
- ୧୦ଦିନ ହେଲା ନିଖୋଜ ମମିତା ମେହେର ଜୀବିତ ନା ମୃତ, ଏ ନେଇ ବିଜେପି କେଗାଁ ଥାନା ସମ୍ମୁଖରେ ଗଣ ଧାରଣା…
ଦିପକ ସାହୁ (କଳାହାଣ୍ଡି)-କଳାହାଣ୍ଡି ଜିଲ୍ଲା ମହାଳିଙ୍ଗ ସନସାଇନ ଘରୋଇ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜହୋଇ ଆଜକୁ ୧୦ଦିନ ହେବ ତାଙ୍କର ଖୋଜ ଖବର ନାହିଁ । ସେ ଜୀବିତ ନା ମୃତ ସନ୍ଧେହ ଘେରରେ କଳାହାଣ୍ଡି ଓ ବଲାଙ୍ଗୀର ପୋଲିସ । ଏ ଘଟଣାକୁ କେନ୍ଦ୍ର କରି ଆଜି ବିଜେପି ଦଳ ପକ୍ଷରୁ କେଗାଁ ଥାନା ସମ୍ମୁଖରେ ଏକ ଗଣ ଧାରଣା ଦିଆଯାଇଛି ।
ଧାରଣାର ମୁଖ୍ୟ ଲକ୍ଷ୍ୟ ହେଉଛି ନିଖୋଜ ଅଧ୍ୟକ୍ଷାଙ୍କୁ ମୃତ କିମ୍ବା ଜୀବିତ ଅବସ୍ଥାରେ ଠାବ କରାଯାଉ,ଏବଂ ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ସ୍କୁଲ ମାଲିକ ତଥା ମହାଳିଙ୍ଗ କଲେଜ ସଭାପତି ଗୋବିନ୍ଦ ସାହୁଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଉ ଓ ଗୃହରାଷ୍ଟ୍ରମନ୍ତ୍ରୀ କେପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କୃତ କରାଯାଉ ବୋଲି ଗଣ ମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ଯାହା ସୂଚନାରୁ ପ୍ରକାଶ ଯେ ମହାଳିଙ୍ଗ କଲେଜ ସରକାରୀ ମାନ୍ୟତା ଏପର୍ଯ୍ୟନ୍ତ ପାଇଁ ନାହିଁ ତଥାପି ସରକାରଙ୍କ ଠାରୁ ଆସୁଥିବା ଟଙ୍କା କେବଳ ଏହି ଗୋଟିଏ କଲେଜରେ ବିନିଯୋଗ ହେଉଥିବା ମଧ୍ୟ ବେଶ ଚର୍ଚ୍ଚା ହେଉଛି ।
ଏହି କଲେଜରେ କିପ୍ରକାର ଚୁମ୍ବକୀୟ ଶକ୍ତିଅଛି ଯାହାଫଳରେ ନେତା ମନ୍ତ୍ରୀ ମାନେ ଆକର୍ଷିତ ହୋଇ ତାଙ୍କର ପାଣ୍ଠିରୁ ସମସ୍ତ ଟଙ୍କା ଦେଉଛନ୍ତି । ଦଶ ବର୍ଷ ଭିତରେ ଏତେ ମାତ୍ରାରେ କଲେଜ ଉନ୍ନତି କରିଛି ଯାହା ଓଡ଼ିଶାରେ ବି ନଥିବ ବୋଲି ମନ୍ତ୍ରୀ ପ୍ରତାପ ଜେନା ତାଙ୍କ ଭାଷଣରେ ପରିପ୍ରକାଶ କରିଥିଲେ । କଲେଜ ସମସ୍ତ ଘଟଣା ପଛରେ କାହାର ହାତ ଅଛି CBI ତଦନ୍ତ କଲେ ସମସ୍ତ ଗୁପ୍ତ ରହସ୍ୟ ପଦାକୁ ଆସିବ ବୋଲି ବିଜେପି ପକ୍ଷରୁ ଦାବି ହେଉଛି ।