ବାତ୍ୟା’ଗୁଲାବ’ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ଝଡ଼ ବର୍ଷା ଜାରି ବଡ଼ବଡ଼ ଗଛ ଧରାଶାୟୀ ବିଦ୍ୟୁତ ସରବରାହ ଠପ୍

ପ୍ରଭାତ ସାହା(ମାଲକାନଗିରି)ତା:୨୭/୦୯ : ଗୁଲାବ ବାତ୍ଯା ପ୍ରଭାବରେ ଗତ କାଲି ସନ୍ଧ୍ଯା ୫ଟା ଠାରୁ ଆଜି ଦ୍ୱିପ୍ରହର ପର୍ଯ୍ୟନ୍ତ ଝଡ ବର୍ଷା ମାଲକାନଗିରି ଜିଲ୍ଲାରେ ଲାଗି ରହିଛି । ରାତ୍ର ୩ ଘଣ୍ଟିକା ସମୟରୁ ସକାଳ ୫ ଘଣ୍ଟିକା ପର୍ଯ୍ୟନ୍ତ ପ୍ରବଳ ବେଗରେ ପବନ ପ୍ରବାହିତ ।ହେବା ସାଙ୍ଗକୁ ମୂଶଳ ଧାରାରେ ବର୍ଷା ହେବା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ ବଡ ବୃକ୍ଷ ଉପୁଡି ପଡି ଧରାଶାୟୀ ହୋଇ ପଡିଥିବା ଦେଖିବାକୁ ମିଳିଛି ।

ଫଳରେ ବିଦ୍ଯୁତ ସରବରାହ ସଂପୂର୍ଣ୍ଣ ବନ୍ଦ ରହିଛି । ପବନ ବହିବା ଯୋଗୁଁ ମାଲକାନଗିରି ଜିଲ୍ଲା ସଦର ମହକୁମାର ସାପ୍ତାହିକ ହାଟ, ଏସପିଙ୍କ ବାସ ଭବନ,ଟେକଗୁଡା ସାହି, ଏମଭି-୮୪,ମହୁପଦର ବଣ୍ଡାଘାଟିର କିଛି ଅଞ୍ଚଳ, କାଲିମେଳାଆଦି ଅଞ୍ଚଳରେ ବଡ ବଡ ଗଛ ଉପୁଡି ପଥ ଅବରୋଧ ହେବା ସହ ବିଦ୍ଯୁତ ତାର ଉପରେ ପଡି ଖୁଣ୍ଟ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ବିଦ୍ଯୁତ ତାର ଛିଣ୍ଡି ଯିବାରୁ ୧୮ ଘଣ୍ଟା ହେଲା ବିଦ୍ଯୁତ ସମଗ୍ର ଜିଲ୍ଲାରେ ବିଛିନ୍ନ ରହିଛି l

ଓଡ୍ରାଫଦଳ ଗଛ କାଟି ପଥ ପରିସ୍କାର କରୁଥିବା ଜଣା ପଡିଛି । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ୩୭୨.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରି ବ୍ଲକରେ ୪୪.୧ ମିମି,ମାଥିଲି ବ୍ଲକରେ ୩୪.୦ମିମି,ଖଇରପୁଟ ବ୍ଲକରେ ୫୭.୦ ମିମି,ଚିତ୍ରକୋଣ୍ଡା ବ୍ଲକରେ ୧୦୭.୦ ମିମି,କୋରୁକୋଣ୍ଡା ବ୍ଲକରେ ୫୩.୦ ମିମି,କାଲିମେଳା ବ୍ଲକରେ ୩୬.୦ ମିମି ଓପଡିଆ ବ୍ଲକରେ ୪୧ ମିମି ବର୍ଷା ଆଜି ରେକର୍ଡ କରା ଯାଇଛି । ବର୍ତ୍ତମାନ ବାତ୍ଯା ମାଲକାନଗିରି ଆକାଶ ପଥ ଦେଇ ଛତିଶଗଡ ମୁହାଁ ହୋଇଥିବା ପରିଲିକ୍ଷିତ କରାଜାଇଛି ।

ବାତ୍ଯା ଗୋଲାବ ର ପ୍ରଭାବରେ ଜନ ଜୀବନ ହାନି ନହେବା ପାଇଁ ଜିଲ୍ଲା ପ୍ରଶାସନ ଗତ କାଲି ଠାରୁ ମାଟି ଘରେ ରହୁଥିବା ପରିବାର ତଥା ନଦୀ ଅବବାହିକାରେ ରହୁଥିବା ତଳିଆ ଅଞ୍ଚଳର ମୋଟ ୧୦୦୮୮ ଜଣ ଲୋକଙ୍କୁ ବିଭିନ୍ନ ବାତ୍ଯା ଆଶ୍ରୟ ସ୍ଥଳରେ ସୁରକ୍ଷା ପ୍ରଦାନ କରିବା ସହ ଜିଲ୍ଲାର ୧୩୯ ଜଣ ଗର୍ଭବତୀଙ୍କୁ ଆଣି ମା ଗୃହରେ ରଖାଯାଇଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ସେମାନଙ୍କ ପାଇଁ ଗତ କାଲି ଠାରୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ଯର ମଧ୍ଯ ବ୍ଯବସ୍ଥା କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଞ୍ଚାୟତ ଦୋହରା ପାଟଣା ନିକଟରେ କୁମ୍ଭୀର ଆତଙ୍କ....

Mon Sep 27 , 2021
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୨୭\୯-ବାତ୍ୟା ଗୁଲାବ ପ୍ରଭାବରେ ଉପରମୁଣ୍ଡରେ ବର୍ଷା ଓ ଧାମରା ମୁହାଣ ନିକଟରେ ସମୁଦ୍ର ଅଶାନ୍ତ ରହିବା ଫଳରେ ଚାନ୍ଦବାଲି ବ୍ଲକର ବୈତରଣୀ ନଦୀ ସମେତ ସମସ୍ତ ନଦୀ ଉଛୁଳା ରହିଛି। ଫଳରେ ନଦୀରେ ସନ୍ତରଣ କରୁଥିବା ହିଂସ୍ର କୁମ୍ଭୀର ନଦୀପଠା ସମେତ ଅନେକ ଗାଁ ନିକଟରେ ଶୋଇ ରହୁଛନ୍ତି। ଆଜି ସକାଳୁ ଆରଡି ନିକଟସ୍ଥ ଦୋହରା ଗାଁ ନିକଟସ୍ଥ ବୈତରଣୀ ନଦୀପଠାରେ କେତେକ ଘୁଷୁରୀ ଚରୁଥିବା ବେଳେ ଗୋଟେ […]

You May Like

Pin It on Pinterest