ଆସନ୍ତାକାଲିଠୁ +୨ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ +୨ ପରୀକ୍ଷା । ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ବିଭ୍ରାଟ ଦେଖା ଦେଇଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ସେଣ୍ଟ୍ରାଲ ଜୋନ ସହ ବ୍ରହ୍ମପୁର, ସମ୍ବଲପୁର ଓ ବାରିପଦା ଭଳି ୪ ଟି କେନ୍ଦ୍ରରେ ସ୍ବାର୍ଡ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ପାଇଁ ୨୦୨ଟି ହବ କରାଯାଇଛି । ପ୍ରତିଦିନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନ ପଠାଯିବ । । ଏହା ସହ ଜିଲ୍ଲା ସ୍ତରରେ ମଧ୍ୟ କୋଡିନେଟରମାନେ ସ୍କାଡରେ ଯିବେ । ମୋଟ୍ ୧୦୯୧ଟି ସେଣ୍ଟରରେ ପରୀକ୍ଷା ପରିଚାଳନା କରାଯିବା ଏବଂ ସମସ୍ତ ସେଣ୍ଟରେ ସିସିଟିଭି ମଧ୍ୟ ଲଗାଯାଇଛି । ତେବେ । ଚଳିତ ବର୍ଷ ମୋଟ୍ ୩ ଲକ୍ଷ ୬୯ ହଜାର ୫୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । କଳାରେ ୨ଲକ୍ଷ ୩୫ ହଜାର ୧୮୩ ଜଣ, ବିଜ୍ଞାନରେ ୯୯ ହଜାର ୧୧୮, ବାଣିଜ୍ୟରେ ୨୭ ହଜାର ୨୭୮ ଓ ଭୋକେସନାଲରେ ୮୦୫୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ତେବେ ଏଥର ପରୀକ୍ଷା କେନ୍ଦ୍ର ମଧ୍ୟକୁ ହାତଘଣ୍ଟା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ୩୦ ତାରିଖ ପର‌୍ୟ୍ୟନ୍ତ ଚାଲିବ ପରୀକ୍ଷା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚଳନ୍ତା କାରରେ ଡ଼ାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ !

Wed Mar 6 , 2019
ବାରଣାସୀ: ଚଳନ୍ତା କାରରେ ଗଣଦୁଷ୍କର୍ମ । ଏମିତି ଏକ ଅଭାବନୀୟ ଓ ନିନ୍ଦନୀୟ ଘଟଣା ଘଟିଛି ବାରଣାସୀ ଅଞ୍ଚଳରେ । ସାଗର ଯାଦବ ନାମକ ଜଣେ ଛାତ୍ର ଓ ତାଙ୍କ ଦୁଇ ସାଙ୍ଗଙ୍କ ସହ ମିଶି ଏପରି କୁକାର୍ଯ୍ୟ କରିଥିବା ଅଭିଯୋଗ ଆସିଛି । ସୂଚନା ଅନୁଯାୟୀ ସାଗର ତାର ସାଙ୍ଗ ମାନଙ୍କ ସହ ମିଶି ବାରଣାସୀରେ ରହି ଆସୁଥିଲେ । ଏବଂ କଛିି ଚାକିରି ପାଇଁ ପ୍ରସ୍ତୁତି ଚଳାଉଥିଲେ […]
rape

You May Like

Pin It on Pinterest