ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫୩ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୨୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୮୮୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୯୩୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୧୫୬୦୮ଜଣ ସୁସ୍ଥ ହୋଇଛନ୍ତି । 

ଆଜିଠୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEE ପାଇଁ କାଉନସେଲିଂ ପ୍ରକ୍ରିୟା । MBA, MCA, MTech, ଏମ୍ ଆର୍କ, ଏମ୍ ଫାର୍ମା, ଲାଟେରାଲ ଟେକ୍‍ , ଲାଟେରାଲ ଟେକ୍ ବିଏସ୍ ସି, ଲାଟେରାଲ ଫାର୍ମା, ଏମ୍ ଇଣ୍ଟିଗ୍ରେଟେଡ ଏମ୍ ବିଏରେ ନାମ ଲେଖାଇବା ପାଇଁ ଆଜିଠୁ ଆରମ୍ଭ ହେବ ଓ୍ବେବ କାଉନସେଲିଂ ।

ଆଜି (ମଙ୍ଗଳବାର) ଏବଂ କାଲି (ବୁଧବାର) ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବ । ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।୫ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିଭଳି ୬ ତାରିଖରେ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ସମ୍ବଲପୁରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୮ରେ ପଞ୍ଚାୟତ ଓ ପଞ୍ଚାୟତ ସମତି ପଦବୀ ପାଇଁ ପ୍ରାଥମିକ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ । ୨୬ରେ ଜାରି ହେବ ଚୂଡ଼ାନ୍ତ ତାଲିକା । ସେହିଭଳି ଜିଲ୍ଲା ପରିଷଦ ପଦବି ପାଇଁ ୮ ରେ ଚିଠା ସଂରକ୍ଷଣ ତାଲିକା ଓ ୩୦ରେ ଚୂଡ଼ାନ୍ତ ତାଲିକା ପ୍ରକାଶିତ ହେବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ୧୬ରେ ଚିଠା ଏବଂ ୨୬ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଏଥିପାଇଁ ପ୍ରସ୍ତୁତି ତ୍ୱରିତ କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଫେବ୍ରୁଆରୀ ୧୨ରୁ ଆରମ୍ଭ ହୋଇପାରେ ପଞ୍ଚାୟତ ଭୋଟ । ୫ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ତାଲିକା ସ୍ଥିର ହୋଇଥିବା ଜଣାପଡିଛି । ମାର୍ଚ୍ଚ ୫ ସୁଦ୍ଧା ଫଳ ପ୍ରକାଶ ସହ ନୂଆ ଲୋକ ପ୍ରତିନିଧି ଦାୟିତ୍ୱ ଗ୍ରହଣ କରିବେ । ତେବେ କେଉଁ ତାରିଖରେ ଭୋଟ୍ ହେବ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ନିର୍ବାଚନ କମିଶନ ।

କରୋନା କଟକଣା ପାଇଁ ଚଳିତବର୍ଷ ଦୁର୍ଗା ମହାଷ୍ଟମୀରେ ବିନା ଶ୍ରଦ୍ଧାଳୁରେ ଗଡିବ ମା’ ବିରଜାଙ୍କ ରଥ । ଏଥିସହ ଆସନ୍ତା ୬ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ ହେବ । ଜିଲ୍ଲା ପ୍ରଶାସନ ଓ ମନ୍ଦିର ସେବାୟତମାନଙ୍କ ମଧ୍ୟରେ ଆଲୋଚନା ପରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ । ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିପାରିବେ । କିନ୍ତୁ ରଥକୁ ସ୍ପର୍ଶ କରିପାରିବେ ନାହିଁ।  ଦୂରରୁ ଦର୍ଶନ କରିବେ ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୩୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୬୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୮ ଲକ୍ଷ ୫୩ ହଜାର ୪୮ରେ ପହଁଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୯ ହଜାର ୨୬୦ରେ ପହଞ୍ଚିଛି । ଏବେ ଦେଶରେ ୨୫୨୯୦୨ ସକ୍ରିୟ ମାମଲା ରହିଥିବା ବେଳେ ୩୩୧୫୦୮୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି (ମଙ୍ଗଳବାର) ପୁୁଣିଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ରାଜଧାନୀ ଦିଲ୍ଲୀ ସମେତ ସମସ୍ତ ମହାନଗରରେ ତୈଳ ଦର ବୃଦ୍ଧି ପାଇଛି । ଆଇଓସିଏଲର ୱେବସାଇଟ ମୁତାବକ, ପେଟ୍ରୋଲ ୧ ଲିଟର ପିଛା ୨୫ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି। ଏହା ସହ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୧୦୨.୬୪ ଟଙ୍କାରେ ପହଞ୍ଚିଥିବାବେଳେ ଡିଜେଲ ଦର ୯୧.୦୭ ଟଙ୍କାରେ ପହଞ୍ଚିଛି। ରବିବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବାବେଳେ ସୋମବାର ପୁଣି ଏହି ଦର ବୃଦ୍ଧି ପାଇଛି ।

ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଗସ୍ତରେ ରହିବେ । ପ୍ରଧାନମନ୍ତ୍ରୀ ଲକ୍ଷ୍ନୌରେ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମରେ ଯୋଗଦେବେ । ସୂଚନାଯୋଗ୍ୟ, ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାଳନ କରାଯାଉଥିବା ‘ଅମୃତ ମହୋତ୍ସବ’ କେନ୍ଦ୍ରୀୟ ଆବାସ ଏବଂ ନଗର ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ଲଖନଉରେ ୩ ଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆଜିଠାରୁ ଆରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୩ କୋଟି ୬୦ ଲକ୍ଷ ୯୮ ହଜାର ୫୮୩ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୪୮ ଲକ୍ଷ ୨୧ ହଜାର ୨୦୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୨୧ କୋଟି ୩୧ ଲକ୍ଷ ୧୬ ହଜାର ୪୫୭ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୧ ଲକ୍ଷ ୬୦ ହଜାର ୯୨୦ଜଣ ଲୋକ ସକ୍ରିୟ ଅଛନ୍ତି ।

ଆମେରିକୀୟ କମ୍ପାନୀ ଫାଇଜର ଟିକାର ଦୁଇଟି ଯାକ ଡୋଜ୍‌ ଜଣେ ବ୍ୟକ୍ତିଙ୍କୁ ଗୁରୁତର କୋଭିଡ୍‌ରୁ ସୁରକ୍ଷା ଦେଉଛି। ଡେଲ୍ଟା ଭାରିଏଣ୍ଟକୁ ମଧ୍ୟ ଫାଇଜର ଟିକା ମାତ ଦେବାକୁ ସକ୍ଷମ। ଟିକାର ଡବଲ ଡୋଜ୍‌ ନେଇଥିବା ଲୋକମାନେ ୬ ମାସ ଯାଏ ସିଭିୟର କୋଭିଡରୁ ସୁରକ୍ଷା ପାଇ ପାରୁଛନ୍ତି ବୋଲି ନୂଆ ଗବେଷଣାରୁ ଜଣାପଡ଼ିଛି।

ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟସଆପର ସର୍ଭର ହଠାତ୍ ଡାଉନ ହୋଇଯିବାରୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା। ସାଧାରଣ ଲୋକମାନେ ଏହି ୩ ସୋଶାଲ ମିଡିଆ ଆପ୍ ବ୍ୟବହାର କରି ନ ପାରି ନାନା ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ଦୀର୍ଘ ୬ଘଣ୍ଟା ପରେ ସ୍ଥିତି ଧୀରେଧୀରେ ସ୍ୱାଭାବିକ ହେବା ଆରମ୍ଭ ହୋଇଛି। କିନ୍ତୁ ଏହି ୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ଫେସବୁକ୍ କମ୍ପାନୀକୁ ୫୨,୧୦୦ କୋଟି ଟଙ୍କାର କ୍ଷତି ସହିଛି ବୋଲି ବିଶେଜ୍ଞମାନେ କହିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୋ ପୋଖରୀରେ ମହା ଦୁର୍ନୀତି,ଫଳକ ଖାଇଗଲା ଟଙ୍କା....

Tue Oct 5 , 2021
ବବିତା ସାମଲ(ଭଦ୍ରକ)-ମୋ ପୋଖରୀରେ ମହା ଦୁର୍ନୀତି,ଆଜ୍ଞା ଆମେ କହୁଛ ଭଦ୍ରକ ଜିଲ୍ଲାର ଭଣ୍ଡାରପୋଖରୀ ବ୍ଲକ ଅନ୍ତର୍ଗତ ଭଗି ଵିନ୍ଧା ଗ୍ରାମରେ ବହୁ ଚର୍ଚ୍ଚିତ ମୋ ପୋଖରୀଘଟଣା । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତ ଭଗିବିନ୍ଧାଗ୍ରାମର ବଳରାମ କୁଣ୍ଡୁ ।ଗତ କିଛିଦିନ ପୁର୍ବରୁ, ସେହି ଗ୍ରାମର ରାସ୍ତା ତିଆରି ପାଇଁ ତାଙ୍କ ଜାଗାରୁ ମାଟି ମାଗିଥିଲେ ଓ RI ଙ୍କ ଅନୁମତି ପାଇଁ ଦସ୍ତଖତ ମଧ୍ୟ ନେଇଥିଲେ କିନ୍ତୁ […]

You May Like

Pin It on Pinterest