ଆଜିବି ଅପହଞ୍ଚ ଜନନୀ ଏକ୍ସପ୍ରେସ,ବାଇକରେ ଗର୍ଭବତୀ ମହିଳାଙ୍କୁ ନେବାକୁ ପଡିଲା…

ନବୀନ ସାହୁ(ଜଳେଶ୍ୱର):୧୭/୧୦-“ଗାଁ କୁ କାମ ମାଆକୁ ସମ୍ମାନ” ସରକାରଙ୍କ ସ୍ଲୋଗାନ କେବଳ ସ୍ଲୋଗାନ ଭିତରେ ରହିଯାଇଛି ।ଆଜିବି ସବୁ ସ୍ଥାନରେ ପହଂଚି ପାରୁନି ଜନନୀ ଏକ୍ସପ୍ରେସ, ଆମେ କହୁଛୁ ଜଳେଶ୍ୱର ବ୍ଲକ ର ଏ ଅଭାବନୀୟ କଥା। ଗାଁକୁ ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ ,ପ୍ରାୟ ଏକ କିଲୋମିଟର ରାସ୍ତା ପର୍ଯ୍ୟନ୍ତ ଗର୍ଭବତୀ ମହିଳାଙ୍କୁ ବାଇକରେ ନେବାକୁ ପଡିଲା ।

ସୂଚନା ଅନୁସାରେ,ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ବର୍ତ୍ତନା ପଂଚାୟତର ବର୍ତ୍ତନା ଗ୍ରାମର,ରାସ୍ତା ମରାମତୀ ନ ହୋଇଥିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି।ଉକ୍ତ ଗ୍ରାମର ଶିବ ଚନ୍ଦ୍ର ଦାସଙ୍କ ସ୍ତ୍ରୀ ଗାୟତ୍ରୀ ଦାସଙ୍କର ଆଜି ସକାଳ ସମୟରେ ଗର୍ଭ ଯନ୍ତ୍ରଣା ହେବାରୁ,ପରିବାର ଲୋକେ ୧୦୮ ଆମ୍ବୁଲାନ୍ସଙ୍କୁ ଫୋନ କରିଥିଲେ। ଆମ୍ବୁଲାସ ବି ଆସିଲା,ହେଲେ ରାସ୍ତା ଖରାପ ଥିବାରୁ ପହଂଚି ପାରିଲାନି ଘର ପର୍ଯ୍ୟନ୍ତ। ପ୍ରାୟ ଏକ କିଲୋମିଟର ଦୂରରେ ପଞ୍ଚାୟତ ଅଫିସ ପାଖରେ ଅଟକି ରହିଲା ।

ଶେଷରେ ପରିବାର ପକ୍ଷରୁ ବାଇକ ଯୋଗେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିବାକୁ ବାଧ୍ୟ ହୋଇଥିଲେ । ପରେ ତାଙ୍କୁ ଅମ୍ୱୁଲାନ୍ସ ଯୋଗେ ପଶ୍ଚିମବାଡ ହସ୍ପିଟାଲକୁ ନିଆ ଯାଇଥିଲା । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି ।କେବେ ସୁଧୁରିବ ଗାଆଁ ର ପରିସ୍ଥିତି,ସାଧାରଣ ସୁବିଧାରୁ ଆଉ କେତେଦିନ ବଂଚିତ ହେବେ ଏ ଜନତା ଜନାର୍ଦନ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Oct 18 , 2021
ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୦ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୯୦ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୫୪୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୮୨୪ଟି ସକ୍ରିୟ ମାମଲା ରହିଥିବା ବେଳେ ୧୦୨୨୨୫୦ଜଣ ସୁସ୍ଥ ହୋଇଛନ୍ତି ।  ନୂଆପଡ଼ା ଜିଲ୍ଲାରେ […]

You May Like

Pin It on Pinterest