ଆଜିର ଖାସ୍ ଖବର

 ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୬ଟି କରୋନର ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରୁ ୨୭୧ ଜଣ କ୍ୱାରେଣ୍ଟାଇନ୍‌ର ଥିବା ବେଳେ ୧୯୬ଟି ଲୋକାଲ କେସ୍‌ ରହିଛି। ସେହିପରି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୬୬ ଜଣ ଅଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ କରୋନାରେ ଆକ୍ରାନ୍ତ ହୋଇ ୫ ଜଣ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୨୭୯କୁ ବୃଦ୍ଧି ପାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୪୨୭୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୨୯୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୨୦୬୪୫ଜଣ ସୁସ୍ଥ ହୋଇଛନ୍ତି ।

ଆଜି ଜଗତଜ୍ଜନନୀ ମା ଦୁର୍ଗାଙ୍କର ବିଜୟା ଦଶମୀ ବା ଦଶହରା ପର୍ବ। ଏଥିପାଇଁ ଆଜି ଉଭୟ ପୀଠ ଓ ପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ହେଲେ କଟକଣା ପାଇଁ ମଣ୍ଡପରେ ଭକ୍ତଙ୍କ ଗହଳି ନାହିଁ।ମହାମାରୀ ନେଇ ପ୍ରଶାସନ ଜାରି କରିଥିବା ସମସ୍ତ କଟକଣା ସହକାରେ ପୂଜା କରାଯାଉଛି। କେବଳ ଦେବୀ ଦୁର୍ଗାଙ୍କ ନୀତିକାନ୍ତି କରାଯାଉଥିବା ବେଳେ, ସାଧାରଣ ଦର୍ଶନ ବନ୍ଦ। ସଂକ୍ରମଣ ଆଶଙ୍କା‌ରେ ପୂଜା ମଣ୍ଡପଗୁଡ଼ିକରେ ୭ ଜଣରୁ ଅଧିକ ରହି‌ବେ ନାହିଁ ବୋଲି ରାଜ୍ୟ ସରକାର ନିୟମ କରିଛନ୍ତି।

 ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଜି ଉପକୂଳ ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।  ସେହିପରି ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ବିଜୟା ଦଶମୀରେ ବନ୍ଦ ରହିବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ। ଠାକୁରଙ୍କ ସମସ୍ତ ନୀତିକାନ୍ତ ହେବ, କିନ୍ତୁ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ମନା। ସେହିପରି ଆସନ୍ତାକାଲି ଭସାଣରେ ଦିନ ୧୨ଟା ପରଠାରୁ ଦର୍ଶନ ବନ୍ଦ ରହିବ।  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ନୂଆ ଏସ୍ଓପିରେ ସର୍ବସାଧାରଣ ଦର୍ଶନ ଲାଗି ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ଅକ୍ଟୋବର ୧୬ ତାରିଖ ଅର୍ଥାତ୍ ଆସନ୍ତାକାଲି ହେଉଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ତେବେ ଗତବର୍ଷ ଭଳି ଏଥର ବି ନିଜର ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଦେଶରେ ୨୪ ଘଣ୍ଟାରେ ୧୮୯୮୭ ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ବେଳେ ୨୪୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୪୦ ଲକ୍ଷ ୨୦ ହଜାର ୭୩୦ରେ ପହଁଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫୧ ହଜାର ୪୩୫ରେ ପହଞ୍ଚିଛି । ଏବେ ଦେଶରେ ୨୦୬୫୮୬ ସକ୍ରିୟ ମାମଲା ରହିଛି । ସେହିପରି ୩୩୩୬୨୭୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି( ୧୫ତାରିଖ ) ବିଜୟାଦଶମୀର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ଅପରାହ୍ନ ପ୍ରାୟ ୧୨ଟା ୧୦ ମିନିଟ୍‍ ସମୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ ବାର୍ତ୍ତା ପ୍ରଦାନ କରିବେ, ଯାହା ସାତୋଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶକୁ ଉତ୍ସର୍ଗ କରିବ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଏବଂ ପ୍ରତିରକ୍ଷା ଶିଳ୍ପ ସଙ୍ଗଠନର ପ୍ରତିନିଧିମାନେ ଉପସ୍ଥିତ ରହିବେ

