ଼ିଥିବା ଜଣାଯାଇଛି। ଏଣେ ରାଜରାସ୍ତା ଉପରେ ଦୁଇଚକିଆ ଓ ତିନିଚକିଆ ଗାଡ଼ି ଚଳାଚଳ ସ୍ୱାଭାବିକ ରହିଥିବାର ଖବର ମିଳିଛି। ତେବେ ଜରୁରୀ କାଳୀନ ଗାଡି ଗୁଡିକୁ ଆନ୍ଦୋଳନକାରୀମାନେ ଛାଡ଼ି ଦେଇଥିବାର ସୂଚନା ମିଳିଛି। ଏଆଇଏସ ଏଫ୍ ର ଅଭିନବ ଉପାୟରେ ବନ୍ଦ ପାଳନ କରାଯାଇଛି ଚାନ୍ଦବାଲି ଭଦ୍ରକ ମୁଖ୍ୟ ରାସ୍ତା ଉପରେ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବାତ୍ୟା'ଗୁଲାବ' ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ଝଡ଼ ବର୍ଷା ଜାରି ବଡ଼ବଡ଼ ଗଛ ଧରାଶାୟୀ ବିଦ୍ୟୁତ ସରବରାହ ଠପ୍

Mon Sep 27 , 2021
ପ୍ରଭାତ ସାହା(ମାଲକାନଗିରି)ତା:୨୭/୦୯ : ଗୁଲାବ ବାତ୍ଯା ପ୍ରଭାବରେ ଗତ କାଲି ସନ୍ଧ୍ଯା ୫ଟା ଠାରୁ ଆଜି ଦ୍ୱିପ୍ରହର ପର୍ଯ୍ୟନ୍ତ ଝଡ ବର୍ଷା ମାଲକାନଗିରି ଜିଲ୍ଲାରେ ଲାଗି ରହିଛି । ରାତ୍ର ୩ ଘଣ୍ଟିକା ସମୟରୁ ସକାଳ ୫ ଘଣ୍ଟିକା ପର୍ଯ୍ୟନ୍ତ ପ୍ରବଳ ବେଗରେ ପବନ ପ୍ରବାହିତ ।ହେବା ସାଙ୍ଗକୁ ମୂଶଳ ଧାରାରେ ବର୍ଷା ହେବା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ ବଡ ବୃକ୍ଷ ଉପୁଡି ପଡି ଧରାଶାୟୀ ହୋଇ […]

You May Like

Pin It on Pinterest