ଆଖଣ୍ଡଳମଣିଙ୍କ ପୀଠରେ ଜୟଦୁର୍ଗାଙ୍କ ଷୋଡଶ ଦିବସୀୟ ପୂଜାର ଆଜି ମହାସପ୍ତମୀ ପୂଜା,ଭିନ୍ନଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି “ମା”

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୧\୧୦\୨୧-ପୀଠଦେବୀଙ୍କର ଆଜି ପବିତ୍ର ମହାସପ୍ତମୀ ପୂଜା, ପବିତ୍ର ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ଯନ୍ତ ବାବା ଆଖଣ୍ଡଳମଣିଙ୍କ ବେଢା ପ୍ରାଙ୍ଗଣରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କ ପୂଜା ମଣ୍ଡପରେ ଚାଲିଥିବା ଷୋଡଶ ଦିବସୀୟ ପୂଜାରେ ପ୍ରତିଦିନ ଘଟସ୍ଥାପନ, ଦ୍ବାରପାଳ ପୂଜା, ବାବା ଆଖଣ୍ଡଳମଣିଙ୍କ ପାଖରେ ରୁଦ୍ରାଭିଷେକ, ମାର୍ଜନା ସରିବା ପରେ ମାଙ୍କୁ ପ୍ରତିଦିନ ଭିନ୍ନଭିନ୍ନ ବେଶରେ ଅର୍ଥାତ ଗୌରୀ, ପାର୍ବତୀ, ମହାଲକ୍ଷ୍ମୀ, ମହାକାଳୀ, ସରସ୍ବତୀ, ବୈଷ୍ଣବୀ, ଭୂବନେଶ୍ବରୀ ଆଦି ବେଶରେ ସଜ୍ଜିତ କରାଯାଇ ଷୋଡଶ ପୂଜା ଚାଲିଛି।

ଆଜି ପୀଠଦେବୀଙ୍କ ନିକଟରେ ମହାସପ୍ତମୀ ପୂଜା ଆରମ୍ଭ ହୋଇଥିବାରୁ ଭୋର ୪ଟାରୁ ପହଡ ଖୋଲିବା ପରେ ରୀତିନୀତି ଅନୁଯାୟୀ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଛି। ଆଜି ଠାରୁ ଦଶହରା ପର୍ଯ୍ଯନ୍ତ ଅପରାଜିତା ମନ୍ତ୍ରରେ ପୂଜାର୍ଚ୍ଚନା କରାଯିବ। ସେହିପରି ମନ୍ଦିରର ନୀତିକାନ୍ତି ଅନୁଯାୟୀ ମା’ ଙ୍କ ନିକଟରେ ମଙ୍ଗଳ ଆଳତୀ, ହଳଦୀପଞ୍ଚାମୃତ ସ୍ନାନ, ଜଳାଭିଷେକ ନୀତି ସରିବା ପରେ ମାଙ୍କୁ ନବବସ୍ତ୍ର ସହ ସୁବର୍ଣ୍ଣ ଓ ରୋପ୍ଯ ଅଳଙ୍କାର ବିଭିନ୍ନ ଫୁଲ, ଚନ୍ଦନ ଆଦି ଲାଗି କରାଯାଇ ବିଭିନ୍ନ ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଉଛି।

ଏହା ପରେ ଚଣ୍ଡିପାଠ, ଷୋଡଶ ଉପଚାର ପୂଜା, ହୋମ , ନୀତି ଆଦି ଅନୁଷ୍ଠିତ ହେଉଛି ବୋଲି ସେବାୟତ କହିଛନ୍ତି। ଚଳିତବର୍ଷ କୋଭିଡ କଟକଣା ବଳବତ୍ତର ରହିଥିବାରୁ କମ ସଂଖ୍ଯକ ସେବାୟତ କୋରନା କଟକଣା ଅବଲମ୍ବନ କରି ନୀତିକାନ୍ତି କରିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନେହେରୁ ଯୁବକେନ୍ଦ୍ର ପକ୍ଷରୁ କ୍ଲିନ ଇଣ୍ଡିଆ କାର୍ଯ୍ୟକ୍ରମ ଆୟୋଜିତ...

Mon Oct 11 , 2021
ପ୍ରଭାତ ସାହା(ମାଲକାନଗିରି)- ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କ୍ଲିନ ଇଣ୍ଡିଆ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଶିବ ପ୍ରସାଦ ମହାରଣା ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ପ୍ରଥମେ ଜିଲ୍ଲାକୁ କିପରି ସ୍ୱଚ୍ଛ ରଖିବା ଓ ସ୍ୱଚ୍ଛ ରଖିବା ଦ୍ୱାରା କଣ ସବୁ ଲାଭ ସେ ସମ୍ବନ୍ଧରେ ନେହୁରୁ ଯୁବ କେନ୍ଦ୍ର ସଂଯୋଜକ […]

You May Like

Pin It on Pinterest