ଓଡିଶା କୁ ମାଫ୍ କଲା ‘ବୁଲ୍-ବୁଲ୍’…ଏବେ ସେ ବାଂଲାଦେଶ ମୁହାଁ

ବାସ୍ତବ ବ୍ୟୁରୋ :ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏବେ ଏହା ପାରାଦୀପ ଠାରୁ ୮୯୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ରହିଛି । ଆସନ୍ତା ୧୨ ଘଣ୍ଟାରେ ଏହା ଡିପ ଡିପ୍ରେସନରେ ପରିଣତ ହେବ ଓ ପରବର୍ତ୍ତି ୨୪ ଘଣ୍ଟାରେ ଅର୍ଥାତ ୭ ତାରିଖ ସୁଦ୍ଧା ଏହା ଏକ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ବ୍ୟକ୍ତ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ନାଁ ରଖାଯାଇଛି ବୁଲବୁଲ । ତେବେ ଏହା ଓଡ଼ିଶା ଉପକୂଳ ନଛୁଇଁବାର ସମ୍ଭାବନା ରହିଛି । ଏହା ଉତ୍ତର ଦିଗକୁ ଗତି କରି ଆସନ୍ତା ୮ ତାରିଖ ସୁଦ୍ଧା ଏକ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ବାଂଲାଦେଶ ବା ମିଆମାର ଉପକୂଳରେ ସ୍ଥଳଭାଗ ଛୁଇଁବ ।
ଅନ୍ୟପକ୍ଷରେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ ଗୁରୁବାର ପୂର୍ବାହ୍ଣରେ ଗୁଜୁରାଟ ଉପକୂଳ ଛୁଇଁବ । ତେବେ ସ୍ଥଳଭାଗ ଛୁଇଁବାବେଳକୁ ଏହାର ଶକ୍ତି ହ୍ରାସ ପାଇଥିବ ବୋଲି ଆଇଏମଡି କହିଛି ।

ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଆଯିହିଁ ଡାଉନ୍ ଲୋଡ୍ କରନ୍ତୁ…bastabtv APP ଆପଣଙ୍କ ସ୍ମାର୍ଟ ଫୋନ୍ ର ପ୍ଲେଷ୍ଟୋର ରୁ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କମିଲା ସୁନା ଦର....

Tue Nov 5 , 2019
ବାସ୍ତବ ବ୍ୟୁରୋ : ସୁନା କିଣିବାକୁ ଚାଁହୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଦେଇଛି|ବିଶେଷ କରି ସୁନା ଦର ଉଚ୍ଚା ରହିବା ଯୋଗୁଁ ସୁନା ଗହଣା ପ୍ରତି ଲୋକଙ୍କ ମୋହ ତୁଟିବାରେ ଲାଗିଛି|ଯେଉଁଥିପାଇଁ ସୁନା ଆମଦାନୀ ମଧ୍ୟ କମିଯାଇଛି| ଯାହାକୁ ନଜରରେ ରଖି ସୁନା ଦର ଏବେ କମିଛି | ମଙ୍ଗଳବାର ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧୦୧ ଟଙ୍କା କମିଯାଇଛି| ମଙ୍ଗଳବାର ଦିଲ୍ଲୀରେ ସୁନା ମୂଲ୍ୟ ୧୦ […]

You May Like

Pin It on Pinterest