
- ଜଳ ସଂମ୍ପଦ ବିଭାଗର ଖେଳ….. ଲୋକଙ୍କ ପାଇଁ ହେଉଛି କାଳ ଅଭିଶପ୍ତ ଜୀବନ ବିତାଉଛନ୍ତି ମାଧପୁର ପଂଚାୟତର ୩ ଖଣ୍ଡ ଗାଁ ବାସୀ , ବର୍ଷା ଦିନ ୬ ମାସ ଯାଏ ଭୋଗିଥାନ୍ତି ଚରମ ଦୁଃଖ । ମୌଳିକ ସମସ୍ୟା କଥା ପଚାରେ କିଏ ?
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୩ -୧୦-ଗାଁର ଗୋଟିଏ ପଟରେ ଘେରି ରହିଛି ସାଳନ୍ଦୀ ନଦୀର ଶାଖା ନଦୀ ନଟିଆ ଜୋର ଅନ୍ୟ ବର୍ତଚପାର୍ଶ୍ବରେ ଚାଷ ଜମୀ, ଗାଁରେ ଲୋକ ମାନେ ଯେପରି ଭାବରେ ବସବାସ କରୁଛନ୍ତି ତାହା ବାସ୍ତବ ଚିତ୍ର ଦେଖିଲେ କାହାରି ନା କାହାରି ହୃଦୟ ଦୋହଲି ଯିବ । ୩ ଗାଁରେ ଲେକେ ଘରୁ ବାହାରିବା ମାତ୍ରେ ଆଣ୍ଠୁଏ କାଦୁଅ ରାସ୍ତା ଅତିକ୍ରମ କରି ମୁଖ୍ୟ ରାସ୍ତାକୁ ଆସିବାକୁ ପଡ଼ିଥାଏ । ଏମିତି ପ୍ରତିଦିନ ଯନ୍ତ୍ରଣାରେ ଦାୟକ ଭାବେ ଦିନ କାଟୁଛନ୍ତି ଗ୍ରମାବାସୀ ମାନେ ।
ବର୍ଷା ଦିନରେ ୬ ମାସ ପର୍ଯ୍ୟନ୍ତ ଏହି ସମସ୍ୟା ଗୁମାବାସୀ ମାନେ ଭୋଗିଥାନ୍ତି । ଯେତେବେଳେ ବଂଚିବା ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ିଥାଏ ତେବେ ଅନ୍ୟ ମୌଳିକ ସମସ୍ୟା କଥା କିଏ ପଚାରେ ? ଏମିତି ଏକ ଅଂଚଳ ଆମ ଆମ ନଜରକୁ ଆସିଛି ସେ ହେଉଛି ଚାନ୍ଦବାଲି ବ୍ଲକ ମାଧପୁର ପଂଚାୟତର କଣ୍ଡିଆସାହି ରୁ ମଧୁପରୁ ରାସ୍ତା ।
ଏଠି ବର୍ଷା ଦିନରେ ସେମାନେ କାଦୁଅ ରାସ୍ତାରେ କେଉଁଠି ଆଣ୍ଠୁଏ ତ , କେଉଁଠି ଅଧ ଆଣ୍ଠୁଏ ପାଣି କାଦୁଅରେ ସାଲୁବାଲୁ ହୋଇ ସଙ୍କଟାପନ୍ନ ଅବସ୍ଥାରେ ଯାତାୟତ କରିଥାନ୍ତି । ରାସ୍ତା ନ ଥିବା ଯୋଗୁଁ ଜନନୀ ଏକ୍ସପ୍ରେସ, ୧୦୮ ଆମ୍ବୁଲାନ୍ସ ଏବଂ ଦମକଳଗାଡି ଦେଖୁବା ଏ ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ । କେବେ କାହାର ଦେହ ଖରାପ ହେଲେ ସାଙ୍ଗୀ ଭାର କରି ରୋଗୀକୁ ମୁଖ୍ୟରାସ୍ତା ଧରାଇବା ଛଡା ଅନ୍ୟ ଉପାୟ ନାହିଁ । ଗ୍ରାମରେ ଏକ ପ୍ରାଇମେରି ବିଦ୍ୟାଳୟକୁ ପିଲାମନେ ବର୍ଷା ଦିନରେ ଆସନ୍ତି ନାହିଁ ।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଜୋଜନା ଠାରୁ ଆରମ୍ଭ କରି ଆଂଚଳିକ ଉନ୍ନୟନ ଭିତିଭୂମି ପାଣ୍ଠି ( ଏଫ ଡି଼ ଆର) ଯୋଜନା ବନ୍ୟା ପ୍ଲାବିତ ଅଚଂଳରେ ରାସ୍ତାର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟସରକାର ପ୍ରଣୟନ କରିଥିବା ଯୋଜନା ସେସବୁ ମାଧ ପୁର ପଂଚାୟତର ୩ ଗାଁ ପାଇଁ ଯେମିତି ନିରର୍ଥକ ସାଜିଛି ଏହି ୩ ଟି ଗାଁ ସଂଯୋଗ କରୁଥିବା ୨ କିମି ମୁଖ୍ୟ ରାସ୍ତା (କଣ୍ଡିଆସାହି ରୁ ମଧୁପରୁ ରାସ୍ତା) ତାହା ଜଳ ସମ୍ପଦ ବିଭାଗର ରାସ୍ତା ।
ଏଫଭିଓ – ରାଜ୍ୟରେ ଗ୍ରାମଚଂଳର ବିକାଶ ଯୋଗ ଆରମ୍ଭ ହୋଇଛି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ଚାନ୍ଦବାଲି ବ୍ଲକରେ ମାଧପୁର ପଂଚାୟତର କଣ୍ଡିଆସାହି, ସେଠୀ କଣ୍ଡିଆସାହି ଓ ମଧୁପରୁ ରାସ୍ତା ଗ୍ରାମରେ ବିକାଶର ଆଲୋକ ସ୍ପର୍ଶ କରିନାହିଁ ତାହା ସରକାରଙ୍କ ପାଖରେ ଖବର ଅଛି ତ ? ଚାନ୍ଦବାଲି ନିର୍ବାଚନ କ୍ଷେତ୍ରରେ ପାୱାରଫୁଲ ଯୁବ ବିଧାୟକ ଯେ ବିକାଶର ଅନ୍ୟ ନାମ ବୋଲି ନାରା ଦେଉଛନ୍ତି ତାଙ୍କର ଏହି ଗାଁ ଗୁଡ଼ିକ ପ୍ରତି ଦୃଷ୍ଟି ପଡୁନାହିଁ କାହିଁକି ? ସବୁପରେ ଜିଲ୍ଲା ପ୍ରଶାସନ ଏହି ୩ ଟି ଗ୍ରମାବାସୀଙ୍କସ୍ବାର୍ଥକୁ ଦୃଷ୍ଟିରେ ରଖୁ ଏହା ଉପରେ ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଧିବାସୀ ଦାବୀ କରିଛନ୍ତି ।