
ଦେବାଶୀସ ମିଶ୍ର (କଟକ):ଗାନ୍ଧୀ ଜୟନ୍ତୀ ଅବସରରେ ଓଡିଶା-ମୋ ପରିବାର, ଜୀବନ ବିନ୍ଦୁ ଆନୁକୂଲ୍ୟରେ କଟକ ନଗର ମହିଳା ବିଜୁ ଜନତା ଦଳ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର କଟକର ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର କୁ କଟକ-ବାରବାଟୀର ପୂର୍ବତନ ବିଧାୟକ ତଥା କଟକ ବିଜୁ ଜନତା ଦଳର ସଭାପତି ଶ୍ରୀ ଦେବାଶିଷ ସାମନ୍ତରାୟ ଫିତା କାଟି ଉଦଘାଟନ କରିଥୂଲେ।
ଅନ୍ୟମାନଙ୍କ ମଧ୍ଯରେ ସାଂସଦ ଶ୍ରୀ ସୁବାସ ସିଂ,ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ବିଶ୍ବାଳ,ବିଧାୟକ ଶ୍ରୀ ଦେବୀ ରଂଜନ ତ୍ରୀପାଠୀ, ବିଜେଡି ନେତା ଶ୍ରୀ ରଂଜନ ବିଶ୍ବାଳ,ପୂର୍ବତନ ମେୟର,କଟକ ମହାନଗର ନିଗମ ତଥା ସଭାନେତ୍ରୀ,କଟକ ଜିଲ୍ଲା ମହିଳା ବିଜୁ ଜନତା ଦଳ ଶ୍ରୀମତୀ ଅନିତା ବେହେରା,କଟକ ନଗର ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ପୂର୍ଣିମା ସିଂ,ବରିଷ୍ଠ ବିଜେଡି ନେତା ଶ୍ରୀ ମଧୁ ସାହୁ, ଶ୍ରୀ ଧର୍ମେଶ ନାୟକ,ଶ୍ରୀମତୀ ସୁଭଦ୍ରା ଦାସ ଯୋଗଦେଇ ରକ୍ତ ଦାନର ଆବଶ୍ଯକତା ବିଷୟରେ ସମସ୍ତ ରକ୍ତଦାତାମାନଂକୁ ଅବଗତ କରାଇଥିଲେ। କଟକ ମହାନଗର ନିଗମ ର ୨୧ ନଂ ଓ୍ଯାର୍ଡର ବିଜେଡି ସଭାପତି ଶ୍ରୀ ଅଶୋକ ଶର୍ମା ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ, ସମସ୍ତ କୋଭିଡ୍ କଟକଣାକୁ ପାଳନ କରାଯାଇଥିଲା।