
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): ରାହୁଲ ଦ୍ରାବିଡ୍ ହୋଇପାରନ୍ତି ପରବର୍ତ୍ତୀ ଭାରତୀୟ କ୍ରିକେଟ ଦଳର କୋଚ୍। ସେ ନେଇ ପାରନ୍ତି ରବି ଶାସ୍ତ୍ରୀଙ୍କ ସ୍ଥାନ।ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ରାହୁଲ କୋଚ୍ ଭାବରେ ଦାୟିତ୍ୱ ନେଇ ପାରନ୍ତି ।ଏନେଇ ଖରବ ସରବରାହ ସଂସ୍ଥା ଏଏନ୍ଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ,ରାହୁଲ ଦ୍ରାବିଡ୍ ମଧ୍ୟ କୋଚ୍ ହେବା ନେଇ ସହମତି ପ୍ରକାଶ କରିଛନ୍ତି।
ଗତକାଲି ସୌରଭ ଗାଙ୍ଗୁଲି ଓ ଜୟ ଶାହାଙ୍କ ସହ ଦ୍ରାବିଡଙ୍କ ବୈଠକ ହୋଇଥିଲା। ବୈଠକ ପରେ ଦ୍ରାବିଡ୍ ମୁଖ୍ୟ କୋଚ୍ ପଦ ସମ୍ଭାଳିବା ନେଇ ସହମତି ଜଣାଇଥିବା ସୂଚନା ରହିଛି। T-20 ବିଶ୍ୱକପ ପରେ ସେ ଦାୟିତ୍ୱ ନେବେ। ସେ ଏହି ଦାୟିତ୍ୱକୁ ଦୁଇ ବର୍ଷ ପରିଚାଳନା କରିବେ।
କୁହାଯାଉଛି ଯେ ଅକ୍ଟୋବର ୧୭ ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ୟୁଏଇ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା T-20 ବିଶ୍ୱକପ ପରେ ବର୍ତ୍ତମାନର କୋଚ୍ ରବି ଶାସ୍ତ୍ରୀ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେବେ। ଏଥି ସହିତ ପରାସ ମହମ୍ବ୍ରେଙ୍କୁ ବୋଲିଂ କୋଚ୍ କରିବାର ସମ୍ଭାବନା ରହିଛି।



