ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାରେ ବିସ୍ଫୋରଣ…

କୋଣାର୍କ(ସୋମ୍ୟରଞ୍ଜନ):ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାରେ ବିସ୍ଫୋରଣ ହୋଇ ଥାନାର ଛାତ ଉଡ଼ିଯାଇଛି।ଥାନାର ସେଣ୍ଟ୍ରି ସରୋଜ ବେହେରା ଏହି ବଡ଼ ଦୁର୍ଘଟଣାରୁ ସୌଭାଗ୍ୟ ବଶତଃବର୍ତ୍ତି ଯାଇଛନ୍ତି।

ପୁରୀ ଏସ୍‌ପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।କେଉଁ କାରଣରୁ ବିସ୍ଫୋରଣ ହେଲା, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।ଏହି ବିସ୍ଫୋରଣରେ ଥାନାଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଅନେକ କାଗଜପତ୍ର ଓ ଆସବାବପତ୍ର ନଷ୍ଟ ହୋଇଯାଇଛି।ସୂଚନା ଅନୁଯାଇ,ଥାନାର ମାଲଖାନାରେ ଜବତ ବିସ୍ଫୋରକ ସାମଗ୍ରୀ ରଖାଯାଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁଖ୍ୟମନ୍ତ୍ରୀଙ୍କ ଗଜପତି ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ସ୍ଥିର....

Tue Sep 28 , 2021
ବାସ୍ତବବ୍ୟୁରୋ(ଭୁବନେଶ୍ୱର):ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ, ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ବୁଧବାର ଭୁବନେଶ୍ୱର ଫେରିବେ ।ଏହା ପରେ ଅକ୍ଟୋବର ୪ ତାରିଖରେ ଗଜପତି ଓ ୮ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଏହି ଦୁଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଅକ୍ଟୋବର ୪ ତାରିଖରେ ଗଜପତି ଜିଲ୍ଲାରେ […]

You May Like

Pin It on Pinterest