
ଆଶିଷ ନାୟକ(ରାଜକନିକା)କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଶୈଳେନ୍ଦ୍ର ନାରାୟଣ ଭଂଜ ଦେବ କଲେଜ ରେ ଲଘୁଚାପ ଜନିତ ବର୍ଷା ପାଣି ଜମି ରହିଛି |କଲେଜ ଗେଟ୍ ଠାରୁ ଆରମ୍ଭ କରି କଲେଜ କ୍ୟାମ୍ପସ୍ ପରିସରରେ ପ୍ରାୟ ତିନି ଫୁଟ ରୁ ଉର୍ଦ୍ଧ ପାଣି | ବର୍ତ୍ତମାନ ସୁଧା ସ୍ଥାୟୀ ସମାଧାନ ହୋଇପାରିନାହିଁ ବରଂ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶୈଳେନ୍ଦ୍ର ନାରାୟଣ ଭଂଜ ଦେବ କଲେଜ ର ଛାତ୍ର ଛାତ୍ରୀ ମାନେ |
୫୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରେ ନିର୍ମାଣ ହୋଇଥିବା ଡ୍ରେନେଜ୍ ବର୍ତ୍ତମାନ ଅଧାପନ୍ତରିଆ ଭାବେ ପଡି ରହିଛି ଓ ଏହାର କାର୍ଯ୍ୟ ନିମ୍ନମାନର ହୋଇପଡିଛି ତେଣୁ କଲେଜ ର ଛାତ୍ର ଛାତ୍ରୀ ମାନେ ସ୍ଥାୟୀ ସମାଧାନ ପାଇଁ କଲେଜ ର ଛାତ୍ର ଛାତ୍ରୀ ମାନେ କଟକ ଚାନ୍ଦବାଲି ମୁଖ୍ୟ ରାଜପଥକୁ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି |
ଶହ ଶହ ସଂଖ୍ୟାରେ ଯାନବାହାନ ଅଟକ ରହିଛି ଓ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଘଟଣା ସ୍ଥଳରେ ରାଜକନିକା ଥାନାର ଆଇ ଆଇ ସି ଶ୍ରୀ ଯୁକ୍ତ ଉମାକାନ୍ତ ନାୟକ ଓ କନିକା ତହସିଲଦାର ପ୍ରେମାନନ୍ଦ ବେହେରା ପହଞ୍ଚିଲେ ଓ ଜେସିବ୍ ଲଗାଇ ଡ୍ରେନେଜ୍ ର ଖନନ କାର୍ଯ୍ୟ ଆରମ୍ଭ କରି ଛନ୍ତି ଓ ଛାତ୍ର ଛାତ୍ରୀ ମାନେ ନିଜର ଜିଦ୍ ରେ ଅଟଳ ରହି ଛନ୍ତି |

ଶେଷରେ ରାଜକନିକା ଥାନାର ଆଇ ଆଇ ସି ଶ୍ରୀ ଯୁକ୍ତ ଉମାକାନ୍ତ ନାୟକ ଓ କନିକା ତହସିଲଦାର ପ୍ରେମାନନ୍ଦ ବେହେରା କେନ୍ଦ୍ରାପଡା ଜିଲ୍ଲାର ଉପଜିଲ୍ଲାପାଳ ଶ୍ରୀ ଯୁକ୍ତ ନିରଂଜନ ବେହେରା ଙ୍କ ସହିତ ଆଲୋଚନା କରିଥିଲେ ଏବଂ ତାଙ୍କ ନିର୍ଦ୍ଦେଶ କ୍ରମେ ଶୈଳେନ୍ଦ୍ର ନାରାୟଣ ଭଂଜ ଦେବ କଲେଜ ର ଛାତ୍ର ଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଛାତ୍ର ଛାତ୍ରୀ ମାନେ ରାସ୍ତା ଅବରୋଧ ରୁ ଉଠିଥିଲେ ଏବଂ ଯାନବାହାନ ଚଳାଚଳ ହୋଇଥିଲା |



