କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକି ବ୍ଲକ୍ ବରାଡିଆ ଗ୍ରାମ ପଞ୍ଚାୟତରେ ବିଜେଡ଼ିର ମିଶ୍ରଣ ପର୍ବ…

ଆଶିଷ ନାୟକ(ରାଜକନିକା) କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ବରାଡିଆ ଗ୍ରାମ ପଞ୍ଚାୟତ ର କଣ୍ଟାଆଡିଆ ଗ୍ରାମ ରେ ଥିବା ଗ୍ରାମ ଦେବତୀ ମାଆ କେନ୍ଦୁବାସୁଳାଇ ଙ୍କ ପୀଠ ସମ୍ମୁଖରେ ଥିବା ପଡିଆରେ ବିଜୁ ଜନତା ଦଳ ତରଫରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ରାଜକନିକା ବ୍ଲକ ର ବିଜେଡି ସଭାପତି ଶ୍ରୀ ଯୁକ୍ତ ବିଦ୍ୟାଧର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଓ ସନ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେଡି ନେତା ତଥା ଆଳି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୁର୍ବତନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ହାଉସିଗଂ ବୋର୍ଡ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ପ୍ରତାପ କେଶରୀ ଦେବ କଂର ପ୍ରତିନିଧି ଶ୍ରୀ ଯୁକ୍ତ ବିକାଶ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ |

ଅନ୍ୟ ମାନଂକ ମଧ୍ୟରେ ବିଜେଡି ଯୁବ ସଭାପତି ଅଏସ୍ ସାମଲ, ଜୟନଗର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ଯୁକ୍ତ ରବିନାରାୟଣ ବେହେରା, କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲା ବିଜେଡି ସଂପାଦକ ଦ୍ୱୟ ସାରଙ୍କ ଧର ସାହୁ ଓ ଅରୁଣ କୁମାର ରାଉତ ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ବରିଷ୍ଠ ବିଜେଡି ନେତା ଶ୍ରୀ ଯୁକ୍ତ ଶ୍ରୀ ଜଗନ୍ନାଥ ମହାପାତ୍ର ଓ ସଂପାଦକ ଭାବେ ବ୍ରଜକିଶୋର ନାୟକ ଆୟୋଜନ କରିଥିଲେ ଏବଂ ତାଙ୍କ ସହିତ ସହଯୋଗ କରିଥିଲେ ଫକୀର ଚରଣ ନାଥ ଓ ଏହି କର୍ମୀ ସମ୍ମିଳନୀ ରେ ଦଶ ଜଣ ନୁତନ କର୍ମୀ ବିଭିନ୍ନ ଦଳରୁ ଆସିଥିଲେ ଓ ବିଜେଡି ରେ ଯୋଗଦେଇଥିଲେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ମୁଖ୍ୟମନ୍ତ୍ରୀ ଦେବଗଡ଼ରେ BSKY ସ୍ମାର୍ଟକାର୍ଡ ବଣ୍ଟନର କରିବେ ଶୁଭାରମ୍ଭ

Sat Oct 9 , 2021
ବାସ୍ତବବ୍ୟୁରୋ(ଦେବଗଡ): ଆଜି ଦେବଗଡ ଜିଲ୍ଲା ବାସୀଙ୍କୁ,ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂତନ ସ୍ମାର୍ଟ ହେଲ୍‌ଥ କାର୍ଡ (BSKY ) ବଣ୍ଟନର ଶୁଭାରମ୍ଭ କରିବେ ।ଏହା ସହ ଦେବଗଡ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ତିନିଟି ବ୍ଲକର ୭୦ଟି ପଞ୍ଚାୟତରେ ୭୫ ହଜାର ୧୦୬ ଜଣ ଗରିବ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବା […]

You May Like

Pin It on Pinterest