
ସନ୍ତୋଷ ପାତ୍ର(ନର୍ଲା) କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ମୋହିନାଲ ଗାଁରେ ବନବିଭାଗ ପକ୍ଷରୁ ଚାଲିଥିବା ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ଗତ ଶୁକ୍ରବାର ଉଦଯାପିତ ହୋଇଯାଇଛି |ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଗିରିଦ୍ଧରି ନାଗ,ସମ୍ମାନିତ ଅତିଥି ଫରେଷ୍ଟର ନବୀନ ମାଝୀ, ସମାଜସେବୀ ତଥା ବାସ୍ତବଟିଭି ସାମ୍ବାଦିକ ସନ୍ତୋଷ ପାତ୍ର,ପ୍ରମୁଖ ଯୋଗଦେଇ ବନ୍ୟଜନ୍ତୁ ସୁରକ୍ଷା ଓ ଆମ ଜୀବନରେ ବନ୍ୟଜନ୍ତୁଙ୍କ ଉପକାରିତା ସମ୍ପର୍କରେ ସଚେତନ କରିଥିଲେ |
ଆହୁରି ମଧ୍ୟ କହିଥିଲେକି,ଜଙ୍ଗଲ ହିଁ ବନ୍ୟଜନ୍ତୁଙ୍କ ବାସସ୍ଥାନ,ଜଙ୍ଗଲ ନଷ୍ଟ ହେଉଥିବାରୁ ବନ୍ୟଜନ୍ତୁ ଜନବସତି ମୁହାଁ ହୋଇ,ଆମମାନଙ୍କର ବହୁ ଧନ ଜୀବନ ନଷ୍ଟ କରୁଛନ୍ତି |ତେଣୁ ଆମ ମାନଙ୍କର ପ୍ରଥମ କର୍ତବ୍ୟ ହେଉଛି ଜଙ୍ଗଲ ସୁରକ୍ଷା |ଏହି ଅବସରେ ସ୍ଥାନୀୟ ସ୍କୁଲ ଛାତ୍ରୀଛାତ୍ର ମାନଙ୍କୁ ନେଇ ଜଙ୍ଗଲ ସୁରକ୍ଷା ସମ୍ବଧୀୟ,ବକ୍ତୃତା,ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ,କୃତ୍ତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା |
ଉକ୍ତ ଉଜ୍ଜାପନୀ ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ରଜନୀକାନ୍ତ ଦାଶ,କିଶୋର ସାହୁ,ଭଗବାନ ସେଠ,ତୋଳାମାଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ |ମହୀନାଲ ଗ୍ରାମବାସୀଙ୍କ ସହ ମାସ୍କାଗୁଡା,ପୂଜିଗୁଡା,ମୁଣ୍ଡୀଘାଟି,ଭୁରଟି ଗ୍ରାମର ସ୍ୱୟଂସହାୟକ ଗୋଷ୍ଟିର ସଭ୍ୟ ମାନଙ୍କ ସହ ଗ୍ରାମବାସୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାସହ ଜଙ୍ଗଲ ସୁରକ୍ଷିତ ପାଇଁ ବଚନବଦ୍ଧ ହୋଇଥିଲେ |



