ଗ୍ରାମ୍ୟ ବିକାଶ ନଗ୍ନ ଚିତ୍ର- ୫ ବର୍ଷୀୟ ଝିଅ ମିତା ଦେହୁରୀ ମୃତ୍ୟ ପାଇଁ ଦାୟୀ କିଏ ?

ନନ୍ଦିନୀ ପ୍ରଧାନ(ସମ୍ବଲପୁର)୧୨।୧୦: ଖେଳ ହେଲା କାଳ କିଏ ଜାଣିଥିଲା ଗାଁ ଦାଣ୍ଡରେ ସାଙ୍ଗମାନଙ୍କ ସହ ଖେଳିବାକୁ ଯାଇଥିବା ଝିଅ ,ମା ବାପଙ୍କ କୋଳକୁ ଶବ ହୋଇ ଫେରିବ ? ସବୁଦିନ ପରି କାଲି(ସୋମବାର) ସନ୍ଧ୍ୟାରେ ଗାଁ ଦାଣ୍ଡରେ ଖେଳୁ ଖେଳୁ ଅସାବଧାନତା ଯୋଗୁଁ ୫ ବର୍ଷର କୁନି ଝିଅ କୁଅରେ ପଡ଼ିଗଲା ।

ବହୁ ଖୋଜାଖୋଜି ପରେ କୂଅରୁ ଉଦ୍ଧାର କରି ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ଡକାହେଲା,ହେଲେ ଗାଁକୁ ରାସ୍ତା ନଥିବାରୁ (ଗ୍ରାମର ୨ କିଲୋମିଟର ପୂର୍ବରୁ ନାଳରେ ପୋଲ ନଥିବାରୁ) ଆମ୍ବୁଲାନ୍ସ ଗାଁକୁ ଯାଇ ପାରିଲାନି ।ବାପା ଝିଅକୁ ବଞ୍ଚାଇବା ପାଇଁ,ଝିଅକୁ କାନ୍ଧରେ ପକାଇ ଦୁଇ କିମି ରାସ୍ତା ଚାଲି, ନାଳ ପାର‌ ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଲା, ହେଲେ ବିଧିର ବିଡମ୍ବନା, ଡାକ୍ତର ଝିଅକୁ ମୃତ ଘୋଷଣା କଲେ ।

ସୂଚନା ଅନୁଯାଇ ରେଢ଼ାଖୋଲ ଥାନା ଘୁଷୁରାମାଲ ପଞ୍ଚାୟତ କମଳାନାଳି ଗାଁର ଘଟିଛି ଏହି ଅଭାବନୀୟ ଘଟଣା ।ଏହି ଗାଁର ଅର୍ଜୁନ ଦେହୁରୀ ଓ ବାସନ୍ତୀ ଦେହୁରୀଙ୍କ ୫ ବର୍ଷୀୟ ଝିଅ ମିତା ଦେହୁରୀ । ସୋମବାର ସଂଧ୍ୟା ସମୟରେ ଗାଁ ଦାଣ୍ଡରେ ସାଙ୍ଗ- ସାଥୀଙ୍କ ସହ ଖେଳୁଥିଲେ । ହଠାତ୍ ଅସାବଧାନତା ହେତୁ ପାଖରେ ଥିବା କୂଅରେ ପଡ଼ିଯାଇଥିଲ । ପରିବାର ଲୋକେ ସନ୍ଦେହ କରି ନିକଟରେ ଥିବା କୁଅରେ ଖୋଜିଥିଲେ । ଶେଷରେ ଝିଅକୁ କୂଅରୁ ଉଦ୍ଧାର କରି, ରେଢ଼ାଖୋଲ ମେଡିକାଲକୁ ନେବାପାଇଁ ଆମ୍ବୁଲାନ୍ସ ଡକାଇଲେ । ଆମ୍ବୁଲାନ୍ସ ଆସିଲା ହେଲେ କମଳାନାଳି ଗାଁକୁ ନାଳ ରାସ୍ତା ଥିବାରୁ ଯାଇ ପାରିଲାନି ଗାଡ଼ି । ଝିଅର ଜୀବନ ବଞ୍ଚାଇବା ପାଇଁ ବାପା ମା ଦୁହେଁ କାନ୍ଧରେ ପକାଇ ୨କିମି ରାସ୍ତା ଚାଲି ଚାଲି ବୋହି ନେଇଥିଲେ । ଯାହା ସମସ୍ତଙ୍କ ପାଇଁ ଏକ ହୃଦୟ ବିଦାରକ ଦୃଶ୍ୟ ଥିଲା ।

ତେବେ ଝିଅକୁ ନେଇ ରେଢ଼ାଖୋଲ ମେଡିକାଲରେ ପହଞ୍ଚିଲା ବେଳକୁ ସବୁ ସରି ଯାଇ ଥିଲା ।ଡାକ୍ତର ରୁପି ଭଗବାନ ଝିଅକୁ ମୃତ୍ୟୁ ଘୋଷଣା କରିଦେଲେ । ବିଶ୍ୱାସ କରି ପାରୁନଥିଲେ ବାପ-ମାଆ, ପାଦ ତଳୁ ଖସିଗଲା ମାଟି ।କିଛି ସମୟ ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣା ପରେ ସାଧାରଣରେ ଅନେକ ପ୍ରଶ୍ନ ? ଆଜି ପର୍ଯ୍ୟନ୍ତ ଏହି ଗାଁକୁ ଯିବାକୁ ରାସ୍ତା ନାହିଁ କାହିଁକି ? । ନାଳରେ ପୋଲକାମ ସରିବ କେବେ ?ସରକାରଙ୍କ ଗ୍ରାମ୍ୟ ବିକାଶ ଏଠି ଅପହଞ୍ଚ କେଉଁଥି ପାଇଁ ? ଏଠି କଣ 5t ର ନଜର ପଡୁନି ? ହେ ସରକାର ସାଧାରଣ ଜନତାଙ୍କ ପାଇଁ ଟିକେ ଦୟା କର । ଟିକିଏ ଭୁଲ ପାଇଁ ଲିଭିନ ଯାଉ ଅମୁଲ୍ୟ ଜୀବନ ।ଆଜି ଯଦି ଭଲ ରାସ୍ତା ଆଉ ପୋଲଟିଏ ଥାନ୍ତା, ହୁଏତ କୁନି ଝିଅର ଜୀବନ ବଞ୍ଚି ଯାଇଥାନ୍ତା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବ ମା'କନକେଇ ଦେବୀଙ୍କ ଦୁର୍ଗା ପୂଜା ପାଳନ...

Tue Oct 12 , 2021
ଆଶିଷ ନାୟକ(ରାଜକନିକା)କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଯୁକ୍ତ ପ୍ରତାପ କେଶରୀ ଦେବ ଙ୍କର ପିତା ସ୍ୱର୍ଗତ ରାଜାସାହେବ ଶରତ କୁମାର ଦେବ କଂର ପୂର୍ବ ପୁରୁଷଙ୍କ ଦ୍ବାରା ଆଳି ରାଜ ପ୍ରାସାଦ ରେ ଚାଲିଆସିଥିବା ମା କନକେଇ ଦେବୀଙ୍କ ଦୁର୍ଗା ପୂଜା ପାଳନ ହୋଇଆସୁଛି | ଉକ୍ତ ଦୁର୍ଗା ପୂଜା କୁ ଆହୁରି ଶରସ ସୁନ୍ଦର ଭାବରେ କରିବା ପାଇଁ ଦେବୀ ଦୁର୍ଗା ମାଆ ଙ୍କର […]

You May Like

Pin It on Pinterest