
ଦୀପକ ସାହୁ (ଭବାନୀପାଟଣା)କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥ ରେଞ୍ଜ ଅଞ୍ଚଳରେ ଆଜିକୁ ୧ ମାସ ହେବ ହାତୀଶାଳ ପିଆରଏଫ ରେ ୨୫ରୁ ଉର୍ଦ୍ଧ୍ବ ଜଙ୍ଗଲି ହାତୀ ରହିଥିବା ବେଳେ କୁମଖାଲ,ବନ୍ଧପାରି,ବିଶ୍ୱନାଥପୁର ଓ ଚମ୍ପାଦେଇପୁର ପଞ୍ଚାୟତର ନିୟମିତ ଭାବେ ବିଭିନ୍ନ ଗ୍ରାମର ଲୋକଙ୍କ ଘର, ନଳକୂପ, ଧାନ, ମକା, ପନିପରିବା ଚାଷକୁ ନଷ୍ଟ କରି ଚାଲିଥିବା ବେଳେ ଗତ ରାତିରେ ଲାଞ୍ଜିଗଡ଼ ବନ ବିଭାଗ ଅଧୀନରେ ଥିବା ଛତ୍ରପୁର ପଞ୍ଚାୟତ ମସ୍କାପଦର ଗାଁର କଲୋନୀ ପଡ଼ାରେ ଲିଙ୍ଗରାଜ ମାଝୀଙ୍କ ଘରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇ ଘରେଥିବା ଧାନ, ଚାଉଳ, କାନ୍ଧୁଲ, ମକା, ନଷ୍ଟ କରିବା ସହ କପା ଚାଷକୁ ମଧ୍ୟ ନଷ୍ଟ କରିଦେଇଛନ୍ତି।

ହାତୀପଲଙ୍କ ଭୀଷଣ ଗର୍ଜନ ଶୁଣି ପାଖ ପଡାର ଲୋକେ ଲିଙ୍ଗରାଜ ଓ ତାଙ୍କ ପତ୍ନୀଙ୍କୁ ଘରୁ ଉଦ୍ଧାର କରିବା ପାଇଁ ଘର ନିକଟକୁ ଯାଇଥିଲେ।କିନ୍ତୁ ୨୫ ରୁ ଉର୍ଦ୍ଧ୍ବ ହାତୀପଲ ଘରର ଚାରିପାଖରେ ଘେରି ରହିଥିବା ବେଳେ ପଡ଼ାବାସୀ ମଧ୍ୟ ଭୟଭୀତ ହୋଇ ଯାଇଥିଲେ।ବନ ବିଭାଗ ସହାୟତାରେ ହାତୀ ଘଉଡାଇବା ପରେ ଘରର ଗୋଟିଏ କୋଣରେ ଜୀବନ ବିକଳରେ ଛପି ରହିଥିବା ଲିଙ୍ଗରାଜ ଓ ତାଙ୍କ ସ୍ତ୍ରୀ ଙ୍କୁ ଉଦ୍ଧାର କରିଥିଲେ।

ଏହାପରେ ହାତୀପଲ ନିକଟସ୍ଥ ଗାଁ ଖଜୁର ପଦର ଚାଲି ଯାଇଥିଲେ।ହାତୀ ଯିବା ଜାଣି ପାରି ଖଜୁର ପଦର ଗାଁକୁ ଲାଞ୍ଜିଗଡ଼ ଫରେଷ୍ଟର ବୃଷବ ବେଶ୍ରା ଓ ବନ ବିଭାଗ କର୍ମଚାରୀଙ୍କ ସମେତ ଏଲିଫେଣ୍ଟ ସ୍କୁର୍ଡ ମାନେ ଖଜୁରୀ ପଦର ଗାଁକୁ ଯାଇଥିଲେ।ସେତେବେଳକୁ ହାତୀପଲ ସୁବର୍ଣ୍ଣ ମାଝୀ ଓ ମେଣ୍ଡି ମାଝୀଙ୍କ ଘର ଭାଙ୍ଗୁଥିବା ଦେଖି ଘଉଡ଼ାଇ ଥିଲେ ମଧ୍ୟ ହାତୀପଲ ଘଟଣା ସ୍ଥଳ ଛାଡି ଯାଇନଥିଲେ।

ଝଜୁରୀ ପଦର ଗାଁର ସୁବର୍ଣ୍ଣ ମାଝୀଙ୍କ ଘର ଭାଙ୍ଗିବା ସହ ଡିସ୍କ ତାର ଓ ଛତାକୁ ଉପାଡି ଫିଙ୍ଗି ଦେଇଥିବା ବେଳେ ମେଡି ମାଝୀଙ୍କ ଘରକୁ ଭାଙ୍ଗି ଦେଇଥିଲେ। ମେଣ୍ଡି କୁ ସାପ କାମୁଡି ଥିବା ଯୋଗୁଁ ସେ ଘରେ ଅନୁପସ୍ଥିତ ଥିବା ବେଳେ ତାର ୧୩ ବର୍ଷର ମୁକ ପୁଅକୁ ପଡିସା ଘର ଲୋକେ ଉଧାର କରିଥିଲେ।ଘରେ ଥିବା ଚାଉଳ, ଧାନ ,ଆବାସ ପତ୍ର ନଷ୍ଟ କରିବା ସହ କପା ଓ କଦଳୀ ଗଛ ମଧ୍ୟ ଭାଙ୍ଗିଥିବା ଦେଖିବାକୁ ମିଳିଛି।
ବର୍ତ୍ତମାନ ଲାଞ୍ଜିଗଡ଼ ଫରେଷ୍ଟର ବୃଷବ ବେଶ୍ରା ପୁଣି ଆଜି ସକାଳେ କ୍ଷତିଗ୍ରସ୍ତ ପରିବାର ପାଖକୁ ପହଁଚି କ୍ଷୟକ୍ଷତି ଆକଳନ କରିଥିବା ବେଳେ ଲୋକେ ହୋ ହାଲା କରିଥିଲେ।ଆଜିକୁ ୩ ବର୍ଷ ହେଲା ହାତୀପଲ ଘର ଭାଙ୍ଗୁଥିବା ବେଳେ ସରକାର ତରଫରୁ କୌଣସି ସାହାଯ୍ୟ ମିଳୁନଥିବା ଲୋକେ ପ୍ରକାଶ କରିଥିଲେ।ବ୍ଳକ ପ୍ରଶାସନ ପକ୍ଷରୁ ମଧ୍ୟ ଖଣ୍ଡିଏ ପଲିଥିନ ଓ କେତେ କିଲୋ ଚାଉଳ ଛଡା କୌଣସି ସହଯୋଗ ମିଳୁନ ଥିବା ବେଳେ ଧନୀ ଓ ଘର ଥିବା ଲୋକଙ୍କୁ ହିଁ ଘର ମିଳୁଛି କିନ୍ତୁ କ୍ଷତିଗ୍ରସ୍ତ ପରିବାରଙ୍କୁ ଘର ଖଣ୍ଡେ ମିଳୁନାହିଁ ବୋଲି ଲୋକେ ପ୍ରକାଶ କରିଛନ୍ତି।