ଆଜିର ରାଶିଫଳ

ବାସ୍ତବ ବ୍ୟୁରୋ :

ମେଷ: ଦିନଟି ଶୁଭପ୍ରଦ ହେବ। ଅନ୍ୟ ଲୋକଙ୍କ ସାହାଯ୍ୟରେ କାମ ସ˚ପୂର୍ଣ୍ଣ ହେବ। ସମାଜରେ ମାନସମ୍ମାନ ପାଇବେ। ରାଜନୀତି, ସଭାସମିତି କିମ୍ବା ପ୍ରଶାସନିକସ୍ତରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ କରିପାରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର କ୍ଷୀଣ ଆଶା ରହିଛି । ଶୁଭରଙ୍ଗ: ଘିଅ ରଙ୍ଗ। ଶୁଭସ˚ଖ୍ୟା: ୨।

ବୃଷ: ଭବିଷ୍ୟକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ। ବୈବାହିକ ଜୀବନ ଖୁସିଭରା ରହିବ। ଶିକ୍ଷାକ୍ଷେତ୍ର, ପରୀକ୍ଷା, ଆଲୋଚନା ଓ ତର୍କ ବିତର୍କରେ ଆଶାନୁଯାୟୀ ସୁଫଳ ପାଇ ପ୍ରଶଂସିତ ହେବେ । ପରିସ୍ଥିତିରେ ପଡ଼ି ଗୁଡିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହୋଇପାରନ୍ତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

ମିଥୁନ: ଦିନଟି ଆପଣଙ୍କ ଲାଗି ଅନୁକୂଳ। ବେପାରରେ ଉଚିତ ଲାଭ ମିଳିବ। ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ। କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ। ଶୁଣାକଥାକୁ ବିଶ୍ୱାସ କରି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପରିବାରରେ ସାମୟିକ ଝଗଡ଼ାର ସୂଚନା ରହିଛି । ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୭।

କର୍କଟ: କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ। ଆପଣଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଉପରିସ୍ଥ କର୍ମଚାରୀ ଖୁସୀ ରହିବେ। ଅଟକି ରହିଥିବା ପ୍ରାପ୍ୟ ଅର୍ଥ ପାଇବାର ସମ୍ଭାବନା ରହିଛି । ପାରିବାରିକ କ୍ଷେତ୍ରରେ ଅଭିଯୋଗଜନିତ ସାମୟିକ ଟେନ୍ସନ ଲାଗି ରହିବ। ବାଣିଜ୍ୟ, ବ୍ୟବସାୟ, ଆନୁଷ୍ଠାନିକ କାମ ସନ୍ତୋଷଜନକ ରହିବ । ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୫।

ସି˚ହ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ସୁସମ୍ବାଦ ପାଇବେ। ପରିସ୍ଥିତି ଅନୁଯାୟୀ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୩।

କନ୍ୟା: ପୂର୍ବ ପ୍ରସ୍ତୁତି ନ ଥାଇ ଆକସ୍ମିକ ଭାବେ ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷାକରି ଯାତ୍ରା କରିପାରନ୍ତି। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ ପ୍ରକାର ମନଗଢ଼ା କଥା କହିବେ। ଥଣ୍ଡାଜନିତ ସ୍ବାସ୍ଥ୍ୟରେ ସମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଅପରାହ୍ନରେ ଇଚ୍ଛା କରୁଥିବା ଜିନିଷଟି ପାଇ ପାଇ ଖୁସି ହେବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

ତୁଳା:କାର୍ଯ୍ୟରେ ସଫଳତା, ଅର୍ଥଲାଭ, ବନ୍ଧୁମିଳନ ଓ ନୂତନ ସ୍ଥାନ ପରିଦର୍ଶନରୁ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି। ମାତ୍ରାଧିକ ଭ୍ରମଣ ଆଳସ୍ୟ ଓ ଅସୁସ୍ଥତାର କାରଣ ହୋଇପାରେ। ପରିବହନ ଓ ବ୍ୟବସାୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୨।

ବିଛା: ପରିବାରରେ ପିଲାମାନଙ୍କ ସମସ୍ୟା ଭିତରେ ନିଜେ ବାନ୍ଧି ହୋଇଯାଇପାରନ୍ତି। ଦୀର୍ଘଦିନରୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ମନ ଖୁସି ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ, ପ୍ରଶାସନ ତଥା ଆଇନ କ୍ଷେତ୍ରରୁ ସମସ୍ୟା ହଟିଯିବ। ପୂର୍ବ ଶତ୍ରୁତା କାମରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୮।

