
ସୂର୍ଯ୍ୟନାରାୟଣ ପାଢ଼ୀ (ସୁବର୍ଣ୍ଣପୁର)୫/୧୦- ସୁବର୍ଣ୍ଣପୁର ଜିଲ୍ଲା ରେ ଦିନକୁ ଦିନ ବଢ଼ି ଚାଲିଛି ଲୁଟ ଦାଦାଗିରି ଭଳି ଅପରାଧ ଗୋଟିଏ ପଟରେ ଅପରାଧ ବଢୁଥିଲା ବେଳେ ପୋଲିସ ହାତ ଖାଲି ରହୁଥିବାରୁ ଜିଲ୍ଲା ବାସି ଙ୍କ ମଧ୍ୟ ରେ ଆସନ୍ତୋଷ ଦେଖା ଦେଉଅଛି | ସାଲେପାଲି ଗାଁ ର ଅରୁଣ କୁମାର ନନ୍ଦ ଓ ତାଙ୍କ ପତ୍ନୀ ରିବିକା ନାଗ ସୁବର୍ଣ୍ଣପୁର ଷ୍ଟେଟ ବ୍ୟାଙ୍କ ରୁ ୨ ଲକ୍ଷ ଟଙ୍କା ଡ୍ର କରି ନିଜ ବାଇକ ରେ ଦିନ ୧୨-୩୦ରେ ଆସୁଥିବା ବେଳେ, ୫୭ ନମ୍ବର ଜାତୀୟ ରାଜପଥ ର ଶିଆଳଜୁଳି ରୁ ଉତ୍ତର କୁ ଯାଇଥିବା ମହୁଲେ ରାସ୍ତା ପାଖ ରେ (ଆର ୧୫) ଏକ କଲା ରଙ୍ଗର ବାଇକରେ ଦୁଇଜଣ ଦୁର୍ବୁତ୍ତ ତାଙ୍କୁ ଆକ୍ରମଣ କରି ରିବିକା ନାଗ ଙ୍କ ବେଗ କୁ ଛଡାଇ ନେଇ ଚମ୍ପଟ ମାରିଛନ୍ତି |
ତେବେ ଏ ଘଟଣା ଟି ଦିବାଲୋକ ରେ ଘଟିଛି ପୋଲିସ ପାଖ ରେ ଏତେଲା ମଧ୍ୟ ଦେଇ ଛନ୍ତି, ବ୍ୟାଗ ରେ ଦୁଇ ଲକ୍ଷ୍ୟ ତିନି(୨,୩୦,୦୦୦) ହଜାର ଟଙ୍କା ଓ କିଛି ସରକାରୀ କାଗଜ ପତ୍ର ସହ ଏକ ସାମସଙ୍ଗ ମୋବାଇଲ ମଧ୍ୟ ଥିବା ଜଣା ପଡିଛି| ଦିନକୁ ଦିନ ସୋନପୁର ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଲୁଟ ଓ ଅନ୍ୟ ଅପରାଧ ବଢୁ ଥିବା ବେଳେ ପୋଲିସ ର ହାତ ଖାଲି ରହୁଥିବା ରୁ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି, ସୁବର୍ଣ୍ଣପୁର ଜିଲ୍ଲା ରେ କେବେ ଅପରାଧ ମୁକ୍ତ ହେଉଛି ତାହା ଦେଖିବା ବାକି ରହିଲା |



