ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୬୫ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୯୨କୁ ବୃଦ୍ଧି ପାଇଛି । ୫୬୫ ସଂକ୍ରମିତଙ୍କ ମଧ୍ୟରୁ ୬୩ ଜଣ ୧୮ ବର୍ଷରୁ କମ୍ ବର୍ଗର। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୫୮୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୫୧୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୧୨୧୧୬ଜଣ ସୁସ୍ଥ ହୋଇଛନ୍ତି ।
ଆସନ୍ତା ୪ ତାରିଖରେ ଗଜପତି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁର୍ବରୁ ଅକ୍ଟୋବର ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ବାତ୍ୟା ଓ ବର୍ଷା ପାଇଁ ତାହାକୁ ଘୁଞ୍ଚାଇ ଦିଆଯାଇଥିଲା। ଯାହାଫଳରେ ଏହି ଗ୍ରସ୍ତକୁ ଆସନ୍ତା ୪ ତାରିଖରେ ରଖାଯାଇଛି ।ସେହିପରି ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ମଧ୍ୟ ଅଛି ।
ଆଜିଠାରୁ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା’ ବିମଳାଙ୍କ ପୀଠରେ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା । ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯିବ । ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡିଆ ପ୍ରଦାନ କରିବେ। ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ଏହି ଗୁଆ ନଡ଼ିଆ ବ୍ରାହ୍ମଣ ମାନଙ୍କୁ ଦେଇ ବରଣ କରିଵେ ।
ରାତି ପାହିଲେ ପିପିଲି ଉପନିର୍ବାଚନ ଲାଗି ହେବ ଭୋଟଗ୍ରହଣ । ଏନେଇ ପ୍ରସ୍ତୂତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ପୋଲିଂ ପାର୍ଟି ବୁଥ୍ରେ ପହଞ୍ଚି ସାରିଛନ୍ତି । ଆସନ୍ତା କାଲି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ।
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ବ୍ୟାପିଛି । ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଶେଷ ଉତ୍ତର ଓ ଉପକୂଳ ଓଡ଼ିଶାରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ସୂଚନା ଦେଇଛନ୍ତି ।
ଆଜି ପବିତ୍ର ମୂଳାଷ୍ଟମୀ । ଆଜି ଠାରୁ ଜଗତସିଂହପୁର ଜିଲା ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ପାର୍ବଣ ପୂଜା । କେବଳ ଶାରଳା ନୁହନ୍ତି ସବୁ ଦେବୀ ପୀଠାରେ ଆରମ୍ଭ ହୋଇଛି ପାର୍ବଣ ପୂଜା ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୭ ଲକ୍ଷ ୧୬ ହଜାର ୪୫୧ରେ ପହଁଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୭ ହଜାର ୭୫୧ରେ ପହଞ୍ଚିଛି । ଏବେ ଦେଶରେ ୨୮୨୫୨୦ ସକ୍ରିୟ ମାମଲା ରହିଥିବା ବେଳେ ୩୨୯୮୬୧୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଦେଶରେ ପାର୍ବଣ ଋତୁରେ କୋଭିଡ୍ ସଂକ୍ରମଣ ବଢ଼ିବା ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖି ସତର୍କ କରାଇଛନ୍ତି। ପାର୍ବଣ ପରେ ଯେମିତି ସଂକ୍ରମଣ ନବଢ଼େ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାର କହିଛନ୍ତି।
ଦେଶରେ ପାର୍ବଣ ଋତୁ ଆସୁଥିବାରୁ କେନ୍ଦ୍ର ସରକାର କରୋନା କଟକଣାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରି ଦେଇଛନ୍ତି। ଏହା ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗୁ କଟକଣାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ଜାରି କରିଛି ଗାଇଡଲାଇନ୍ । ମେଳା ମହୋତ୍ସବ ସମୟରେ ଅଧିକ ଜନଗହଳି ହେଲେ, ତାହା ପୁଣି କରୋନା ସଂକ୍ରମଣ ବଢ଼ାଇବା ଆଶଙ୍କା ରହିଛି ।ଏଣୁ ପାର୍ବଣ ସମୟରେ ଯେପରି ଅଧିକ ଜନଗହଳି ନହୁଏ, ଲୋକମାନେ କୋଭିଡ ନିୟମାବଳୀ ପାଳନ କରନ୍ତି ତାହା ନିଶ୍ଚିତ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୩ କୋଟି ୩୫ ଲକ୍ଷ ୨ ହଜାର ୪୯୪ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୭ ଲକ୍ଷ ୭୭ ହଜାର ୬୭୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୨୧ କୋଟି ୨ ଲକ୍ଷ ୭୬ ହଜାର ୯୨ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୪ ଲକ୍ଷ ୫୦ ହଜାର ୭୩୨ଜଣ ଲୋକ ସକ୍ରିୟ ଅଛନ୍ତି ।
ଚୀନ୍ ଉତ୍ତରାଖଣ୍ଡରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛି । ଚୀନ୍ର ପାଖାପାଖି ୧୦୦ଜଣ ସୈନିକ ଭାରତୀୟ ସୀମାକୁ ଅତିକ୍ରମ କରି ଗତ ମାସରେ(୩୦ ଅଗଷ୍ଟ) ଉତ୍ତରାଖଣ୍ଡର ବାରାହୋତି ସେକ୍ଟରରେ ଅନୁପ୍ରବେଶ କରିଥିଲେ । ଏହାର କିଛି ସମୟ ପରେ ସେମାନ ଉକ୍ତ ଅଞ୍ଚଳରୁ ଫେରିଯାଇଥିଲା । ଏପିରିକି ଚୀନ୍ ସୈନିକମାନେ ନିଜ ସୀମାକୁ ଫେରିବା ସମୟରେ ଭାରତୀୟ ଅଞ୍ଚଳରେ ଥିବା ଏକ ପୋଲକୁ ଧ୍ୱଂସ କରିଥିବାର ସୂଚନା ମିଳିଛି । ତେବେ ଏହା ସତ କି ମିଛ ତାହା ଏବେ ଯାଏଁ ସ୍ପଷ୍ଟ ଭାବେ ଜଣାପଡିନାହିଁ ।