ଧନୁ: ପ୍ରତ୍ୟେକ କାମରେ ସମସ୍ୟା ଓ ବିଳମ୍ବ ମନୋବ୍ୟଥାର କାରଣ ହେବ। ଆଜିର ବନ୍ଧୁଗହଣରେ ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାର ସୂଚନା ରହିଛି। ଦେହ ଓ ମନରେ ଶିଥିଳତା ଅନୁଭବ କରିବେ। ପ୍ରତିଯୋଗିତାରେ ସଫଳତା ହାସଲ କରିବେ ଏବଂ ପୁରସ୍କୃତ ମଧ୍ୟ ହୋଇପାରନ୍ତି। ଶିଳ୍ପ, ବ୍ୟବସାୟ, ପରିବହନରେ ଉନ୍ନତି କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

ମକର: ଆନୁଷ୍ଠାନିକ କାମ ଓ ସଭାସମିତିରେ ସଫଳତା ହାସଲ କରିବେ । ନିଜର ସହଜାତ ଗୁଣରୁ ଅନ୍ୟମାନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରି ପ୍ରଶଂସିତ ହେବେ । କିନ୍ତୁ କୌଣସି ଜଣେ ବନ୍ଧୁଙ୍କୁ ବିଶ୍ୱାସ କରି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସାଧାରଣ କଥାକୁ କେନ୍ଦ୍ରକରି ଅଶାନ୍ତ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ । ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୫।

କୁମ୍ଭ: ରାଜନୀତିରେ ସମ୍ମାନ ମିଳିପାରେ। କୌଣସି ଅନ୍ୟ ସୂତ୍ରରୁ ଧନଲାଭର ଯୋଗ ରହିଛି। କୌଣସି କାମ ସହଜ ଓ ସୁବିଧାରେ ହେଉ ନ ଥିବା କାରଣରୁ ମନସ୍ତାପ କରିପାରନ୍ତି। ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ସାମୟିକ ଭାବେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

ମୀନ: ଆର୍ଥିକ ମାମଲାରେ ଲାଭ ମିଳିବ। ବୈଦେଶିକ ବେପାରରେ ବଡ଼ ସଉଦା କରିବେ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ସାମାଜିକସ୍ତରରେ ସମୂହ କଲ୍ୟାଣ କାମରେ ଅର୍ଥ, ଶ୍ରମ ଓ ସମୟ ବିନିଯୋଗ କରିପାରନ୍ତି। ସହକର୍ମୀଙ୍କ ସାହାଯ୍ୟରେ ଦୀର୍ଘଦିନର ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।  ବିଭିନ୍ନ ସମସ୍ୟା ନେଇ ମନ ଅଶାନ୍ତ ରହିବ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୮।

ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଆଯିହିଁ ଡାଉନ୍ ଲୋଡ୍ କରନ୍ତୁ…bastabtv APP ଆପଣଙ୍କ ସ୍ମାର୍ଟ ଫୋନ୍ ର ପ୍ଲେଷ୍ଟୋର ରୁ


ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Nov 7 , 2019
୧-2020ରେ ଘରୋଇ କର୍ମଚାରୀଙ୍କ ଦରମାରେ ହାରାହାରି 10 ପ୍ରତିଶତ ବୃଦ୍ଧି ହେବ। ୨-କଟକ ଏସ୍‌ସିବି ହେବ ଏମ୍ସ ପ୍ଲସ ହସ୍‌ପିଟାଲ୍‌, ଶଯ୍ୟା ସଂଖ୍ୟା ୩ହଜାରକୁ ବୃଦ୍ଧି, ଏକ ହଜାର କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର। ୩-ଦୁର୍ବଳ ହେବ ଭୀଷଣ ସାମୁଦ୍ରିକ ଝଡ ବୁଲ୍‌ବୁଲ୍‌ , ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମୁଦ୍ର ମଧ୍ୟରେ ନେବ ଅତି ଭୀଷଣ ଘୂର୍ଣ୍ଣିଝଡର ରୂପ। ୪-ଓଡ଼ିଶାରେ ‘ଠିକାରେ ଚାଷ’କୁ ମିଳିବ ଆଇନଗତ ମାନ୍ୟତା, […]

You May Like

Pin It on Pinterest