
ଢେଙ୍କାନାଳ(ଦୁଃଶାସନ ପୃଷ୍ଟି)ଭୁବନ ଥାନା ଓଡିଶ ଓ ଆଖପାଖ ଅଂଚଳ ରେ ଥିବା ବୁଦିଦୁକିଆ ଜଙ୍ଗଲ ରେ, କାଜୁ ଜଙ୍ଗଲରେ ଲୁହା ଆଙ୍ଗଲ୍ ପଡିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା|. ରବିବାର ରାତି ରେ ଆଙ୍ଗଲ୍ ସହ ଓଡିଶ ମେଡିକାଲ ନିକଟସ୍ଥ କାଜୁ ଜଙ୍ଗଲରୁ ଟ୍ରକ ଜବତ କରିଥିଲେ |
ସୋମବାର ସକାଳୁ ଛାନ ଭିନ କରି ଓଡିଶ ମଠ ପରିସରରେ ଅନଲୋଡ଼ ହୋଇଥିବା ପ୍ରାୟ ପନ୍ଦର ଟନ ଲୁହା ଆଙ୍ଗେଲ ଏବଂ ସେହି ଲୁହା କୁ ପାଞ୍ଚିମବଂଗ ଚାଲାଣ ନିମନ୍ତେ ଆସିଥିବା ଏକ ଟ୍ରକ କୁବାରୁଆଁ ଛକ ରୁ ଜବତ କରିଥିଲା | ପୋଲିସ ସୂତ୍ର ରୁ ଜଣା ଯାଏ ଯେ ଢେଙ୍କାନାଳ ର ଅମିତ ବେହେରା ଙ୍କ ଠାରୁ ମଠଖୋକସା ଗ୍ରାମ ର ଆରତୀ ରାଉତ ଙ୍କୁ ବିକ୍ରୀ କରିଥିଲେବି କାଗଜାତ ଶେଷ ହୋଇନଥିଲା.. ଫଳରେ ମୁଲ ମାଳିକ ଯେତେବେଳେ ଜାଣିଲେ ତାଙ୍କ ଟ୍ରକ ରେ ଚୋରୀ କାମ ହେଉଛି |
ସେତେବେଳେ ସେ ଭୁବନ ଥାନା ର ଆଶ୍ରୟ ନେଲେ.. ପୋଲିସ ସାହାଯ୍ୟରେ ଗାଡି ଲୁହା ଆଙ୍ଗେଲ ଠାବ କରି ଭୁବନ ଥାନା କୁ ଆଣିଥିଲେ… ଚୋରା ଲୁହା କୁ ନେବା ପାଇଁ ପଶ୍ଚିମବଂଗର ଏକ ଟ୍ରକ ଠିଆ ହୋଇଥିବା ବେଳେ ପୋଲିସ ମଧ୍ୟ୍ୟ ସେ ଟ୍ରକ କୁ ଅଟକ ରଖିଛି… ଆଦ୍ୟାବଧିଲିଖିତ ଏତଲା ହୋଇନାହିଁ.. ତେବେ ସନ୍ଦେହ ରେ ଦୁଇଜଣ ଙ୍କୁ ଅଟଳ ରଖି ପଚରା ଉଚରା ଜାରି ରଖିଛି ପୋଲିସ |