କଳାହାଣ୍ଡି ଜିଲ୍ଲାରେ ଆନ୍ଦୋଳନ ପାଇଁ ସଜ ହେଲେଣି (OBC) ପଛୁଆ ବର୍ଗ….

ପଞ୍ଚାୟତ ରାଜ୍ ନିର୍ବାଚନରେ ୨୭ଭାଗ ସରଂକ୍ଷଣ ନମିଳିଲେ ଆନ୍ଦୋଳନ ଜୋରଦାର ।

ଦୀପକ ସାହୁ(କଳାହାଣ୍ଡି) କଳାହାଣ୍ଡି ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ସରପଞ୍ଚ,ସମିତି ସଭ୍ୟ, ଜିଲାପରିଷଦ ସଦସ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଜାତିଭିତ୍ତିକ ସରଂକ୍ଷଣ ତାଲିକା ପ୍ରକାଶ ପାଇଛି । ଏହାକୁ ନେଇ କଳାହାଣ୍ଡି ଜିଲ୍ଲା-ଯାଦବ ମହାସଭା ସମ୍ପାଦକ ସଞ୍ଜୟ ଧଙ୍ଗଡ଼ା ମାଝୀ ଙ୍କ ଆହ୍ୱାନ କ୍ରମେ , ତୈଲିକ ବୈଶ୍ୟ ସମାଜ ସଭାପତି ନୀଳମଣି ସାହୁଙ୍କ ସଭାପତିତ୍ୱରେ ସଦର ମହକୁମା ଭବାନୀପାଟଣା- ଅମଲା ଭବନ ଠାରେ OBC ମାନଙ୍କର ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ OBC ଙ୍କ ପାଇଁ ସରଂକ୍ଷଣକୁ ନେଇ ପଛୁଆ ବର୍ଗଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।


୭୩ତମ ସମ୍ବିଧାନ ସଂଶୋଧନ ପରେ ୫୪ ପ୍ରତିଶତ ପଛୁଆ ବର୍ଗଙ୍କ ସକାଶେ ତ୍ରିସ୍ତରୀୟ ପଞ୍ଚାୟତ ରାଜ୍ ନିର୍ବାଚନରେ ବିଭିନ୍ନ ପଦ ପାଇଁ ୨୭ଭାଗ ସ୍ଥାନ ସରଂକ୍ଷଣ ବ୍ୟବସ୍ଥା ରହିଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଏହାର ଖୋଲା ଉଲଂଘନ କରାଯାଇଛି ।ଗତ ୮ତାରିଖ ଦିନ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ରାଜ୍ ନିର୍ବାଚନ ସକାଶେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଜିଲ୍ଲାରେ ୧୩ଗୋଟି ବ୍ଲକ ଓ ୩୬ଗୋଟି ଜିଲ୍ଲା ପରିଷଦ ଆସନରେ କୌଣସି OBC ପ୍ରାର୍ଥୀଙ୍କ ପାଇଁ ସରଂକ୍ଷିତ ବ୍ୟବସ୍ଥା ରଖାଯାଇ ନାହିଁ ।

ଫଳରେ ଜିଲ୍ଲାର ପଛୁଆ ବର୍ଗ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଯିବା ସହ ଜିଲ୍ଲାବ୍ୟାପୀ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହା ଜାଣି ଶୁଣି ପଛୁଆ ବର୍ଗଙ୍କୁ ରାଜନୈତିକ ଅଧିକାରରୁ ବଞ୍ଚିତ କରାଯିବ ସହ ଦିନ-ଦ୍ବୀପହରରେ ସାମ୍ବିଧାନିକ ଅଧିକାରରୁ ଖୋଲାଖୋଲି ଭାବେ ଉଲଂଘନ କରାଯାଇଛି ।
ଏଣୁ ଏହି ତ୍ରୁଟିପୂର୍ଣ୍ଣ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଧ କରାଯାଇ ପୁନର୍ବାର ନୂତନ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଉ ଓ ଏଥିରେ ପଛୁଆ ବର୍ଗଙ୍କ ସକାଶେ ୨୭ଭାଗ ବିଭିନ୍ନ ପଦ-ପଦବୀରେ ସ୍ଥାନ ସରଂକ୍ଷଣ କରାଯାଇ OBC ମାନଙ୍କୁ ସମ୍ବିଧାନିକ ଅଧିକାର ପ୍ରଦାନ କରାଯିବା ପାଇଁ କଳାହାଣ୍ଡି ଜିଲ୍ଲାର ପଛୁଆ ବର୍ଗ ଜାତି ସମୂହ ରାଜ୍ୟ ସରକାରଙ୍କୁ ଦୃଢ଼ ଦାବୀ ଜଣାଉଛି ।

ନଚେତ ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା-ପଛୁଆବର୍ଗ ଜାତି ସମୂହ ନିଜର ହକ ଓ ସାମ୍ବିଧାନିକ ଅଧିକାର ଲଢ଼େଇ ପାଇଁ ରାଜରାସ୍ତାକୁ ଓହ୍ଲାଇବା ସହ ଜିଲାପାଳ ଅଫିସ ଘେରାଉ କରି , କଳାହାଣ୍ଡି ବନ୍ଦ ଡ଼ାକରା ଦେବାକୁ ବାଧ୍ୟ ହେବୁ ବୋଲି କୀର୍ତ୍ତନ ନାଏକ,ହେମନ୍ତ କୁମାର ରାୟ,ଲଷ୍ମୀ ରଞ୍ଜନ ବାଗ,ତୁଳମଣି ନାଗ, ମହେନ୍ଦ୍ର ନାଥ ସାହୁ,ଧନେଶ୍ୱର ଭାଟି,ଡମ୍ବରୁ ଧର ଲହଜଳ, ସକିତ ରଥେ,ବିଜୟ ଦେବ ସାହୁ, ଶେଷଦେବ ସାହୁ,ଘନ ଶ୍ୟାମ ଗହୀର,ନିରଞ୍ଜନ ପ୍ରଧାନ,ଦୟାସାଗର ସାହା ସମେତ ସମସ୍ତ OBC ସମାଜ ଚେତାବନୀ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏହି ୫ଟି ଖରାପ ଅଭ୍ୟାସ ଆପଣଙ୍କ ମେରୁଦଣ୍ଡ କ୍ଷତି ପହଞ୍ଚାଏ,କିପରି ଏଥିରୁ ମିଳିବ ମୁକ୍ତି ଜାଣନ୍ତୁ...

Sun Oct 17 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ମେରୁଦଣ୍ଡ ବା ମେରୁଦଣ୍ଡ ଆପଣଙ୍କ ସମଗ୍ର ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ | କିନ୍ତୁ କର୍ପୋରେଟ୍ ସଂସ୍କୃତି ଏବଂ ନିତ୍ୟ ବ୍ୟବହାର୍ଯ୍ୟର କିଛି ଅଭ୍ୟାସ ଏହାକୁ କ୍ଷତି ପହଞ୍ଚାଇପାରେ | ଏହାର କାରଣ ଏବଂ ଏହାକୁ ଏଡାଇବା ପାଇଁ ଉପାୟ ଜାଣନ୍ତୁ… ଆପଣଙ୍କ ଶରୀରର ପ୍ରତ୍ୟେକ ଅଙ୍ଗର ବିଶେଷ ଗୁଣ ଅଛି | ଏଥି ମଧ୍ୟରୁ ଗୋଟିଏ ହେଉଛି ତୁମର ମେରୁଦଣ୍ଡ ବା ମେରୁଦଣ୍ଡ | ଏହାର ସମର୍ଥନ ବିନା […]

You May Like

Pin It on Pinterest