
ପ୍ରଭାତ ସାହା(ମାଲକାନଗିର)ମାଲକାନଗିରି ଜିଲ୍ଲାଏମ ଭି୧୭ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭାଲୁ କୁ ଧରିବା ପାଇଁ ଲଗା ହୋଇଥିବା ବିଜୁଳି ପୂର୍ଣ ତାର ଜାଲରେ ଭାଲୁ ବଦଳରେ ଜଣେ ବ୍ୟକ୍ତିର ଜୀବନ ଚାଲିଗଲା । ଘଟଣାରୁ ପ୍ରକାଶ ଏମ ଭି ୧୭ ଗ୍ରାମରେ ଥିବା ମିକ୍ସଚର ଫେକ୍ଟଟ୍ରି ସହିତ ସେହି ଆଖ ପାଖରେ ଥିବା ଜମି ଓ ଗାଁ ଭିତରେ ମଧ୍ୟ ଜଙ୍ଗଲରୁ ଗୋଟେ ଭାଲୁ ଆସି ଅନେକ କ୍ଷତି ଘଟାଉଥିଲା।
ଏ ସମ୍ପର୍କରେ ବନ ବିଭାଗକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବନ ବିଭାଗ ଏ ସମ୍ପର୍କରେ କର୍ଣ୍ଣପାତ କରୁ ନଥିଲେ ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ଏହି କ୍ଷୟକ୍ଷତି ରୁ ବଞ୍ଚିବା ପାଇଁ ମିକ୍ସଚର ଫ୍ୟାକ୍ଟଟ୍ରି ର ମାଲିକ ରାତିରେ ନିଜ ଘର ଚାରି ପଟେ ଏକ ବିଜୁଳି ପ୍ରବାହିତ ତାର ବା ଜାଲ ବିଛାଇ ଥିଲେ । ଦୁର୍ଭାଗ୍ୟ ବଶତଃ ସେହି ଜାଲରେ ପାଲକୋଣ୍ଡା ଗ୍ରାମର ଜଣେ ମହିଳା ଉରେ ମାଡ଼ି ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିବା ସହ ସ୍ୱାମୀ ଦେବେ ମାଡ଼ି ବଞ୍ଚାଇବାକୁ ଯାଇ ଆହତ ହୋଇଥିଲେ ।
ଏହି ସ୍ୱାମୀ ସ୍ତ୍ରୀ ଦୁହେଁ ସେହି ମିକ୍ସଚର ଫ୍ୟାକ୍ଟଟ୍ରି କୁ କାଠ ଯୋଗାନ୍ତି କିନ୍ତୁ ଆଜି ସେହି ଘର ଚାରି ପଟେ ବିଜୁଳି ପ୍ରବାହିତ ତାର ଲଗା ହୋଇଥିବା ସେମାନେ ଜାଣି ନଥିଲେ। ଯାହାଫଳରେ ଏପରି ଦୁର୍ଘଟଣା ଘଟି ଜଣଙ୍କ ଜୀବନ ଚାଲି ଯାଇଥିଲା । ତେବେ ବନ ବିଭାଗର କାର୍ଯ୍ୟ ରେ ଅବହେଳା ଓ ମିକ୍ସଚର ଫ୍ୟାକଟ୍ରି ମାଲିକର ଏଭଳି କାରନାମା ଯୋଗୁଁ ଜଣେ ନିରୀହ ଗ୍ରାମବାସୀଙ୍କ ଜୀବନ ଚାଲିଯିବା ଯୋଗୁଁ ଜନ ସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।