ବିଜୟା ଦଶମୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନେଦ୍ର ମୋଦି । ଦଶହରାରେ ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତିଷ୍ଠା ହୋଇଥିବାରୁ ଆଜିର ପବିତ୍ର ଦିବସରେ ଦେଶବାସୀଙ୍କ ମଙ୍ଗଳା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ପ୍ରତ୍ୟେକ ନାଗରିକଙ୍କର ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଭରି ଉଠୁ ଏହା ମାଆଙ୍କ ନିକଟରେ କାମନା ।

ଆଜି ଭାରତର ଏକାଦଶ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କ ଜନ୍ମ ବାର୍ଷିକୀ । ଡକ୍ଟର କଲାମ ୧୫ ଅକ୍ଟୋବର ୧୯୩୧ରେ ତାମିଲନାଡୁର ରାମେଶ୍ୱରମରେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ।

କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପୂର୍ବରୁ ତୈଳଦର ରେକର୍ଡ ସ୍ତରରେ ଥିବା ବେଳେ ଏବେ ଏପରି ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି।ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦର ୩୫ ପଇସା ମହଙ୍ଗା ହୋଇଛି। ଫଳରେ ରାଜଧାନୀରେ ପେଟ୍ରୋଲର ଲିଟର ପିଛା ଦର ୧୦୫.୧୪ ଟଙ୍କା ଓ ଡିଜେଲର ଦାମ ୯୩.୮୭ ଟଙ୍କା ହୋଇଯାଇଛି।

ବିଜୟା ଦଶମୀରେ ରାବଣ ପୋଡି ପାଇଁ ସବୁ ଆଡେ ଚାଲିଛି ପ୍ରସ୍ତୁତି।  ଆଜି ସନ୍ଧ୍ୟାରେ ଦେଶର ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହେବ। ଦିଲ୍ଲୀରେ ସନ୍ଧ୍ୟା ୬ଟା ଏବଂ ଲକ୍ଷ୍ନୌରେ ରାତି ୮ଟାରେ ହେବ ରାବଣପୋଡ଼ି। ଦିଲ୍ଲୀ ନୋଇଡା ଏବଂ ବିହାର ପାଟନାରେ ରାବଣ ପୋଡି ପାଇଁ ପ୍ରସ୍ତୁତି ଚଳାଇଛନ୍ତି କାରିଗର। ସେପଟେ କିନ୍ତୁ ମୁମ୍ବାଇରେ ଏଥିର କୌଣସି ବଡ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାହିଁ। କରୋନା ପାଇଁ ଚଳିତବର୍ଷ ଅଧିକ ଉଚ୍ଚତାରେ ରାବଣର ପ୍ରତିମୂର୍ତ୍ତି ନିର୍ମାଣ କରିନାହାନ୍ତି ଆୟୋଜକ। ହେଲେ ବିଧି ରକ୍ଷା ପାଇଁ କମ୍ ଉଚ୍ଚତାରେ ରାବଣ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି।  ସେହିପରି ରାବଣ ପୋଡି ଆୟୋଜନ ହେଉଥିଲେ ମଧ୍ୟ ଲୋକଙ୍କୁ ସମ୍ପୃକ୍ତ ସ୍ଥାନକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି। 

ବିଶ୍ବବ୍ୟାପୀ ୨୪ କୋଟି ୩ ଲକ୍ଷ ୪୫ ହଜାର ୮୯୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ରେ ୪୮ ଲକ୍ଷ ୯୬ ହଜାର ୬୩୫ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ୨୧ କୋଟି ୭୬ ଲକ୍ଷ ୫୫ ହଜାର ୧୯୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । 

