ପୀରହାଟରେ ବିଜେପି ପକ୍ଷରୁ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୬/୧୦- ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ପୀରହାଟରେ ବିଜେପି ଲଙ୍କେଶ୍ବରୀ ମଣ୍ଡଳୀ ପକ୍ଷରୁ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ କର୍ମୀ, ନେତା ଓ ସାଧାରଣ ଲୋକଙ୍କ ମଧ୍ଯରେ ଏକ ସମ୍ପର୍କ ସ୍ଥାପନ କରିବା ଲକ୍ଷ୍ୟନେଇ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରୁଥିବା ଜଣା ଯାଇଛି।

ଆଗାମୀ ତ୍ରୀସ୍ତରୀୟ ନିର୍ବାଚନ ବୈତରଣୀରେ ଦଳ କିପରି ବିଜୟ ହାସଲ କରିବ ସେନେଇ ଆଲୋଚନା କରାଯାଇଥିଲା। ମଣ୍ଡଳୀ ସଭାପତି ରାଜାରାମ ମହାକୁଡଙ୍କ ପୁରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଧାମନଗର ବିଧାୟକ ତଥା ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ, ଶଶିକାନ୍ତ ବିଶ୍ୱାଳ, ମଙ୍ଗରାଜ ନାୟକ, କାହ୍ନୁଚରଣ ବେହେରା, ମୁକ୍ତିକାନ୍ତ ନାୟକ, ମାନସ ରଞ୍ଜନ ନାୟକ, କମଳାକାନ୍ତ ନାୟକ, ଦେବେନ୍ଦ୍ର ବେହେରା, ରତିକାନ୍ତ ମହାକୁଡ, ରମାକାନ୍ତ ମଳିକ, ଦୁର୍ଗାଚରଣ ନାୟକ, ରଘୁନାଥ ପାତ୍ର, ଶଶିକାନ୍ତ ନାୟକ ଓ ଶଶିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଳାହାଣ୍ଡି ଜିଲ୍ଲାରେ ଆନ୍ଦୋଳନ ପାଇଁ ସଜ ହେଲେଣି (OBC) ପଛୁଆ ବର୍ଗ....

Sat Oct 16 , 2021
ପଞ୍ଚାୟତ ରାଜ୍ ନିର୍ବାଚନରେ ୨୭ଭାଗ ସରଂକ୍ଷଣ ନମିଳିଲେ ଆନ୍ଦୋଳନ ଜୋରଦାର । ଦୀପକ ସାହୁ(କଳାହାଣ୍ଡି) କଳାହାଣ୍ଡି ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ସରପଞ୍ଚ,ସମିତି ସଭ୍ୟ, ଜିଲାପରିଷଦ ସଦସ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଜାତିଭିତ୍ତିକ ସରଂକ୍ଷଣ ତାଲିକା ପ୍ରକାଶ ପାଇଛି । ଏହାକୁ ନେଇ କଳାହାଣ୍ଡି ଜିଲ୍ଲା-ଯାଦବ ମହାସଭା ସମ୍ପାଦକ ସଞ୍ଜୟ ଧଙ୍ଗଡ଼ା ମାଝୀ ଙ୍କ ଆହ୍ୱାନ କ୍ରମେ , ତୈଲିକ ବୈଶ୍ୟ ସମାଜ ସଭାପତି ନୀଳମଣି […]

You May Like

Pin It on Pinterest