ବାଙ୍କୀ ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଶତାଧିକ କର୍ମୀ ବିଜେପିରେ ମିଶିଲେ…

ବାସ୍ତବବ୍ୟୁରୋ:(ବାଙ୍କୀ)ପଂଚାୟତ ନିର୍ବାଚନକୁ ଆଖିରେ ରଖି ସବୁଦଳ ସଜବାଜ ଆରମ୍ଭ କରିସାରିଲେଣି ।ବୁଥ ସ୍ତରରୁ ଦଳର କର୍ମୀମାନଙ୍କୁ ନିଦରୁ ଉଠାଇବା ପାଇଁ ବିଜେଡି,ବିଜେପି ମଧ୍ୟରେ ଲାଗିଗଲାଣି ଛକାପଞ୍ଝା |ଏହି ପରିପେକ୍ଷୀରେ ବାଙ୍କୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁଇଁଚିଆ ଗ୍ରାମପଞ୍ଚାୟତର ମା’ ବନଦୁର୍ଗାଙ୍କ ପୀଠରେ ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ପୁଇଁଚିଆ ପଞ୍ଚାୟତର ଶତାଧିକ ବିଜେଡି ଓ କଂଗ୍ରେସର ଟାଣୁଆ କର୍ମୀ ଶଙ୍ଖ ଓ ହାତ ଛାଡି ଆପଣେଇଛନ୍ତି ପଦ୍ମକୁ ।ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ନେତୃତ୍ବରେ,ଏହି ମିଶ୍ରଣ ପର୍ବକୁ ସଫଳତାର ସହିତ ପରିଚାଳନା କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନରେ କିଭଳି ଏହି ପୁଇଁଚିଆ ପଞ୍ଚାୟତକୁ ବିଜେପି ଦଖଲ କରିବ ସେ ନେଇ କର୍ମୀମାନଙ୍କ ସହ ଖସଡ଼ା ପ୍ରସ୍ତୁତ କରାଯାଇଥିଲା ।

କର୍ମୀମାନେ ଯେଉଁଭଳି ଭାବେ ବୁଥ୍ ସ୍ତରରୁ ସଠିକ୍ ଭାବେ କାର୍ଯ୍ୟ କରିବା ସହିତ ପ୍ରତ୍ୟେକ ପଞ୍ଚାୟତବାସୀଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟଗୁଡିକୁ ଜନସାଧାରଙ୍କ ପାଖରେ ପହଞ୍ଚାଇବା ନେଇ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପ୍ରାଥମିକତା ବୋଲି ସେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରାଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପିପିଲି ଉପ-ନିର୍ବାଚନ ହାରିବା ପଛରେ ପ୍ରଦୀପ ମାଝୀ ଦାୟୀ ବିଜେଡି ପାଇଁ କଂଗ୍ରେସ ହିଁ ପ୍ରଚାର କରୁଥିଲା-ସୁର ରାଉତରାୟ

Sat Oct 2 , 2021
ବାସ୍ତବବ୍ୟୁରୋ:ଆସନ୍ତା କାଲି ପିପିଲି ଉପ ନିର୍ବାଚନର ଭୋଟ ଗଣତି ।ହାର ଜିତର ଫଳ ବାହାରିବା ପୂର୍ବରୁ,କଂଗ୍ରେସର ଟାଣୁଆ ନେତା ବିଧାୟକ ସୁର ରାଉତରାୟଙ୍କ ବିସ୍ପୋରକ ବୟାନ,ଚର୍ଚାର ବିଷୟ ପାଲଟିଛି। କାରଣ ସୁରଙ୍କ ବାଣ ଭାରି ଟାଣ ଏହି ବାଣରେ,ବିଜେଡି-କଂଗ୍ରେସ ଗଣିତକୁ ପୂରା ଅଡୁଆ ତଡୁଆ କରି ଦେଇଛି । କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ଅଭିଯୋଗ,ପିପିଲି ଉପନିର୍ବାଚନରେ ବିଜେଡି ପାଇଁ କଂଗ୍ରେସ ହିଁ ପ୍ରଚାର କରୁଥିଲା […]

You May Like

Pin It on Pinterest