ଆଜି ମୁଖ୍ୟମନ୍ତ୍ରୀ ଦେବଗଡ଼ରେ BSKY ସ୍ମାର୍ଟକାର୍ଡ ବଣ୍ଟନର କରିବେ ଶୁଭାରମ୍ଭ

ବାସ୍ତବବ୍ୟୁରୋ(ଦେବଗଡ): ଆଜି ଦେବଗଡ ଜିଲ୍ଲା ବାସୀଙ୍କୁ,ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂତନ ସ୍ମାର୍ଟ ହେଲ୍‌ଥ କାର୍ଡ (BSKY ) ବଣ୍ଟନର ଶୁଭାରମ୍ଭ କରିବେ ।ଏହା ସହ ଦେବଗଡ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ଜିଲ୍ଲାର ତିନିଟି ବ୍ଲକର ୭୦ଟି ପଞ୍ଚାୟତରେ ୭୫ ହଜାର ୧୦୬ ଜଣ ଗରିବ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବା ସହ ଦେବଗଡ଼ ପୌରପରିଷଦର ୩ହଜାର ୫୦୯ ଜଣ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ ।

ବାରକୋଟ ବ୍ଲକର ୨୪ ପଞ୍ଚାୟତରେ ୨୮ହଜାର ୬୯ ଜଣ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟା ଯିବା ବେଳେ,ରିଆମାଳ ବ୍ଲକର ୨୬ଟି ପଞ୍ଚାୟତରେ ୨୭ ହାଜର ୧୭୫ ଓ ତିଳେଇବଣି ବ୍ଲକର ୨୦ଟି ପଞ୍ଚାୟତରେ ୧୯ ହଜାର ୮୬୨ ହିତାଧିକାରୀଙ୍କୁ ଏହି କାର୍ଡ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଏହି କାର୍ଯ୍ୟକ୍ରମକୁ ନେଇ ଦେବଗଡ଼ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଘରର ମୁଖ୍ୟ ଦ୍ୱାରକୁ ହଳଦି ପାଣିରେ ଧୋଇ ବାସ୍ତୁ ତ୍ରୁଟି ଦୂର କରନ୍ତୁ ଆଉ ଜାଣନ୍ତୁ ଲାଭ କ’ଣ ?

Sat Oct 9 , 2021
ବାସ୍ତୁ ଶାସ୍ତ୍ରୀରେ ମୁଖ୍ୟ ଦ୍ୱାରର ବିଶେଷ ଗୁରୁତ୍ୱ ରହିଛି,ଏଠାରୁ ହିଁ ସକରାତ୍ମକ ଏବଂ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ | ଯଦି କିଛି ଛୋଟ ପଦକ୍ଷେପ ନିଆଯାଏ, ତେବେ ବାସ୍ତୁ ତ୍ରୁଟି ଦୂର କରି ଘରେ ସକରାତ୍ମକ ଶକ୍ତି ବିସ୍ତାର ହୋଇପାରେ | ବାସ୍ତବବ୍ୟୁରୋ: ବାସ୍ତୁ ଶାସ୍ତ୍ରୀରେ ପ୍ରତ୍ୟେକ ସ୍ଥାନର ବିଶେଷ ମହତ୍ତ୍ୱ ରହିଛି | ଘରର ଯେ କୌଣସି ସ୍ଥାନରେ,ଶୋଇବା ସ୍ଥାନ ହେଉ କି ରୋଷେଇ ଘର ଏବଂ […]

You May Like

Pin It on Pinterest