
ଦୁଃଶାସନ ପୃଷ୍ଟି(ଢ଼େଙ୍କାନାଳ):ହଳଦିଆ ବାହାଳ ଅଞ୍ଚଳରେ ଜାତୀୟ ରାଜପଥରେ ହାତୀପଲ ।ବହୁ ସମୟ ଧରି ହାତୀ ପଲ ରାସ୍ତା ପାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।୩୨ଟି ହାତୀ ଦଳ ଆଜି ରାସ୍ତା ଅତିକ୍ରମ କରୁଥିବା ବେଳେ କିଛି ସମୟ ପାଇଁ ରାସ୍ତାର ଯାନବାହାନ ଚଳା ଚଳ ଠପ ହୋଇଯାଇଥିଲା।ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟକଯାନବାହାନ,ବହୁସମୟ ଧରି ଅଟକି ରହିଥିଲା |
ଶେଷରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ହାତୀମାନଙ୍କୁ ଘଉଡାଇବା ପାଇଁ ଉଦ୍ୟମ ରଖିଥିଲେ। ଏହି ହାତୀ ପଲ ଗତ କିଛି ଦିନ ହେବ ଆଖପାଖ ଅଞ୍ଚଳରେ ଫସଲ ନଷ୍ଟ କରିବା ସହ ଉତ୍ପାତ ରଚାଉଛନ୍ତି । ସୂଚନା ଅନୁଯାଇ ଏବେ ସମ୍ପୃକ୍ତ ହାତୀପଲ ନିକଟସ୍ଥ ନିମିଧା ଜଙ୍ଗଲ ଅଞ୍ଚଳରେ ଅଛନ୍ତି ।