ନରେନ୍ଦ୍ରପୁର ପଞ୍ଚାୟତ ନଛିବିନ୍ଧା ଗାଁରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର

ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୨୮/୯-ପିରାହାଟ ଥାନା ଅଧୀନ ନରେନ୍ଦ୍ରପୁର ପଂଚାୟତ ନଛିବିନ୍ଧା ଗାଁରେ ଜଣେ ମହିଳାଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ ଆଧାରରେ ଘଟଣା ସ୍ଥଳରେ ପିରାହାଟ ଥାନା ପୋଳିସ ପହଁଚି ଶବକୁ ଜବଦ କରିବା ସହ ତଦନ୍ତ ଆରମ୍ଭ କରିଛି ।

ମୃତ ମହିଳାଙ୍କ ହେଉଛନ୍ତି ସ୍ଥାନୀୟ ଘଂଟେଶ୍ଵର ବାଲିପଦା ଗାଁର ରମାକାନ୍ତ ନାୟକଙ୍କ ଝିଅ କବିତା ରାଉଳ ବୋଲି ସୂଚନା ମିଳିଛି । ମୃତ ମହିଳାଙ୍କ ସ୍ବାମୀ ଶଶଧର ରାଉଳ କଟକରେ ଏକ ସଂସ୍ଥାରେ ସିକୁରିଟ ଗାର୍ଡ଼ ଭାବେ କାର୍ଯ୍ୟ କରନ୍ତି । ମୃତ ମହିଳାଙ୍କର ଗୋଟିଏ ପୁଅ ଓ ଝିଅ ଥିବାର ସୂଚନା ମିଳିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାରେ ବିସ୍ଫୋରଣ...

Tue Sep 28 , 2021
କୋଣାର୍କ(ସୋମ୍ୟରଞ୍ଜନ):ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାରେ ବିସ୍ଫୋରଣ ହୋଇ ଥାନାର ଛାତ ଉଡ଼ିଯାଇଛି।ଥାନାର ସେଣ୍ଟ୍ରି ସରୋଜ ବେହେରା ଏହି ବଡ଼ ଦୁର୍ଘଟଣାରୁ ସୌଭାଗ୍ୟ ବଶତଃବର୍ତ୍ତି ଯାଇଛନ୍ତି। ପୁରୀ ଏସ୍‌ପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।କେଉଁ କାରଣରୁ ବିସ୍ଫୋରଣ ହେଲା, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।ଏହି ବିସ୍ଫୋରଣରେ ଥାନାଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଅନେକ କାଗଜପତ୍ର ଓ ଆସବାବପତ୍ର ନଷ୍ଟ ହୋଇଯାଇଛି।ସୂଚନା ଅନୁଯାଇ,ଥାନାର ମାଲଖାନାରେ ଜବତ […]

You May Like

Pin It on Pinterest