ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ସରକାରଙ୍କ ଦଶହରା ଭେଟି, ୧୧ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି…

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। ଏହା ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର।ପିଛିଲା ଭାବେ ଜୁଲାଇ ୨୧ରୁ ୧୧ ପ୍ରତିଶତ ମହଙ୍ଗା ଭତ୍ତାରେ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୧୭ ପ୍ରତିଶତ ଥିବା ବେଳେ,ବର୍ତ୍ତମାନ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ବଢ଼ି ୨୮ପ୍ରତିଶତରେ ପହଞ୍ଚିଲା ।ଆସନ୍ତା ମାସ ଅର୍ଥାତ ନଭେମ୍ବର ଦରମା ସହ ବର୍ଦ୍ଧିତ ଭତ୍ତା ମିଳିବ ।

ଏହି ମହଙ୍ଗା ଭତ୍ତା ବୃଦ୍ଧି ପାଇବା ଦ୍ୱାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀଙ୍କ ସହ,୩ ଲକ୍ଷ ୫୦ ହଜାର ପେନସନ୍ ଭୋଗୀ ଉପକୃତ ହେବେ। ଏ କରୋନା କାଳ ପ୍ରତି ଦିନ ମାହାଙ୍ଗା ହେବାରେ ଲାଗିଥିବା ବେଳେ,ଏହି ଖବର ପ୍ରଚାରିତ ହେବା ପରେ ସରକାରୀ କର୍ମଚାରୀ ଟିକିଏ ଆଶ୍ବସ୍ତି ହେବା ସହ,ସେମାନଙ୍କ ମଧ୍ୟରେ ଖୁସି ଖେଳିଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅକ୍ଟୋବର ୩୦ ସୁଦ୍ଧା ସଂରକ୍ଷଣର ସମସ୍ତ ପ୍ରକ୍ରିୟା ଶେଷ କରି ରାଜ୍ୟ ନିର୍ବାଚନ କମିସନଙ୍କୁ ଦିଆଯିବ- ପଞ୍ଚାୟତିରାଜ ମନ୍ତ୍ରୀ...

Fri Oct 8 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଆଜି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି କି,ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥା ନେଇ ଆଜି ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଉଛି। ପଞ୍ଚାୟତ ନିର୍ବାଚନ ସଠିକ ସମୟରେ ହେବ। କେଉଁ ଆସନ କାହା ପାଇଁ ସଂରକ୍ଷଣ ହେବ ସେ ନେଇ ଜିଲ୍ଲାସ୍ତରରେ ଚିଠା ତାଲିକା ପ୍ରକାଶ ପାଉଛି। ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟଙ୍କ ସଂରକ୍ଷଣ ଲାଗି ଏହି ଚିଠା ତାଲିକା […]

You May Like

Pin It on Pinterest