
ଦୀପକ ସାହୁ(କଳାହାଣ୍ଡି)ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥ ବନାଞ୍ଚଳ ଅଧୀନରେ ଆଜିକୁ ପ୍ରାୟ୧ ମାସ ହେଲା ୨୫ରୁ ଉର୍ଦ୍ଧ୍ବ ଜଙ୍ଗଲି ହାତୀ ରହିଥିବା ବେଳେ ପୋଖରୀବନ୍ଧ,ଲାଞ୍ଜିଗଡ଼ ରୋଡ଼, କୁମଖାଲ,ବନ୍ଧପାରି,ବିଶ୍ୱନାଥପୁର, ଚମ୍ପାଦେଇପୁର,ଲାଞ୍ଜି ଓ କାନକୁଟରୁ ଏହି ୮ ଗୋଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ନିୟମିତ ଭାବେ ବିଭିନ୍ନ ଲୋକଙ୍କ ଘର, ନଳକୂପ,ଶୈଚାଳୟ, ଧାନ, ମକା,ପନିପରିବା ଚାଷକୁ ନଷ୍ଟ କରି ଚାଲିଥିବା ବେଳେ ୧୬ ତାରିଖ ଶନିବାର ରାତିରେ ମୂଷାନାଳ ଫରେଷ୍ଟ ଅଧିନସ୍ଥ ଲାଞ୍ଜି ପଞ୍ଚାୟତ ଡାହାଣିପଦର ଗାଁରେ ୩ ଗୋଟି ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି।
ଗତ ରାତି ୧୧ ଘଣ୍ଟା ସମୟରେ ୨୦ ରୁ ଉର୍ଦ୍ଧ୍ବ ହାତୀ ଆସି ପ୍ରଥମେ ବୁଦାରା ମାଝୀ, ଟେଣକୁ ମାଝୀ ଓ ଲଛନ ମାଝୀଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିବା ପରେ ଘରେଥିବା ଧାନ, ଚାଉଳ,ଆବାସ ପତ୍ରକୁ ମାଡିଛକଟି ନଷ୍ଟ କରି ଦେଇଥିଲେ।ଏହା ପରେ ନିକଟସ୍ଥ ମାଚୁଲ ଗାଁର ଶୁକ୍ରୁ ମାଝିର ଧାନ ଚାଷ କୁ ନଷ୍ଟ କରିଥିଲେ।
ସେହିପରିଏହି ହାତୀପଲ ବ୍ଳକର ବିଭିନ୍ନ ପଞ୍ଚାୟତର ଗାଁ ମାନଙ୍କରେ ପସି ବହୁ ଲୋକଙ୍କ କ୍ଷୟକ୍ଷତି ଘଟାଇ ଛନ୍ତି।ଶୁକ୍ରବାର ଦିନ ରାତିରେ ପୁଣି ମୂଷାନାଳ ଫରେଷ୍ଟ ଅଧୀନରେ ଥିବା ଲାଞ୍ଜି ପଞ୍ଚାୟତ ଜାମଚୁଆଁ ଗାଁରେ ବିଳମ୍ବିତ ରାତିରେ ଅଭିରାମ ନାଏକଙ୍କ ଘର ଭାଙ୍ଗିବା ସହ ତାଙ୍କ ସ୍ତ୍ରୀ ମଞ୍ଜୁଳା ବିଭାର(୨୬)ଙ୍କୁ ହାତୀ ଠେଲି ଦେବାରୁ ଆହତ ହୋଇଥିଲା।ଏନେଇ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦ, ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ କ୍ଷୟକ୍ଷତିର ଆକଳନ କରିଛନ୍ତି।ଏହି ଗରିବ ପରିବାର ମାନଙ୍କୁ ଅତିଶୀଘ୍ର ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।