ଆଉ ଜଣେ ଓଡିଆ ଓଡିଶାକୁ ଗୌରାବାନୀତ କଲେ, ପୂର୍ବାଞ୍ଚଳ ଏୟାର କମାଣ୍ଡର ଭାବେ ଓଡିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକ ନିଯୁକ୍ତ…

ବାସ୍ତବବ୍ୟୁରୋ:ପୁଣି ଆଉ ଜଣେ ଓଡିଆ ଓଡିଶାକୁ ଗର୍ବିତ କଲେ । ଓଡ଼ିଆ ପୁଅକୁ ମିଳିଲା ବାୟୁସେନାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ। ପୂର୍ବାଞ୍ଚଳ ଏୟାର କମାଣ୍ଡର ଭାବେ ଓଡିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକ ନିଯୁକ୍ତ ପାଇଛନ୍ତି। ପ୍ରଥମ ଓଡିଆ ଭାବେ ଏୟାର ମାର୍ଶାଲ ଦିଲୀପଙ୍କୁ ଏହି ଗୁରୁ ଦାୟିତ୍ଵ ମିଳିଛି। ଆସନ୍ତାକାଲି ସେ ଦାୟିତ୍ଵ ଗ୍ରହଣ କରିବେ। ଏ ନେଇ ବାୟୁ ସେନା ପକ୍ଷରୁ ଆଜି (ଶନିବାର) ବିଜ୍ଞପ୍ତି ପ୍ରକାଶ ପାଇଛି।

ଫାଇଟର ଜେଟ୍ ମିରାଜର ପାଇଲଟ୍‌ ଭାବେ ଦିଲୀପଙ୍କ ଦକ୍ଷତା ରହିଛି।ସେହିଭଳି ମିଗ୍‌-୨୧ ସହିତ ବିଭିନ୍ନ ପ୍ରକାର ଲଢ଼ୁଆ ବିମାନ ଉଡ଼ାଇବାରେ ସେ ମଧ୍ୟ ମାହିର। ତାଙ୍କ ପାଖରେ ୨୫ଶହ ଘଣ୍ଟାର ଉଡ଼ାଣ ଭରିବାର ଅଭିଜ୍ଞତା ରହିଛି। କାରଗିଲ୍ ଯୁଦ୍ଧରେ ଅପୂର୍ବ ସାହସିକତା ପାଇଁ ସେ ବାୟୁସେନା ମେଡାଲ ପାଇଥିଲେ। ୨୦୨୦ରେ ଦିଲୀପଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ମିଳିଥିଲା। କେବଳ ଏତିକି ନୁହେଁ ଏୟାର ମାର୍ଶାଲ ଦିଲୀପଙ୍କ ୨୫୦୦ ଘଣ୍ଟାର ଉଡାଣ ଦକ୍ଷତା ରହିଛି। ତାଙ୍କର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ବାୟୁସେନା ପକ୍ଷରୁ ଏବେ ତାଙ୍କୁ ପୂର୍ବାଞ୍ଚଳ ଏୟାର କମାଣ୍ଡର ଭାବେ ନିଯୁକ୍ତ ଦିଆଯାଇଛି।

ଏୟାର ମାର୍ଶାଲ ଦିଲୀପ ପଟ୍ଟନାୟକ ଭୁବନେଶ୍ୱରର ବାସିନ୍ଦା। ସେ ଭୁବନେଶ୍ୱର ଏକ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟ ଓ ଡିଏମ୍‌ ସ୍କୁଲ୍‌ରେ ପାଠ ପଢ଼ିଥିଲେ। ୧୯୮୪ ମସିହା ଜୁନ୍ ୮ ତାରିଖରେ ସେ ବାୟୁସେନାରେ ଭର୍ତ୍ତି ହୋଇଥିଲେ। ଦିଲୀପ ତାଙ୍କ କ୍ୟାରିୟରରେ ଭାରତୀୟ ବାୟୁସେନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଦାୟିତ୍ୱ ତୁଲାଇଛନ୍ତି।

ଏୟାର ମାର୍ଶାଲ ଦିଲୀପ କୁମାର ପଟ୍ଟନାୟକଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ସିଲଙ୍ଗରେ ନିଯୁକ୍ତ ଦିଆଯାଇଛି। ବର୍ତ୍ତମାନ ସେ ସେଣ୍ଟ୍ରାଲ ଏୟାର କମାଣ୍ଡରରେ ସିନିୟର ଏୟାର ଷ୍ଟାଫ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ଦିଲୀପ ବାୟୁସେନା ମୁଖ୍ୟାଳୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବଡ଼ ଓସ୍ତିଆ ପଞ୍ଚାୟତରେ ବିଜେପିର ବିଜୟ ଉତ୍ସବ...

Sat Oct 2 , 2021
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୨-୧୦-ଚାନ୍ଦବାଲି ବ୍ଲକରେ ବିଜେପି ଦଳ ପକ୍ଷରୁ ବଡ଼ ଓସ୍ତିଆ ଫଚାୟତରେ ବିଜୟ ଉତ୍ସବ ପାଳନ ହୋଇଛି । ଚାନ୍ଦବାଲିରେ ବିଜେପି ମଣ୍ଡଳ ସଭାପତି ଲଲାଟେନ୍ଦୁ ରାଏଙ୍କ ନେତ୍ବତରେ ଆଜି ଏକ ବିଶାଳ ମଟର ସାଇକେଲ ରାଲି ବାହାରି ଫଚାୟତରେ ଶୋଭାଯାତ୍ରା କରାଯାଇଛି , ବଡ଼ ଓସ୍ତିଆ ଫଚାୟତରେ ୨୦୧୭ ମସିହାରେ ହୋଇଥିବା ଫଚାୟତ ନିର୍ବାଚନରେ ବିଜେପି ଦଳର ସମର୍ଥିତ ପାର୍ଥନୀ ସୁଜାତା ସାହୁ ୧୨୪୭ ଖଣ୍ଡ ଭୋଟ ପାଇ […]

You May Like

Pin It on Pinterest