
ବାସ୍ତବ ବ୍ୟୁରୋ: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଚଣ୍ଡୀଗଡ ସ୍ଥିତ ଆନେ’ସ ସ୍କୁଲ ରେ ଅଲ ଇଣ୍ଡିଆ ପ୍ରିନ୍ସିପାଲ ଆସୋସିଏସନର ବାର୍ଷିକ କନଭେନସନ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ସାରା ଭାରତରୁ ପ୍ରାୟ ୨୦୦୦ରୁ ଅଧିକ ଘରୋଇ ସ୍କୁଲର ପ୍ରିନ୍ସିପାଲ ଭାଗ ନେଇଥିଲେ ।
ଏହି ଅବସରରେ,ନିଜର କାର୍ଯ୍ୟ ଦକ୍ଷତାର ସଠିକ ଉପଯୋଗୀତା ଓ ନିଜ ଅନୁଷ୍ଠାନର ପରିଚାଳନା,ଛାତ୍ର ଛାତ୍ରୀ ମାନଙ୍କର ଜ୍ଞାନର ବିକାଶରେ,ଉନ୍ନତ ଫଳାଫଳ କୁ ନଜରରେ ରଖି ୨୦୦୦ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ମାନଙ୍କ ମଧ୍ୟରୁ ୪୫୦ ଜଣଙ୍କୁ “ଶିକ୍ଷା ପଦ୍ମ ସମ୍ମାନ” ପୁରସ୍କାର ରେ ପୁରସ୍କୃତ କରାଯାଇଥିଲା ।ଓଡିଶା ପାଇଁ ଖୁସିଖବର ଭୁବନେଶ୍ୱରସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟର ନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଡ଼.ସ୍ୱରୂପାନନ୍ଦ ମିଶ୍ର ଶିକ୍ଷା ପଦ୍ମ ସମ୍ମାନରେ ପୁରସ୍କୃତ ହୋଇଛନ୍ତି ।ଏ ଖବାର ମିଳିବାପରେ ଶ୍ରୀକ୍ରିଷ୍ଣା ଇଣ୍ଟର ନ୍ୟାସନାଲ ସ୍କୁଲ ରେ ଖୁସିର ଲହର ଖେଳିଯାଇଛି |



