
ଦୀପକ ସାହୁ( କଳାହାଣ୍ଡି) ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମlଣୀକେଶ୍ୱରୀଙ୍କ ଛତର ଯାତ୍ରା ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇ ଯାଇଛି l ଜେନାଖlଲରୁ ମାଙ୍କ ଛତରକୁ ଛତ୍ର ବାହକ , ଶ୍ରଦ୍ଧlଲୁ ମାନେ କାନ୍ଧରେ ବୋହି ମନ୍ଦିର ଅଭିମୁଖେ ପ୍ରାୟ ତିନି କିଲୋମିଟର ନେଇଥିଲେ l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା ।

ବିଗତ ବର୍ଷ ମାନଙ୍କରେ ଛତର ଯାତ୍ରାରେ ହଜାର ହଜାର ସଂଖ୍ୟାରେ ମାନସିକଧାରୀମାନେ ବୋଦା, କୁକୁଡା ବଳିଦେଇ ରାଜ ରାସ୍ତାକୁ ରକ୍ତ ରଞ୍ଜିତ କରୁଥିବା ଦେଖିବାକୁ ମିଳୁଥିଲା ଏବର୍ଷ କିନ୍ତୁ ୧୪୪ ଧାରା ଯୋଗୁ କେବଳ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ଏବଂ ଘୁମୁରା ବାଦ୍ୟର ତାଳେ ତାଳେ ମାଙ୍କୁ ମନ୍ଦିରକୁ ନିଆଯାଇଥିଲା l ବାରଣ ସତ୍ୱେ ଭକ୍ତ ମାନେ ନିଜଘର ସମ୍ମୁଖରେ ରହି ଏବଂ ଦୂରରୁ ଶ୍ରଦ୍ଧାଳୁ ମାନେ ସେମାନଙ୍କ ଆରାଧ୍ୟl ଦେବୀଙ୍କୁ ଦର୍ଶନ କରିଥିଲେ ।

କେତକ ମାନସିକଧାରୀ ଅଭିଷ୍ଟ ପୂରଣ ହେବାପରେ ବଳିପ୍ରଦାନ କରିଥିବା ବେଳେ ଶାନ୍ତିର ପ୍ରତୀକ କପୋତକୁ ମାଙ୍କ ଉଦ୍ଦେଶ୍ୟରେ ଛତର ଉପରକୁ ଉଡେଇଥିବା ଦେଖା ଯାଇଥିଲା l ମାଙ୍କ ଛତର ମାଣିକେଶ୍ୱରୀ ମନ୍ଦିର ନିକଟରେ ପହଂଚିବାପରେ ମହାରାଜ ଅନନ୍ତ ପ୍ରତାପ ଦେଓ ଛତ୍ରକୁ ଗ୍ରହଣ କରି ମନ୍ଦିରର ଗର୍ଭଗୃହକୁ ନେଇଥିଲେ l କଳାହାଣ୍ଡି ଜିଲ୍ଲାପାଳ ଗlଭlଲି ପରlଗ ହର୍ଷଦ ଉପସ୍ଥିତରହି ଏହି ଛତର ଯାତ୍ରର ପରିସ୍ଥିତି ଅନୁଧ୍ୟାନ କରିଥିଲେ l ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର , ସଂlସଦ ବସନ୍ତ ପଣ୍ଡା , ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ ଏବଂ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ମାଙ୍କ ଦର୍ଶନ କରିଥିଲେ l
