ସଭାପତି ହେବା ପାଇଁ ବହୁ ଯୋଗ୍ୟ ବ୍ୟକ୍ତି ଦଳରେ ଅଛନ୍ତି,ମୁଁ ସଭାପତି ଥିଲା ଯାଏଁ କଂଗ୍ରେସକୁ ଦୁର୍ବଳ ହେବାକୁ ଦେବି ନାହିଁ- ନିରଞ୍ଜନ ପଟ୍ଟନାୟକ

ବାସ୍ତବବ୍ୟୁରୋ(ଭୁବନେଶ୍ୱର): ମୁଁ ସଭାପତି ଥିଲା ଯାଏଁ କଂଗ୍ରେସକୁ ଦୁର୍ବଳ ହେବାକୁ ଦେବି ନାହିଁ ।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ଇସ୍ତଫା ନେଇ ବହୁ ଦିନ ପରେ ମୁହଁ ଖୋଲିଛନ୍ତି। ନିରଞ୍ଜନ କହିଛନ୍ତି ଯେ ,ବିଜେଡି ଦଳ ଭଳି ପିସିସି ସଭାପତି ପଦ ଚିରସ୍ଥାୟୀ ନୁହେଁ। ମୁଁ ପଦରେ ରହିବି ନା ନାହିଁ, ଏହା ମୋ ପାର୍ଟିର ଅଭ୍ୟନ୍ତରୀଣ କଥା। ମୁଁ ହାଇକମାଣ୍ଡଙ୍କୁ ପିପିଲି ଉପନିର୍ବାଚନ ଫଳ ଆସିବା ପୂର୍ବରୁ ଚିଠି ଲେଖିଛି। କିନ୍ତୁ ଚିଠିରେ କଣ ଲେଖିଛି ସେକଥା ଗଣମାଧ୍ୟମକୁ କହିବି ନାହିଁ ।

ଏଆଇସିସି କିଛି ନିଷ୍ପତ୍ତି ନ ନେଲା ଯାଏଁ ମୁଁ ସଭାପତି ପଦରେ ରହି କାମ କରିବି। ଯେଉଁ ପର୍ଯ୍ୟନ୍ତ ସଭାପତି ଅଛି, ସେଯାଏଁ ନେତୃତ୍ୱ ନେଉଥିବି। ବହୁ ଦିନ ହେବ ସଭାପତି ରହିଲିଣି। ପରିବର୍ତ୍ତନ ହେଇପାରେ। ସଭାପତି ହେବା ପାଇଁ ମଧ୍ୟ ବହୁ ଯୋଗ୍ୟ ବ୍ୟକ୍ତି ଦଳରେ ଅଛନ୍ତି। ଏନେଇ ମତେ ଏଆଇସିସି ପଚାରିଲେ ସେନେଇ ମତାମତ ଦେବି। କର୍ମୀ ହତାଶ ହେବାର କିଛି କାରଣ ନାହିଁ। ମୁଁ ସଭାପତି ଥିଲା ଯାଏଁ କଂଗ୍ରେସକୁ ଦୁର୍ବଳ ହେବାକୁ ଦେବି ନାହିଁ ବୋଲି ନିରଞ୍ଜନ ପଟ୍ଟନାୟକ ସ୍ପଷ୍ଟୋକ୍ତି କରିଛନ୍ତି।

ସୂଚନାଯୋଗ୍ୟ, ପିପିଲିରେ କଂଗ୍ରେସ ପ୍ରାର୍ଥୀ ହାରିବା ପରେ କଂଗ୍ରେସ ଭବନରେ ପ୍ରତିବାଦ ହୋଇଥିଲା। ଏନେଇ ପିସିସି ସଭାପତି ଏଆଇସିସିକୁ ଇସ୍ତଫା ପତ୍ର ଦେଇଥିବା ଚର୍ଚ୍ଚା ହୋଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ସରକାରଙ୍କ ଦଶହରା ଭେଟି, ୧୧ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି...

Fri Oct 8 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। ଏହା ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର।ପିଛିଲା ଭାବେ ଜୁଲାଇ ୨୧ରୁ ୧୧ ପ୍ରତିଶତ ମହଙ୍ଗା ଭତ୍ତାରେ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୧୭ ପ୍ରତିଶତ ଥିବା ବେଳେ,ବର୍ତ୍ତମାନ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ବଢ଼ି ୨୮ପ୍ରତିଶତରେ ପହଞ୍ଚିଲା ।ଆସନ୍ତା ମାସ ଅର୍ଥାତ ନଭେମ୍ବର ଦରମା ସହ ବର୍ଦ୍ଧିତ ଭତ୍ତା ମିଳିବ । […]

You May Like

Pin It on Pinterest