
ବାସ୍ତବବ୍ୟୁରୋ:ଆଜି ପିପିଲି ଉପନିର୍ବାଚନ,୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଏହି ନିର୍ବାଚନରେ ।କୋଭିଡ୍ ଗାଇଡ୍ଲାଇନ୍ ମଧ୍ୟରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ଏହା,ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିବ ।ମୋଟ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ୩୪୮ଟି ବୁଥ୍ ରେ ସେମାନଙ୍କ ମତ ସାବ୍ୟସ୍ତ କରିବେ।
ଏହି ବୁଥ ଗୁଡିକ ମଧ୍ୟରୁ ୨୦୧ ଗୋଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି |ତେଣୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।ଏହି ସମ୍ବେଦନଶୀଳ ବୁଥ୍ ଗୁଡ଼ିକ ମଧ୍ୟରୁ ୧୭୫ଟିରେ ୱେବ୍କାଷ୍ଟିଂ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି। ସେହିପରି ୨୩ଟି ବୁଥ୍ରେ ମାଇକ୍ରୋ ଅବଜରଭର୍ ମୁତୟନ ହୋଇଛନ୍ତି।
ସକାଳ ୬.୩୦ ରୁ ସକାଳ ୧୦ ଟା ଯାଏଁ ପ୍ରଥମ ପର୍ଯ୍ୟାୟ, ୧୦ ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଓ ଅପରାହ୍ନ ୧ଟାରୁ ଅପରାହ୍ନ ୪ ଟା ଯାଏଁ ତୃତୀୟ ପର୍ଯ୍ୟନ୍ତ ସମୟ ସ୍ଥିର କରାଯାଇଛି । ତେବେ ସକାଳ ୯ଟା ସୁଦ୍ଧା ୮.୯ପ୍ରତିଶତ ଭୋଟିଂ ହୋଇଥିବା ଜଣାପଡ଼ିଛି।



