ମାଲକାନଗିରିରେ ଝୋଟି ଚିତ୍ର ଅଙ୍କନ ସହ ଆଦିବାସୀ ପାରମ୍ପାରିକ ମାଳି ଓ ରିଙ୍ଗା ପ୍ରସ୍ତୁତି ପ୍ରତିଯୋଗିତା…

ପ୍ରଭାତ ସାହା(ମାଲକାନଗିରି)-ମାଲକାନଗିରି ଜିଲ୍ଳାରେ ପ୍ରଥମ ଥର ପାଇଁ ଅୟୋଜନ କରାଗଲା ଝୋଟି ଚିତ୍ର ଅଙ୍କନ ସହ ଆଦିବାସୀ ପାରମ୍ପାରିକ ମାଳି ଓ ରିଙ୍ଗା ପ୍ରସ୍ତୁତି ପ୍ରତିଯୋଗିତା l ଏହି ପ୍ରରିଯୋଗୀତାରେ ବିଭିନ୍ନ ସ୍ଥାନରୁ ଆସିଥିବା ଝିଅ ଓ ମହିଳା ମାନେ ଯୋଗ ଦେଇଥିଲେ l ଏହି ପ୍ରତିଯୋଗିତା ଓଡିଶା ଲଳିତ କଳା ଏକାଡେମୀ ତାରଫରୁ ଅୟୋଜନ କରାଯାଇଛି ଓ ଏହାକୁ ମାଲକାନଗିରି ଜିଲ୍ଳା ପ୍ରଶାସନ ସହଯୋଗ କରିଥିଲେ l

ମାଲକାନଗିରି ଜିଲ୍ଲାପାଳ ଓ ପ୍ରସିଦ୍ଧ ବାଲୁକା କଳାକାର ସୁଦର୍ଶନ ପଟ୍ଟନାୟକ ଏହି କାଯ୍ୟକ୍ରମର ଶୁଭଆରମ୍ଭ କରିଥିଲେ l ଏହି ପ୍ରତିଯୋଗିତାରେ ଯୋଗଦେଇଥିବା ଯୋଗଦାନକାରୀ ମାନେ ସୁନ୍ଦର ସୁନ୍ଦର ଝୋଟି ତିଆରି କରିଥିଲେ ଯାହାକୁ ଜିଲ୍ଳାପାଳ ଓ ସୁଦର୍ଶନ ପଟ୍ଟନାୟକ ଏହାକୁ ପ୍ରଶଂସା କରିଥିଲେ l ବଣ୍ଡା ଜନଜାତିର ମହିଳା ମାନେ ପାରମ୍ପାରିକ ମାଳି ଓ ରିଙ୍ଗା ପ୍ରତିଯୋଗିତାରେ ଯୋଗ ଦେଇ ସୁନ୍ଦର ମାଳି ତିଆରି କରିଥିଲେ l ଜିଲ୍ଲାର ପ୍ରଥମ ଥର ଏପରି କାଯ୍ୟକ୍ରମକୁ ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ଘଟପୁର ଖଟୁଆସାହିର ନିଖୋଜ ଶିଶୁର ମୃତ ଦେହ ସାଳନ୍ଦୀ ନଦୀରୁ ଉଦ୍ଧାର

Wed Oct 6 , 2021
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)-୦୬/୧୦-ଚାନ୍ଦବାଲି ବ୍ଲକ ଘଟପୁର ପଂଚାୟତ ହେଙ୍ଗୁପତି ଖଟୁଆସାହି ଗାଁରେ ସାଳନ୍ଦୀ ନଦୀରେ ଭାସି ଯାଇ ଶିଶୁ ମୃତ, ୩ଦିନ ପୃର୍ବରୁ ନିଖୋଜ ଥିଲେ ଶିଶୁ, ଆଜି ନଦୀରୁ ଶିଶୁଟି ମୃତ ଅବସ୍ଥାରେ ଭାସୁଥିବା ବେଳେ ମୃତ ଶିଶୁକୁ ନଦୀରୁ ଉଦ୍ଧାର କଲେ ଗ୍ରାମବାସୀ l ନଦୀରେ ଭାସି ଯାଇ ମୃତ ବରଣ କରିଥିବା ଶିଶୁ ଜଣକ ହେଉଛନ୍ତି ଖଟୁଆସାହି ଗାଁରେ ଦାମଦାର ଦାସଙ୍କ ପୁଅ ଅମ୍ଲାନ ଦାସ ବୋଲି […]

You May Like

Pin It on Pinterest