ଖରସ୍ରୋତା ସଂଗ୍ରାମ ସମିତି ଆନ୍ଦୋଳନର ସଂଗ୍ରାମୀ ମାନଙ୍କ ଜାମିନ ପରେ ସେମାନଙ୍କୁ ସମ୍ବର୍ଦ୍ଧନା…

ଆଶିଷ ନାୟକ(ରାଜକନିକା)ଖରସ୍ରୋତା ସଂଗ୍ରାମ ସମିତି ର ସଂଗ୍ରାମୀ ୨୪ଜଣଙ୍କ ମଧ୍ୟ ରୁ ୨୩ ଜଣ ଜେଲରୁ ଜାମିନ ରେ ଖଲାସ୍ ହୋଇଛନ୍ତି |ସେମାନଙ୍କୁ ଭାରିଗଦା ଗ୍ରାମ ପଞ୍ଚାୟତର ଅଚ୍ୟୁତ ପୁର ଗାଁ ରେ ଥିବା ମାଆ ଅନ୍ଧାର ଘରଣୀ ଠାକୁରାଣୀ ପୀଠ ସାମନାରେ ଖରସ୍ରୋତା ସଂଗ୍ରାମ ସମିତି ପକ୍ଷରୁ ପୁଷ୍ପମାଲ୍ଯ ଓ ଉତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି |

ସୂଚନା ଅନୁଯାଇ,କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀର ଉଭୟ ପାର୍ଶ୍ବରେ ଥିବା ଖରସ୍ରୋତା ନଦୀ ରୁ, ମଧୁର ପାନୀୟ ଜଳ ଯୋଗାଣ ପାଇଁ ଆଦାନି କମ୍ପାନୀ ର ୮୯୨କୋଟି ଟଙ୍କାର ବ୍ୟୟ ଅଟକଳ ରେ ମେଗା ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଛି |ଏହା ବସୁଧା ଯୋଜନାରେ ଭଦ୍ରକ ଜିଲ୍ଲା କୁ ଯୋଗାଣ ପାଇଁ ବିରୋଧ କରିଛନ୍ତି ଖରସ୍ରୋତା ସୁରକ୍ଷା ସଂଗ୍ରାମ ସମିତି ର ସଦସ୍ୟ ମାନେ |

କେନ୍ଦ୍ରାପଡା ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ରାତି ଅଧିଆ ଗିରଫ କରି କୋର୍ଟ ଚାଲାଣ କରିଥିଲେ, ୨୪ଜଣଙ୍କୁ ଏହି ୨୪ଜଣଙ୍କ ମଧ୍ୟ ରୁ ୨୩ ଜଣ ଖରସ୍ରୋତା ସଂଗ୍ରାମ ସମିତି ର ସଂଗ୍ରାମୀ ମାନେ ଜାମିନ ରେ ଖଲାସ୍ ହୋଇଛନ୍ତି |ଏହି ପରିପେକ୍ଷୀରେ ଆଜି ସଂଧ୍ୟା ରେ ସ୍ଥାନୀୟ ତ୍ରଇଲୋକ୍ୟପୁର ଗ୍ରାମ ପଞ୍ଚାୟତର ଆୟତନ ବଜାର ଠାରେ ସର୍ବଦଳୀୟ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା |

ଉକ୍ତ କାର୍ଯ୍ୟକ୍ରମରେ ସମ୍ପାଦକ ବିଧାନ ଦାସ ଙ୍କ ସଭାପତିତ୍ବରେ ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା ଓ ଦୋଳଗୋବିନ୍ଦ ନାୟକ, ମଂଗୁଳି ଚରଣ ବେହେରା,କାଳିପ୍ରସାଦ ନାୟକ, ସବିତା ବରଜ, ନଳିନୀ କାନ୍ତ ବେହେରା ଓ ତ୍ରଇଲୋକ୍ୟପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ଯୁକ୍ତ ପଙ୍କଜ କୁମାର ଦାସ ,ବାବୁରାମ ଜେନା ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଆନ୍ଦୋଳନ ଆହୁରି ତିବ୍ରତର କରିବା ସହିତ ଯୋରଦାର ପ୍ରସ୍ତୁତି କରିବା ପାଇଁ ଆଲୋଚନା କରିଥିଲେ ଏବଂ ଏହି ବୈଠକରେ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ !

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପିପିଲି ଉପନିର୍ବାଚନ ଆଜି ୩୪୮ଟି ବୁଥ୍ ରେ ଚାଲିଛି ଭୋଟ ଗ୍ରହଣ....

Thu Sep 30 , 2021
ବାସ୍ତବବ୍ୟୁରୋ:ଆଜି ପିପିଲି ଉପନିର୍ବାଚନ,୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଏହି ନିର୍ବାଚନରେ ।କୋଭିଡ୍‌ ଗାଇଡ୍‌ଲାଇନ୍ ମଧ୍ୟରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ଏହା,ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିବ ।ମୋଟ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ୩୪୮ଟି ବୁଥ୍ ରେ ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏହି ବୁଥ ଗୁଡିକ ମଧ୍ୟରୁ ୨୦୧ ଗୋଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି |ତେଣୁ […]

You May Like

Pin It on Pinterest