‘ଯୁବ ବିକାଶ’ ସଂଗଠନର ନିଆରା ପ୍ରୟାସ….

ପ୍ରଶାନ୍ତ କୁମାର ଦାସ (ବାଲିଆପାଳ) ‘ଯୁବ ବିକାଶ’ ସଂଗଠନତରଫରୁ ବନ୍ୟା ରେ ଦୀର୍ଘ ଦିନ ଧରି ବୁଡି ରହିଥିବା ଏବଂ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବା ବାଲିଆପାଳ ବ୍ଲକ୍ ଅସ୍ତି ପଞ୍ଚାୟତର ପଳାଚମ୍ପି ଗାଁ ରେ ତିନିଦିନ ରନ୍ଧା ଖାଦ୍ୟ ବଣ୍ଟନ କରାଗଲାବାଲିଆପାଳ ବ୍ଲକର ଅସ୍ତୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଳାଚମ୍ପି ଗ୍ରାମରେ ବନ୍ୟା ବିପନ୍ନ ଲୋକଙ୍କୁ ତିନିଦିନ ଧରି ବାଲେଶ୍ଵର ଯୁବ ବିକାଶ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି।

ଯୁବ ବିକାଶ’ ସଂଗଠନର ସ୍ୱଛାସେବୀ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ସହଯୋଗରେ ବାଲେଶ୍ଵର ଯୁବ ବିକାଶ ସଂଗଠନର ର ମୁଖ୍ୟ ଗୋବିନ୍ଦ ଦଳାଇ , ବସନ୍ତ ଦଳାଇ ଏବଂ ନିମାୟ ଚରଣ ପ୍ରଧାନ ଉକ୍ତ ବନ୍ୟା ପ୍ରଭାବିତ ଗ୍ରାମକୁ ଯାଇ ଲୋକ ମାନଙ୍କର ସ୍ଥିତି ଅନୁଧ୍ୟାନ କରି ଥିଲେ। ସ୍ଥିତି ଅନୁଧ୍ୟାନ ଏକ ସାଧାରଣ ବୈଠକ କରି କହିଥିଲେ।

ଲୋକମାନଙ୍କର ଆର୍ଥିକ ମାନଦଣ୍ଡ ର ବୃଦ୍ଧି ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ଆଲୋଚନା ପରେ ଉକ୍ତ ଗ୍ରାମରେ ୩୫୦ ଜଣ ଲୋକଙ୍କୁ ତିନିଦିନ ରନ୍ଧା ଖାଦ୍ୟ ଦେବାର ସିଦ୍ଧାନ୍ତ ହୋଇ ଶନିବାର ଠାରୁ ସୋମବାର ଯାଏ ସଂଗଠନ ତରଫରୁ ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହା ଛଡ଼ା ଅସ୍ତୀ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ପଲିଥିନ ବଣ୍ଟନ କରାଯାଇଛି। “ଯୁବ ବିକାଶ ସଂଗଠନ”ର ଏଭଳି ମହତ୍ କାର୍ଯ୍ୟ ପାଇଁ ଏ ଅଞ୍ଚଳର ବୁଦ୍ଧିଯୀବି ମାନଙ୍କ ତରଫରୁ ଭୂରିଭୂରି ପ୍ରଶଂସା କରାଯାଉଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପଟ୍ଟାୟତ ସାହୁଙ୍କ ଦିର୍ଘ ୪୦ ବର୍ଷର ଅନବରତ କଠିନ ପରିଶ୍ରମ ଓ ନିଷ୍ଠାର ଔଷଧୀୟ ବୃକ୍ଷ ବଣ....

Tue Sep 28 , 2021
ଦୀପକ ସାହୁ(କଳାହାଣ୍ଡି)କଥାରେ ଅଛି ଧାର୍ଯ୍ୟଓ ଏକାଗ୍ରତାର ସହ କୌଣସି ପରିଶ୍ରମ ର ମୂଲ୍ୟ କେବେ ବେକାର ଯାଏନା । ଆମେ ଆଜି ଏମିତି ଜଣେ କର୍ମ ବୀରଙ୍କ କଥା କହୁଚୁ ଯିଏ, ଦୀର୍ଘ ୪୦ ବର୍ଷର ଅନବରତ ପରିଶ୍ରମ ନିଷ୍ଠା ଦ୍ୱାରା ସୃଷ୍ଟି କରିଛନ୍ତି ଏକ ଔଷଧୀୟ ବୃକ୍ଷବଣ ।ଏ ହେଉଛନ୍ତି ନାନ୍ଦୋଳ ଗାଁର ପଟ୍ଟାୟତ ସାହୁ । ଯୁବାବସ୍ଥାରୁ ପଟ୍ଟାୟତ ନିଜର ପେଶା ରୂପେ ଔଷଧୀୟ ବଗିଚା ତିଆରି […]

You May Like

Pin It on Pinterest