କଟକ ମାଣିକଘୋଷ ବଜାରସ୍ଥ ମାରୱାଡି କ୍ଲବରେ ୨୧ ନମ୍ବର ୱାର୍ଡ଼ ର ବିଜେଡିର କାର୍ଯ୍ୟ କାରିଣୀ ବୈଠକ…

ଦେବାଶିଷ ମିଶ୍ର(କଟକ)ଆଜି କଟକର ସ୍ଥାନୀୟ ମାଣିକଘୋଷ ବଜାରସ୍ଥିତ ମାରଓ୍ବାଡି କ୍ଲବ ପରିସରରେ ସମସ୍ତ କୋଭିଡ୍ କଟକଣାକୁ ମାନି କଟକ ମହାନଗର ନିଗମର ୨୧ ନମ୍ବର ଓ୍ଯାର୍ଡ ବିଜୁ ଜନତା ଦଳର କାର୍ଯ୍ଯକାରିଣୀ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ବରିଷ୍ଠ ବିଜେଡି ନେତା ତଥା କଟକ ମହାନଗର ନିଗମ ର ପୂର୍ବତନ ଡେପୁଟି ମେୟର ଶ୍ରୀ ମଧୁସୂଦନ ସାହୁଂକ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି।

ଅନ୍ୟ ଅତିଥିମାନଙ୍କ ମଧ୍ଯରେ ୨୧ ନମ୍ବର ଓ୍ଯାର୍ଡର ବରିଷ୍ଠ ବିଜେଡି ନେତା ଶ୍ରୀ ଧୀରେନ୍ଦ୍ର ବେହେରା, ଶ୍ରୀ ସମ୍ପଦ ମଲ୍ଲୀକ୍, ଶ୍ରୀ ନରେନ୍ଦ୍ର ବେହେରା, ଶ୍ରୀ ପ୍ରସନ୍ନ ବେହେରା, ଶ୍ରୀ ଅଞ୍ଜନ କୁମାର ମଲ୍ଲୀକ୍, ଶ୍ରୀ ପ୍ରଶାନ୍ତ କୁମାର ନନ୍ଦୀ ଓ ଶ୍ରୀ କାଳନ୍ଦୀ ନାରାୟଣ ମଲ୍ଲୀକଂକ ସମେତ ବହୁ କର୍ମୀମାନେ ଉପସ୍ଥିତ ରହି କଟକର ସ୍ବାଭିମାନ ଲାଗି କାର୍ଯ୍ୟ କରିବାକୁ ଶପଥ ନେଇଥିଲେ। ଏହି ବୈଠକରେ ୨୧ ନମ୍ବର ଓ୍ଯାର୍ଡର ବିଜୁ ଜନତା ଦଳର ସଭାପତି ରୁପେ ଶ୍ରୀ ଅଶୋକ କୁମାର ଶର୍ମାଙ୍କୁ ଚୟନ କରାଯାଇ ଓ୍ଯାର୍ଡର ସମସ୍ତ ଦାୟିତ୍ୱ ଅର୍ପଣ କରାଯାଇଥିଲା।ଉପସ୍ଥିତ ସମସ୍ତ କର୍ମୀମାନଙ୍କୁ ଦଳର ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା।ଅବଶେଷରେ ଶ୍ରୀ ପ୍ରଶାନ୍ତ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥୂଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୁବର୍ଣ୍ଣପୁର ଜିଲ୍ଲା ନୂଆ ନ୍ୟାୟାଳୟ କୋଠା ଲକାର୍ପିତ....

Mon Oct 11 , 2021
ସୁବର୍ଣପୁର(ନମୋଗୁରୁ ହୋତା) ସୁବର୍ଣ୍ଣପୁର ଜିଲ୍ଲା ନ୍ୟାୟାଳୟ ପରିସରର ନବ ନିର୍ମିତ କୋଠା ଆଜି ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଏସ୍.ମୁରଳୀଧର୍ ଙ୍କ ଦ୍ବାରା ଲୋକାର୍ପିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ଦ୍ବାରା ଆୟୋଜିତ ଏହି ଭବ୍ୟ ଉଦଘାଟନୀ ସମାରୋହରେ ମୁଖ୍ୟ ବିଚାରପତିଙ୍କ ସହ ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଚିତ୍ତରଂଜନ ଦାଶ,ଶତୃଘ୍ନ ପୂଜାରୀ ଓ ସାବିତ୍ରୀ ରାଥୋ ପ୍ରମୁଖ ଜିଲ୍ଲା ନ୍ୟାୟିକ କଂପ୍ଲେକ୍ସ୍ ର ଏହି […]

You May Like

Pin It on Pinterest