ଆଶିଷ ନାୟକ(ରାଜକନିକା) ଆଳି ଓ ରାଜକନିକା ମଧ୍ୟରେ ପ୍ରବାହିତ ହେଉଥିବା ଖରୋଶ୍ରୋତା ନଦୀରେ ରାଜ୍ୟ ସରକାରଙ୍କ ୮୯୨କୋଟି ଟଙ୍କାର ବସୁଧା ଯୋଜନାର ମେଘା ପନୀୟ ଜଳ ପ୍ରକଳ୍ପକୁ, ରାଜ୍ୟ ସରକାର ପୁଲିସ ଲଗାଇ ଜୋର ଜବର ଦସ୍ତ କରୁଛନ୍ତି ।ସେପଟେ କଂଗ୍ରେସ ମିଡିଆ ସେଲ ଅଧକ୍ଷ ସତ୍ୟପ୍ରକାଶ ନାୟକ ଏକ ପ୍ରେସ ମିଟ କରି ହାଇଦ୍ରାବାଦ ର ମିଛ ଆଇ ଆଇ ଟି ରିପୋର୍ଟ ର ଗୁମର ଖୋଲିଥିବା ବେଳେ ।ଏବେ ରାଜ୍ୟ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି ।
ଅନ୍ୟପଟେ ଖରୋଶ୍ରୋତା ସଂଗ୍ରାମ ସମିତିର ଆବାହକ ତଥା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା ରାଜକନିକା ଥାନାରେ ପହଂଚି ପୂର୍ବତନ ଜିଲ୍ଲାପାଳ ସମର୍ଥ ବର୍ମା ,ବର୍ତମାନ ଜିଲ୍ଲାପାଳ ଅମୃତି ଋତୁରାଜ ଏବଂ ପୂର୍ବତନ ଡ଼ିଏଫଓ ବିକାଶ ରଞ୍ଜନ ଦାଶ, ଲୋକଙ୍କ ବିଶ୍ୱାସ ହରାଇବା ତଥା ଚଞ୍ଚକତା କରି ହାଇଦ୍ରାବାଦର ରିପୋର୍ଟ ଆସିଛି କହି ଅଂଚଳ ବାସୀଙ୍କୁ ଜୁଳୁମ କରିବା, ଭିତର କନିକା ଜୈବି ବିବିଧତା ନଷ୍ଟ କରିବା ଉଦ୍ୟମରେ ଏବଂ ଅପରାଧିକ ଷଡଯନ୍ତ୍ର ମାମଲାରେ ଗିରଫ ଦାବିରେ ରାଜକନିକା ଥାନାର ଭାରପ୍ରାପ୍ତ ଅଧିକାରୀ ଉମାକାନ୍ତ ନାୟକଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ।