
ବାସ୍ତବବ୍ୟୁରୋ(ଯାଜପୁର)-୯ /୧୦: ଭିଜିଲାନ୍ସ ଜାଲରେ କେଉଁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁ । ଶ୍ରୀ ସାହୁଙ୍କ ଠାରୁ ଭିଜିଲାନ୍ସ ନଗଦ ୧୦ ଲକ୍ଷ ଟଙ୍କା ଜବତ କରିଛି ।
ଇଞ୍ଜିନିୟର ସାହୁ । କେନ୍ଦୁଝରରୁ ନିଜ ଘର କଟକ ଆସୁଥିବା ସମୟରେ,କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଜାଲ ବିଛାଇ ଥିଲେ । ଯାଜପୁର ଏନସି କଲେଜ ନିକଟରେ ୧୦ ଲକ୍ଷ ଟଙ୍କା ସହ ତାଙ୍କୁ ଯାଜପୁର ଭିଜିଲାନ୍ସ ବିଭାଗ ସହ କଟକ ଭିଜିଲାନ୍ସ ଏସ୍ପି ଅକ୍ଷୟ ମିଶ୍ର କାବୁ କରିଥିବା ଜଣାପଡ଼ିଛି ।



