ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ, ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ…

ବାସ୍ତବବ୍ୟୁରୋ(ଭୁବନେଶ୍ୱର) : ଆଜି ୭୬ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ଆଜି ନବୀନଙ୍କ ଜନ୍ମଦିନ,୧୯୪୬ ମସିହା ଅକ୍ଟୋବର ୧୬ ତାରିଖ ରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହି ଅବସରରେ ସାରା ବିଶ୍ୱରୁ ଅଭିନନ୍ଦନର ସୁଅ ଛୁଟିଛି ।ଏହି ପରିପେକ୍ଷିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଭୁଲି ନାହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ |ଜଣାଇଛନ୍ତି ଅଭିନନ୍ଦନ ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଶ୍ରୀ ନବୀନ ପଟ୍ଟନାୟକ ଜୀଙ୍କୁ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା। ଏଥିସହ ନବୀନଙ୍କ ଦୀର୍ଘ ଜୀବନ କାମନା କରିବା ସହ ଓଡ଼ିଶାବାସୀଙ୍କ ସେବା କରିଚାଲନ୍ତୁ ବୋଲି ଲେଖିଛନ୍ତି ।

ହେଲେ ମୁଖ୍ୟମନ୍ତ୍ରୀ ଜନ୍ମଦିନ ନପାଳିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ନବୀନ ନିବାସ ନଆସିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ନିଜ ଜନ୍ମଦିନ ଅବସରରେ କୋଭିଡରେ ମୃତ ପରିବାରକୁ ସାହାଯ୍ୟ କରିବାକୁ ମୁଖ୍ୟମମନ୍ତ୍ରୀ ନବୀନ ସମସ୍ତଙ୍କୁ ଆହ୍ବାନ କରିଛନ୍ତି । ଏହାସହ ରକ୍ତଦାନ ଭଳି ମହତ କାର୍ଯ୍ୟ ହେବ ଜନ୍ମଦିନ ପାଇଁ ସଵୁଠୁ ବଡ଼ ଶୁଭେଚ୍ଛା ବୋଲି ସେ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Oct 16 , 2021
ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୨୧ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୮୨ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୪୬୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୧୧୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୨୧୧୮୦ଜଣ ସୁସ୍ଥ ହୋଇଛନ୍ତି ।  ଆଜି ହେଉଛି […]

You May Like

Pin It on Pinterest