ଠେକୁଆ ମାଂସ ପାଇଁ ସ୍ୱାମୀ ନେଲା ସ୍ତ୍ରୀ’ର ଜୀବନ…

ବିମଲ ଯୋଷୀ(ପାଟଣାଗଡ)-୧୭/୧୦:ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଭରତବାହାଲ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ ଘଟିଛି।

ମିଳିଥିବା ଖବର ଅନୁସାରେ,ଗତ ସନ୍ଧ୍ୟା(ଶନିବାର) ସମୟରେ ପୁରନ୍ଦର ପ୍ରଚୁର ମଦ୍ୟପାନ କରି ଘରକୁ ଫେରି,ଘରେ ପତ୍ନୀ ଅମ୍ବିକା ପୋଷି ଥିବା ଏକ ଠେକୁଆକୁ ମାରି ମାଂସ ଖାଇବାକୁ ଜିଦ୍ ଧରିଥିଲା ।ଏହାକୁ ବିରୋଧ କରିଥିଲେ ପତ୍ନୀ ଅମ୍ବିକା ।ଏଥିରେ ମଦ୍ୟପ ପୁରନ୍ଦର ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ଅମ୍ବିକାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା ।

ଫଳତଃ ଘଟଣାସ୍ଥଳରେ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରନ୍ଦର ଫେରାର ହୋଇଛି । ଖବର ପାଇ ଲରମ୍ଭା ପୋଲିସ, ସାଇଣ୍ଟିଫିକ୍ ଟିମ୍ ପାଟଣାଗଡ ଉପଖଣ୍ଡ ମାଜିଷ୍ଟ୍ରେଟ କ୍ଷିରୋଦ ସାହୁଙ୍କ ଉପସ୍ଥିତିରେ ଅଧିକ ତଦନ୍ତ ଜାରି ରଖିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମମିତା ମେହେର କେଉଁଠି ?ଜୀବିତ ନା ମୃତ ? କଳାହାଣ୍ଡି ବିଜେପିର ଗଣଧାରଣା....

Sun Oct 17 , 2021
୧୦ଦିନ ହେଲା ନିଖୋଜ ମମିତା ମେହେର ଜୀବିତ ନା ମୃତ, ଏ ନେଇ ବିଜେପି କେଗାଁ ଥାନା ସମ୍ମୁଖରେ ଗଣ ଧାରଣା… ଦିପକ ସାହୁ (କଳାହାଣ୍ଡି)-କଳାହାଣ୍ଡି ଜିଲ୍ଲା ମହାଳିଙ୍ଗ ସନସାଇନ ଘରୋଇ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜହୋଇ ଆଜକୁ ୧୦ଦିନ ହେବ ତାଙ୍କର ଖୋଜ ଖବର ନାହିଁ । ସେ ଜୀବିତ ନା ମୃତ ସନ୍ଧେହ ଘେରରେ କଳାହାଣ୍ଡି ଓ ବଲାଙ୍ଗୀର ପୋଲିସ । ଏ ଘଟଣାକୁ କେନ୍ଦ୍ର […]

You May Like

Pin It on Pinterest