
ମଧୁସ୍ମିତା ପ୍ରଧାନ(ସମ୍ବଲପୁର) ବିଜୟଓ୍ବାଡା- ରାଞ୍ଚି ଜାତୀୟ ରାଜପଥ ରେ ସାଇକେଲରେ ଯାଉଥିବା ବେଳେ, ଦନ୍ତାହାତୀ କୁ ଦେଖି ଜଙ୍ଗଲ ଭିତରକୁ ପଳାଉଥିବା ସମୟରେ , ହାତୀ ଆକ୍ରମଣରେ କକା ଓ ପୁତୁରା କୁ ଦଳିଚଟକି ମାରିଦେଲା ଦନ୍ତାହାତୀ |
ଏଭଳି ଘଟଣା ଦେଖିବାକୁ ମିଳିଛି ରେଢ଼ାଖୋଲ ରେଞ୍ଜ, ଡିମିରିକୁଦା ଗାଁ ପାଖ ଖୋଲଗୋଡ ସଂରକ୍ଷିତ ଜଙ୍ଗଲ ରେ, ଗତକାଲି ସନ୍ଧ୍ୟାରେ ଡିମିରିକୁଦା ଗାଁ ର କକା ଦୁଶାଶନ ଭୋଇ ନିଜ ୫ ବର୍ଷୀୟ ପୁତୁରା ରତିକ ଭୋଇ କୁ ଧରି ବିଜୟଓ୍ବାଡା- ରାଚି ଜାତୀୟ ରାଜପଥ ରେ ସାଇକେଲରେ ଯାଉଥିବା ବେଳେ , ହାତୀ ରାସ୍ତା ଉପରକୁ ଆସିଥିଲା |

ହାତୀ କୁ ଦେଖି କକା ପୁତୁରା ରାସ୍ତା ପାଖ ଜଙ୍ଗଲକୁ ପଳାଇଥିଲେ, ହାତୀ ସେମାନଙ୍କୁ ଗୋଉଡାଈ ଗୋଉଡାଇ ଦଳିଚଟକି ମାରିଦେଇଥିଲା | ଘର ଲୋକ ସନ୍ଧ୍ୟାରେ ବହୁ ଖୋଜାଖୋଜି କରିବା ପରେ ନ ପାଇବାରୁ , ଆଜି ସକାଳୁ ଗାଁ ଲୋକେ ସାଇକଲ ପଢିଥିବା ଦେଖି , ଜଙ୍ଗଲ ଭିତରକୁ ପସିଥିଲେ | ସେଠାରେ ତାଙ୍କର ମୃତଦେହ ଉଦ୍ଧାର କରିଥିଲେ | ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରଂଭ କରିଛନ୍ତି |