ଆଜିର ଖାସ୍ ଖବର

୧-ପ୍ରଦୂଷଣ କବଳରେ ଏବେ ଓଡ଼ିଶାର ୭ ସହର: ଭୁବନେଶ୍ୱର,କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର, ରାଉରକେଲା ଓ କଳିଙ୍ଗନଗର । ସବୁଠୁ ପ୍ରଦୂଷିତ ଭୁବନେଶ୍ୱର।

୨-ପୁରୀ:ସୁପ୍ରିମକୋର୍ଟଙ୍କ କଡ଼ା ରାୟ; ବିଶୃଙ୍ଖଳିତ ସେବାୟତଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ।

୩-ସମ୍ଭାବ୍ୟ ଭୀଷଣ ବର୍ଷା ଏବଂ ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ କର୍ମଚାରୀଙ୍କର ଛୁଟି ବାତିଲ କଲେ ଗଞ୍ଜାମ ଜିଲ୍ଲାପାଳ।

୪-ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ କଟକରେ ପୁଣି ଫେରିବ ରିକ୍ସା।

୫-୭ ହଜାର କୋଟି ଟଙ୍କା ବ୍ୟାଙ୍କ ଦୁର୍ନୀତି, ୩୫ଟି ମାମଲା ରୁଜ୍ଜୁ କଲା ସିବିଆଇ, ଦେଶର ୧୬୯ ସ୍ଥାନରେ ଚଢ଼ଉ ଜାରି।

୬-ଭୁବନେଶ୍ୱର : ଓଡ଼ିଶା ଛୁଇଁନପାରେ ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍’। ଏହା ଦ୍ବାରା ଉତ୍ତର ଓ ଉପକୂଳ ଓଡିଶାରେ ପବନ ସହ ବର୍ଷା ସମ୍ଭାବନା।

୭-ନୂଆଦିଲ୍ଲୀ: ଦୀର୍ଘ ୧୧ ଘଣ୍ଟା ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ହଜାର ହଜାର ପୋଲିସ କର୍ମୀ।

୮-କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ଉନ୍ନତିକରଣ ପାଇଁ ୮ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ।

୯-ଡିସେମ୍ବର ସୁଦ୍ଧା ଜନସେବା କେନ୍ଦ୍ରରେ ମିଳିବ ଡିଏଲ୍ ଓ ଗାଡ଼ି ରେଜିଷ୍ଟ୍ରେସନ ସୁବିଧା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବାତ୍ୟା 'ବୁଲ୍-ବୁଲ୍' ର ପ୍ରକୋପରୁ ବର୍ତ୍ତିଯିବ ଓଡ଼ିଶା

Wed Nov 6 , 2019
ବାସ୍ତବ ବ୍ୟୁରୋ (ଭୁବନେଶ୍ୱର): ବାତ୍ୟା ବୁଲବୁଲ ପ୍ରକୋପରୁ ଓଡ଼ିଶା ବର୍ତ୍ତିଯିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ କହିଛି । ବିଭାଗ ପକ୍ଷରୁ ଜାରି ନୂଆ ବୁଲେଟିନ ଅନୁସାରେ ବୁଲବୁଲ ଧୀରେ ଧୀରେ ଉତ୍ତର ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଯାଉଛି । ତେବେ ଏହାର ପ୍ରଭାବରେ ଆସନ୍ତା ୯ ଓ ୧୦ ତାରିଖରେ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ […]

You May Like

Pin It on Pinterest