ନେହେରୁ ଯୁବକେନ୍ଦ୍ର ପକ୍ଷରୁ କ୍ଲିନ ଇଣ୍ଡିଆ କାର୍ଯ୍ୟକ୍ରମ ଆୟୋଜିତ…

ପ୍ରଭାତ ସାହା(ମାଲକାନଗିରି)- ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କ୍ଲିନ ଇଣ୍ଡିଆ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଶିବ ପ୍ରସାଦ ମହାରଣା ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ପ୍ରଥମେ ଜିଲ୍ଲାକୁ କିପରି ସ୍ୱଚ୍ଛ ରଖିବା ଓ ସ୍ୱଚ୍ଛ ରଖିବା ଦ୍ୱାରା କଣ ସବୁ ଲାଭ ସେ ସମ୍ବନ୍ଧରେ ନେହୁରୁ ଯୁବ କେନ୍ଦ୍ର ସଂଯୋଜକ ହରିଷ ରୂପାଲ ବୁଝାଇଥିଲେ ।

ଏହାପରେ ଚିକିତ୍ସାଲୟ ପରିବେଶକୁ ନେହୁରୁ ଯୁବକେନ୍ଦ୍ର ସଦସ୍ୟ, ଉତ୍କଳ ସାମ୍ବାଦିକ ସଙ୍ଘ ସଦସ୍ୟ, କଲେଜ ଛାତ୍ର,ଛାତ୍ରୀ ସମାଜ ସେବୀ ଙ୍କ ଦ୍ଵାରା ସଫେଇ କରାଯାଇଥିଲା । ନେହୁରୁ ଯୁବ କେନ୍ଦ୍ର ବିଭିନ୍ନ ସମୟରେ ଜିଲ୍ଲା ର ବହୁ ଜାଗାରେ ଏହି ଭଳି ଜନ ହିତକର କାର୍ଯ୍ୟ କରି ପ୍ରଶଂସା ସାଉଁଟି ଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମ ରେ ସାଧାରଣ ଲୋକ ମଧ୍ୟ ଉପସ୍ଥିତି ମଧ୍ୟ ଦେଖାଯାଇ ଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନବରାତ୍ରି ୨୦୨୧ ସପ୍ତମ ଦିନ: ମା'କାଳରାତ୍ରୀ ରୂପେ ଆଜି ପୂଜା ପାଇବେ , ମାତାଙ୍କର ପ୍ରିୟ ମନ୍ତ୍ର ଫୁଲ, ରଙ୍ଗ, ଆରତୀ ଏବଂ ପୂଜା ବିଦ୍ଧି ଜାଣନ୍ତୁ...

Tue Oct 12 , 2021
ବାସ୍ତବବ୍ୟୁରୋ(ଡ଼.ନବକିଶୋର ମିଶ୍ର) ୧୨ ଅକ୍ଟୋବର ୨୦୨୧ ,ମଙ୍ଗଳବାର ହେଉଛି ନବରାତ୍ରୀଙ୍କର ସପ୍ତମ ଦିନ | ଏହି ଦିନ ମା କାଳରାତ୍ରୀ ଙ୍କୁ ପୂଜା କରିବାର ନିୟମ ଅଛି | ମା କାଳରାତ୍ରୀ ଦୁଷ୍ଟମାନଙ୍କର ବିନାଶକାରୀ | ମାତା ରାଣୀଙ୍କ ବିଶେଷ ଅନୁଗ୍ରହ ମା କାଳରାତ୍ରୀ ଙ୍କୁ ପୂଜା କରୁଥିବା ଭକ୍ତଙ୍କ ଉପରେ ରହିଥାଏ ବୋଲି ବିଶ୍ୱାସ କରାଯାଏ। ମା କାଳରାତ୍ରୀ ଙ୍କ ସ୍ୱରୂପ ବିଷୟରେ କହିବାକୁ ଗଲେ , ମାତା […]

You May Like

Pin It on Pinterest