
ଦୁଃଶାସନ ପୃଷ୍ଟି(ଭୁବନ )ଢେଙ୍କାନାଳ ଜିଲ୍ଲା ଭୁବନ ଥାନା, ବାରଚକିଆ ଟ୍ରକ ଓ ଲୁହା ଆଙ୍ଗେଲ ଓଡିଶ କାଜୁ ଜଙ୍ଗଲ ରୁ ଜବତ | ଓଡିଶ କାଜୁ ଜଙ୍ଗଲ ରୁ ଏକ ବାର ଚକିଆ ଟ୍ରକ ଜବତ କରା ଯାଇଥିଲା | ଏବଂ କଂସରଗଡା ଜଙ୍ଗଲରୁ ଚୋରା ଲୁହା ଆଙ୍ଗେଲ ଜବତ କରା ଯାଇଥିଲା | ଏକ ବିଶେଷ ସୂଚନା ରୁ ଜଣା ପଡି ଥିଲା ଏକ ବାର ଚକିଆ ଗାଡ଼ିରେ ଚୋରା ଲୁହା ଆଙ୍ଗେଲ ବିକ୍ରି କରା ଯାଉଛି |
ଖବର ପାଇ ଭୁବନ ଥାନା ଅଧିକାରୀ IIC ପ୍ରଶାନ୍ତ ପାତ୍ର ତୁରନ୍ତ ଅପରେସନ ଟିମ ଗଠନ କରିଥିଲେ |ଏହି ଅପରେସନ ଟିମ ରେ ମୁଖ୍ୟ ଦାଇତ୍ୱ ତୁଲାଇ ଥିଲେ ସବନିସ୍ପେସଟର ସୁକାନ୍ତି କେରକେଟି,ତାଙ୍କ ସହିତ ଥିଲେ ଆସିଷ୍ଟାଣ୍ଟ ସବନିସ୍ପେକଟର ପ୍ରଦୀପ କୁମାର ଶତପଥୀ, ହୋମ ଗାର୍ଡ ଜ୍ୟୋତିରଞ୍ଜନ ମହାନ୍ତି, ହୋମଗାର୍ଡ ବିଶ୍ୱଜିତ ଷଣ୍ଢ, କନେଷ୍ଟବଳ କାଳନ୍ଦୀ ଧର ବେହେରା, କନେଷ୍ଟବଳ ଅଶୋକ ସେଠୀ| ରାତି ୭-୩୦ ୧୧ ମିନିଟ ରୁ ଆରମ୍ଭ କରି ରାତି ୧୧ ପର୍ଯ୍ୟନ୍ତ ବହୁତ ଖୋଜା ଖୋଜି ପରେ ଲୁହା ଅଙ୍ଗେଲ ର ସନ୍ଧାନ ପାଇଥିଲେ ସବନିସ୍ପେକଟର ସୁକାନ୍ତି କେରକେଟି |
ସନ୍ଧାନ ପାଇଥିବା ସ୍ଥାନ କୁ ଚଢ଼ାଉ କରିଥିଲେ | ଜବତ କରିଥିବା ଲୁହା ଅଙ୍ଗେଲ ର ମୂଲ୍ୟ ପାଖା ପାଖି 14 ଲକ୍ଷ ଟଙ୍କା ହେବ | ବର୍ତମାନ ସୁଦ୍ଧା 4 ଜଣ ଦୁର୍ବତ୍ତ ଙ୍କୁ ଗିରଫ କରିବାରେ ସଫଳତା ମିଳିଛି ଭୁବନ ଥାନାକୁ | 4 ଜଣ ଦୁର୍ବୁତ୍ତ ହେଲେ ପ୍ରଦୀପ କୁମାର ସାହୁ, ସୁବାସ ସାହୁ, ଅଜିତ କୁମାର ପରିଡା, ଚନ୍ଦ୍ରମଣି ଜେନା| ବର୍ତ୍ତମାନ ମଧ୍ୟ ଅପରେସନ ଜାରି ରଖିଛି ଭୁବନ ଥାନା | ଏହି ରକେଟ ଗ୍ୟାଙ୍ଗ ରେ ଆଉ କେତେ ଜଣ ଜଡିତ ଅଛନ୍ତି ତାହା ବର୍ତ୍ତମାନ ଛାନ ଭିନ କରୁଛି ଭୁବନ ଥାନା |



