ବାରଣାସୀ: ଚଳନ୍ତା କାରରେ ଗଣଦୁଷ୍କର୍ମ । ଏମିତି ଏକ ଅଭାବନୀୟ ଓ ନିନ୍ଦନୀୟ ଘଟଣା ଘଟିଛି ବାରଣାସୀ ଅଞ୍ଚଳରେ । ସାଗର ଯାଦବ ନାମକ ଜଣେ ଛାତ୍ର ଓ ତାଙ୍କ ଦୁଇ ସାଙ୍ଗଙ୍କ ସହ ମିଶି ଏପରି କୁକାର୍ଯ୍ୟ କରିଥିବା ଅଭିଯୋଗ ଆସିଛି । ସୂଚନା ଅନୁଯାୟୀ ସାଗର ତାର ସାଙ୍ଗ ମାନଙ୍କ ସହ ମିଶି ବାରଣାସୀରେ ରହି ଆସୁଥିଲେ । ଏବଂ କଛିି ଚାକିରି ପାଇଁ ପ୍ରସ୍ତୁତି ଚଳାଉଥିଲେ । ତେବେ ଏହି ଦୁଷ୍କର୍ମ ଘଟଣାରେ ସାଗରଙ୍କ ସହ ତାଙ୍କ ଦୁଇ ବନ୍ଧ ଲିପ୍ତ ଥିବା ଜଣା ପଡ଼ିଛି ।
ସୂଚନା ମୁତାବକ ଡାକ୍ତରୀ ଛାତ୍ରୀ ଜଣକ କଲେଜକୁ ବସରେ ଯାଉଥିଲେ ।

ପରେ ବସରୁ ଓହ୍ଲାଇ କଲେଜକୁ ଅଳ୍ପ କିଛି ବାଟ ଚାଲି ଚାଲି ଯାଉଥିବା ସମୟରେ ସାଗର ତାଙ୍କୁ ଏସିଡ଼୍ ପକାଇବାର ଧମକ୍ ଦେଇ କାର ଭିତରକୁ ନେଇଯାଇଥିଲେ । ପରେ କାର୍ ଭିତରେ ଯୁବତୀ ଜଣକୁ ମଦ ପିଇବାକୁ ବାଧ୍ୟ କରିଥିଲେ । ଛାତ୍ରୀ ଜଣକ ମଦ ପିଇବାକୁ ମନା କରିବାରୁ ତାଙ୍କୁ ମାଡ଼ ମାରିବା ସହ ଜବରଦସ୍ତି ମଦ ପିଆଇଥିଲେ । ମଦ ପିଆଇ ସାରବା ପରେ ଚଳନ୍ତା କାର୍ ଭିତରେ ଦୁଷ୍କର୍ମ କରିଥିଲେ ସାଗର । ଦୁଷ୍କର୍ମ କରିସାରିବା ପରେ ପୁଣି ଛାତ୍ରୀ ଜଣକୁ ଏକ ଘର ଭିତରକୁ ନେଇ ମଦ ପିଆଇବା ସହ ସାଗରର ଦୁଇ ସାଙ୍ଗ ଅମର ଓ ବିନୀତ ପୁଣି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ମୁଖ୍ୟ ଦୁଷ୍କର୍ମକାରୀ ସାଗରକୁ ପୋଲିସ୍ ଗିରଫ କରିବା ସହ ଅନ୍ୟ ଦୁଇ ଦୁଷ୍କର୍ମ କାରୀକୁ ଖୋଜାଖୋଜି ଚଳାଇଛି ।



