ପିପିଲି ନିର୍ବାଚନ ମଣ୍ଡଳୀରେ ପୁଣି ବିଜେଡି ରାଜ୍ ବାଜି ମାରିଲେ ଜୁନିୟର ମହାରଥୀ…

ବାସ୍ତବବ୍ୟୁରୋ:ପିପିଲି ନିର୍ବାଚନ ମଣ୍ଡଳୀରେ ପୁଣି ବିଜେଡି ରାଜ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି,ପ୍ରଦୀପ ମହାରଥୀଙ୍କ ବିଜେଡି ଗଡ଼ ପିପିଲି ନିର୍ବାଚନ ମଣ୍ଡଳୀକୁ ହାତକୁ ନେଲେ ଜୁନିୟର ମହାରଥୀ ରୁଦ୍ର। ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୨୦, ୬୦୭ ହଜାର ଭୋଟ୍‌ରେ ନିଜର ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ଅଧିକ ଭୋଟ ପାଇ ବାଜିମାତ କରିଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କଡା ଟକ୍କର ଦେଇଥିବା ବେଳେ, କଂଗ୍ରେସ ପ୍ରାର୍ଥୀ ବିଶ୍ଵକେସନ ହରିଚନ୍ଦନ ମହାପାତ୍ର ନିଜର ଅମାନତ ହରାଇଛନ୍ତି।

ପିପିଲି ଉପନିର୍ବାଚନର ମୋଟ୍ ୨୫ ରାଉଣ୍ଡ ଭୋଟ ଗଣତି ପରେ, ବିଜେଡି ପ୍ରାର୍ଥୀ ରୁଦ୍ରଙ୍କୁ ୯୬,୩୫୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କୁ କଡା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୫,୭୭୦ ଖଣ୍ଡ ଭୋଟ୍ ମିଳିଛି। ତେଣୁ ରୁଦ୍ର ଆଶ୍ରିତଙ୍କୁ ୨୦ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ବିଶ୍ଵକେସନ ହରିଚନ୍ଦନ ମହାପାତ୍ରଙ୍କ ମାତ୍ର ୪୨୩୭ ଖଣ୍ଡ ଭୋଟ୍ ପାଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ତୁଳସୀ ପତ୍ର ଛିଣ୍ଡାଇବାବେଳେ ଏହି ଭୁଲ କେବେବି କରନ୍ତୁ ନାହିଁ,ନହେଲେ ଦୁର୍ଭାଗ୍ୟ ପିଛା ଛାଡିବ ନାହିଁ....

Mon Oct 4 , 2021
ବାସ୍ତବବ୍ୟୁରୋ:(ଡ.ନବକିଶୋର ମିଶ୍ର) ହିନ୍ଦୁ ଧର୍ମରେ ତୁଳସୀ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ ଏବଂ ଏହି କାରଣରୁ ପ୍ରାୟ ପ୍ରତ୍ୟେକଙ୍କ ଘରେ ତୁଳସୀ ଗଛ ଲଗାଇଥାନ୍ତି | ହିନ୍ଦୁ ଧର୍ମରେ ତୁଲସୀ ବୃକ୍ଷକୁ ତୁଳସିଦେବୀ ଭାବରେ ବିବେଚନା କରାଯାଏ | ପ୍ରତ୍ୟେକ ମନ୍ଦିରରେ ନିଶ୍ଚିତ ଭାବରେ ତୁଳସୀ ବୃକ୍ଷକୁ ପ୍ରାଧାନ୍ୟ ଦିଆଯାଇଥାଏ| ସମସ୍ତ ଧାର୍ମିକ ରୀତିନୀତିରେ ତୁଳସୀ ର ବ୍ୟବହାର ଶୁଭ ବୋଲି ବିବେଚନା କରାଯାଏ | ପୁରାଣ ଅନୁଯାୟୀ […]

You May Like

Pin It on Pinterest