କ୍ଷୁଧା ଓ କୁପୋଷଣ ଉପରେ ଦୃଷ୍ଟି ରଖିଥିବା ‘ଗ୍ଲୋବାଲ୍‌ ହଙ୍ଗର୍‌ ଇଣ୍ଡେକ୍ସ୍‍ [‘ବିଶ୍ୱ କ୍ଷୁଧା ସୂଚକାଙ୍କ’ରେ (ଜିଏଚ୍‌ଆଇ)] ୨୦୨୧ ଗୁରୁବାର ଦିନ ରିପୋର୍ଟ ପ୍ରକାଶ କରିଛି ବିଶ୍ୱର ୧୧୬ଟି ଦେଶରୁ ଭାରତ ୧୦୧ତମ ସ୍ଥାନକୁ ଖସି ପଡ଼ୋଶୀ ଦେଶ ପାକିସ୍ତାନ ଓ ବାଂଲାଦେଶ ତଳେ ରହିଛି। ୨୦୨୦ରେ ଉପରୋକ୍ତ ସୂଚକାଙ୍କରେ ଭାରତ ୯୪ତମ ସ୍ଥାନରେ ଥିଲା।୫ରୁ କମ୍‌ ସ୍କୋର୍‌ ହାସଲ୍‌ କରିଥିବା ଚୀନ୍‌, ବ୍ରାଜିଲ୍‌ ଏବଂ କୁଏତ୍‌ ସମେତ ୧୮ଟି ଦେଶ ‘ସୂଚକାଙ୍କ’ର ଶୀର୍ଷ ସ୍ତରରେ ହିଛି। ଆଇରିସ୍‌ ସାହାଯ୍ୟକାରୀ ଏଜେନ୍‌ସି ‘କନ୍‌ସର୍ଣ୍ଣ ଓ୍ଵାର୍ଲଡ୍‌ଓ୍ଵାଇଡ୍‌ ଆଣ୍ଡ୍‌ ଜର୍ମାନ୍‌ ଅର୍ଗାନାଇଜେସନ୍‌ ୱେଲଟ୍‌ ହଙ୍ଗର୍‌ ହିଲଫି’ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ ଉପରୋକ୍ତ ରିପୋର୍ଟ ଭାରତର କ୍ଷୁଧା ସ୍ତରକୁ ଉଦ୍‌ବେଗଜନକ ଆଖ୍ୟା ଦେଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡ଼ିଶା ଉତ୍କଳ ବାହିନୀ କଟକ ସହରର ସମସ୍ତ ପୁଜା କମିଟିର ସଭାପତି ଓ ସମ୍ପାଦକ ମାନଙ୍କୁ ସମ୍ଵର୍ଦ୍ଧନା

Fri Oct 15 , 2021
ଦେବାଶିଷ ମିଶ୍ର(କଟକ)ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ଓଡ଼ିଶା ଉତ୍କଳ ବାହିନୀ , କଟକ ପକ୍ଷରୁ କଟକ ସହରର ସମସ୍ତ ବଜାର ପୁଜା କମିଟିର ସଭାପତି ଓ ସମ୍ପାଦକ ମହୋଦୟଙ୍କୁ ସରକାରୀ କୋଭିଡ୍ ନିୟମକୁ ମାନି ଶାନ୍ତିଶୃଙ୍ଖଳାର ସହ ମା’ଦୁର୍ଗାକଂର ପୁଜା କରିଥୂବାରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡିଶା ଉତ୍କଳ ବାହିନୀର ଆବାହକ ଶ୍ରୀ ପୂଣ୍ଯଶ୍ଲୋକ ମହାନ୍ତିଙ୍କ ନେତୃତ୍ବ ରେ କଟକର ସମସ୍ତ ସାହିର ପୁଜାମଣ୍ଡପଠାରେ ବାହିନୀ ପକ୍ଷରୁ ଉତ୍ତରୀୟ ଓ ମାନପତ୍ର […]

You May Like

Pin It on Pinterest